ETV Bharat / bharat

ମାଓ ଅଧ୍ୟୁଷିତ ଅଞ୍ଚଳ ଏବେ ଛତିଶଗଡ଼ର ଗୌରବ

ଦୃଢ଼ ମନୋବଳ ଥିଲେ ନିଶ୍ଚିତ ଭାବରେ ଭବିଷ୍ୟତ ଆଲୋକିତ ହେବ। ମାଓ ଅଧ୍ୟୁଷିତ ଗୋଣ୍ଡାଗାଁ ଜିଲ୍ଲା ଯୁବଗୋଷ୍ଠୀ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ତୀରନ୍ଦାଜ ତାଲିମ ନେଇ ଏହି ଯୁବଗୋଷ୍ଠୀ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଅଧିକ ପଢ଼ନ୍ତୁ...

ମାଓ ଅଧ୍ୟୁଷିତ ଅଞ୍ଚଳ ଏବେ ଛତିଶଗଡ଼ର ଗୌରବ
ମାଓ ଅଧ୍ୟୁଷିତ ଅଞ୍ଚଳ ଏବେ ଛତିଶଗଡ଼ର ଗୌରବ
author img

By

Published : Mar 16, 2021, 7:53 AM IST

ରାୟପୁର: ହାତରେ ତୀର କମାନ, ଲକ୍ଷ୍ୟ ଉପର ନଜର। ଯୁବକଯୁବତୀଙ୍କ ଆଶାର ଏହି ଚିତ୍ର ହେଉଛି ଛତିଶଗଡ଼ ଗୋଣ୍ଡାଗାଁ ଜିଲ୍ଲା। ଯେଉଁ ଜିଲ୍ଲା କେବଳ ମାଓବାଦୀଙ୍କ ପାଇଁ ପରିଚିତ। ଆଇଟିବିପିର ଯବାନଙ୍କ ସହଯୋଗରେ ମାଡ଼୍ ଅଞ୍ଚଳର ଏଭଳି ଯୁବଗୋଷ୍ଠୀ ଲକ୍ଷ୍ୟ କେବଳ କୋଣ୍ଡାଗାଁ ଜିଲ୍ଲା ନୁହେଁ ବରଂ ଛତିଶଗଡ଼ର ନାମ ମଧ୍ୟ ଉଜ୍ଜଳ କରୁଛି। ଆଇଟିବିପି 41 ବାଟାଲିଆନର କମାଣ୍ଡେଣ୍ଟ ସୁରେନ୍ଦର ଖତ୍ରୀଙ୍କ ମାର୍ଗଦର୍ଶନରେ 2016ରେ ଏଠାରେ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଥିଲା। ଯବାନ ତ୍ରିଲୋଚନ ମୋହନ୍ତ ମଧ୍ୟ ଛାତ୍ରଛାତ୍ରୀଙ୍କୁ ତୀରନ୍ଦାଜ ତାଲିମ ଦିଅନ୍ତି।

ମାଓ ଅଧ୍ୟୁଷିତ ଅଞ୍ଚଳ ଏବେ ଛତିଶଗଡ଼ର ଗୌରବ

ସେପ୍ଟେମ୍ବର 2016ରେ କମାଣ୍ଡେଣ୍ଟ ସୁରେନ୍ଦ୍ର ଖତ୍ରୀଙ୍କ ମାର୍ଗଦର୍ଶନରେ ଏହି ତୀରନ୍ଦାଜ ପ୍ରଶିକ୍ଷଣ ଶିବିର ଆରମ୍ଭ ହେଲା। ପ୍ରଥମେ ପ୍ରଥମେ ପିଲାମାନେ କେବଳ ଦେଖିବାକୁ ଆସୁଥିଲେ। ଏହାପରେ କିଛି ପିଲା ଏହାକୁ ପସନ୍ଦ କରିବାକୁ ଲାଗିଲେ। ଧିରେଧିରେ ଆଖପାଖ ଅଞ୍ଚଳର ପିଲାଙ୍କୁ ତାଲିମ ଦିଆଗଲା। ଏଠାରେ ଦୁଇଟି ହଷ୍ଟେଲ ରହିଛି, ଗୋଟିଏ ହେଉଛି ବାଳକ ଛାତ୍ରାବାସ ଓ ଅନ୍ୟଟି କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀବାସ। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ କଥା ହେବାପରେ ତାଲିମ ଆରମ୍ଭ ହୋଇଥିଲା।

