ETV Bharat / bharat

ପୁଣି କୁନୋ ପାର୍କରୁ ଖସି ପଳାଇଲା ଓଭାନ, ଗ୍ରାମବାସୀ ଭୟଭୀତ

କୁନୋ ଜାତୀୟ ଉଦ୍ୟାନରୁ ପୁଣି ଖସି ପଳାଇଲା ଅଣ୍ଡିରା ନାମିବ୍ୟା ଚିତା ଓଭାନ । ଶିବପୁରୀ ଜିଲ୍ଲାର ବୀରଦ ତହସିଲ ଅଞ୍ଚଳରେ ବୁଲୁଥିବା ସୂଚନା । ଅଧିକ ପଢ଼ନ୍ତୁ

cheetah ovan absconding from kuno national park
ପୁଣି କୁନୋ ପାର୍କରୁ ଖସି ପଳାଇଲା ଓଭାନ
author img

By

Published : Apr 16, 2023, 5:07 PM IST

ଭୋପାଳ: କୁନୋ ଜାତୀୟ ଉଦ୍ୟାନରୁ ପୁଣି ଖସି ପଳାଇଛି ଚିତା ଓବାନ । ଆଜି (ରବିବାର) ସକାଳେ ଶିବପୁରୀ ଜିଲ୍ଲାର ବୀରଦ ତହସିଲ ବୈରାଡ ତହସିଲ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଉକ୍ତ ଅଞ୍ଚଳରେ ଥିବା କ୍ଷେତରେ ବୁଲାବୁଲି କରୁଛି । ଜନବସତି ଅଞ୍ଚଳରେ ଚିତାକୁ ଦେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ଟିମ ଚିତାକୁ କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Cheetah Oban: 5 ଦିନ ଗାଁ ବୁଲିବା ପରେ କୁନୋ ଫେରିଲା ଚିତା ଓବାନ

କୁନୋ ଜାତୀୟ ଉଦ୍ୟାନରୁ ବାହାରି ଏବେ ଜନବସତି ମୁହାଁ ହେଉଛନ୍ତି ଚିତା । ପୂର୍ବରୁ ଚିତା ଓବାନ ଉଦ୍ୟାନରୁ ଫେରାର ହୋଇ ଯାଇଥିଲା । ୫ ଦିନ ଧରି ଗ୍ରାମରେ ବୁଲିବା କରିବା ପରେ ଉଦ୍ୟାନକୁ ଫେରିଥିବା ବେଳେ ଶନିବାର ରାତିରେ ପୁଣି ଖସି ପଳାଇ ଯାଇଛି । ଚିତା ଓଭାନ ସକାଳେ ଶିବପୁରୀ ଜିଲ୍ଲାର ବୀରଦ ତହସିଲ ବୈରାଡ ତହସିଲ ଅଞ୍ଚଳରେ ପହଞ୍ଚିଥିଲା । ଏକ କ୍ଷେତରେ ବୁଲୁଥିବା ସମୟରେ ଗ୍ରାମବାସୀ ଚିତାକୁ ଦେଖିବାକୁ ପାଇଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍‌ ଚିତାକୁ କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି । କିନ୍ତୁ ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି । ତେବେ ଚିତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Watch Video: କୁନୋ ପାର୍କରୁ ବାହାରି ଜନବସତି ମୁହାଁ ଚିତା, ଆଲର୍ଟ ଗ୍ରାମବାସୀ

ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ଅଣ୍ଡିରା ନାମିବ୍ୟା ଚିତା ଓଭାନ କୁନୋ ଜାତୀୟ ଉଦ୍ୟାନ ସୀମା ପାର ହୋଇ ଖସି ପଳାଇଥିଲା । ଫେରାର ହେବାର ୫ ଦିନ ପରେ ଶିବପୁରୀ ଜିଲ୍ଲାର ଗୋଟିଏ ଗାଁରେ ବୁଲାବୁଲି କରୁଥିବାବେଳେ ତାକୁ ଠାବ କରାଯାଇଥିଲା । ଏହାପରେ ଓଭାନକୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା । ବୈରାଦ ଗାଁ ନିକଟ ଜଙ୍ଗଲରୁ ଓବାନକୁ ଧରାଯାଇ କୁନୋ ଜାତୀୟ ଉଦ୍ୟାନର ପାଲପୁର ଜଙ୍ଗଲରେ ଛଡା ଯାଇଥିଲା। ଅନ୍ୟପଟେ ମାଇ ଚିତା ଆଶା ମଧ୍ୟ ଉଦ୍ୟାନରୁ ଖସି ପଳାଇଥିଲା । ବଫର ଜୋନ ସଂରକ୍ଷିତ ଜଙ୍ଗଲରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା । ଚିତା ଧରାପଡିବା ପରେ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଥିଲେ । ମାତ୍ର ପୁଣି ଥରେ ଚିତାଙ୍କ ଜନବସତି ମୁହାଁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.