ଏଠାକାର ଯୁବଗୋଷ୍ଠୀଙ୍କୁ ତୀରନ୍ଦାଜ ତାଲିମ ଦେବା ସହଜ ନଥିଲା। କିନ୍ତୁ କଥାରେ ଅଛି ନା ମନୋବଳ ଦୃଢ଼ ଧିଲେ ଲକ୍ଷ୍ୟ ଛୋଟ ଲାଗେ। ଏଠାରୁ ତାଲିମ ନେଇ କ୍ରୀଡ଼ାବିତ ଜାତୀୟ ସ୍ତରରେ 75 ଜଣ ଭାଗ ନେଇଥିବା ବେଳେ 9 ଜଣ ମେଡାଲ ଜିତିଛନ୍ତି। 178 ଜଣ ରାଜ୍ୟ ସ୍ତରରେ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରୁ 115 ଜଣ ମେଡାଲ ଜିତିଛନ୍ତି। 2021 ଜାନୁଆରୀ 31ରେ ରାୟପୁରରେ ଓପନ ଜୁନିଅର ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲା। ସେଥିମଧ୍ୟରେ 6 ଜଣଙ୍କ ଚୟନ ହୋଇଥିଲା। ଡେରାଡୁନରେ ମାର୍ଚ୍ଚ 7ରୁ 15 ତାରିଖ ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ସେମାନେ ସାମିଲ ହେବେ।

ଆରମ୍ଭରେ ପିଲାମାନଙ୍କୁ ତୀରନ୍ଦାଜ ତାଲିମ ଦେବା ଆଇଟିବିପି ଯବାନମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ତୀରନ୍ଦାଜରେ ବ୍ୟବହୃତ ଧନୁ ଓ ତୀର ବିଦେଶରୁ ଆମଦାନୀ ହୁଏ। ଯାହା ସାଧାରଣତଃ ଟିକିଏ ମହଙ୍ଗା। ଆଟିବିପି ଯବାନମାନେ ନିଜ ଖର୍ଚ୍ଚରେ ଏହି ଧନୁ ଓ ତୀର ବିଦେଶରୁ ଆମଦାନୀ କରାଇଛନ୍ତି।

ଇଣ୍ଡିଆନ ଧନୁ ରାଉଣ୍ଡ ପ୍ରାୟ 7ରୁ 8 ହଜାର ପଡ଼େ। ରିକର୍ବରେ ପ୍ରାୟ ଦେଢ଼ରୁ 3 ଲକ୍ଷ ଟଙ୍କା ପଡ଼ିଥାଏ। ଆମେରିକାରେ ସବୁଠାରୁ ଭଲ ଧନୁତୀର ମିଳେ। ଏହାଛଡ଼ା କୋରିଆରେ ମଧ୍ୟ ଭଲ ଧନୁତୀର ମିଳେ। ତୀରନ୍ଦାଜ ଜରିଆରେ ଆଦିବାସୀ ଅଞ୍ଚଳ ମାଡ଼ର ଯୁବଗୋଷ୍ଠୀ ବର୍ତ୍ତମାନ ଭଲ ଭବିଶ୍ୟତ ଗଢ଼ିବା ଲକ୍ଷ୍ୟରେ ରହିଛନ୍ତି। ଶିଖିବା ପାଇଁ ସାଧନ କମ ହେଉ ପଛେ ମନୋବଳ ଦୃଢ଼ ରହିଛି। ସେଥିପାଇଁ ଯୁବଗୋଷ୍ଠୀ କୁହନ୍ତି ଚିତ୍ର ବଦଳାଇବୁ ନିଶ୍ଚୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.