ETV Bharat / bharat

ଚନ୍ଦ୍ରବାବୁଙ୍କୁ ବଡ ଆଶ୍ବସ୍ତି: ଅନ୍ୟ 3 ମାମଲାରେ ମିଳିଲା ଆଗୁଆ ଜାମିନ

Chandrababu get anticipatory bail: ଅନ୍ୟ 3 ମାମଲାରେ ଅଗ୍ରୀମ ବେଲ ପାଇଲେ ଚନ୍ଦ୍ରବାବୁ ନାଇଡୁ । ଦକ୍ଷତା ବିକାଶ ଘୋଟାଲା ମାମଲାରେ ଯାଇଥିଲେ ଜେଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 10, 2024, 5:34 PM IST

ଅନ୍ୟ 3 ମାମଲାରେ ଅନ୍ତରୀଣ ବେଲ ପାଇଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ବହୁଚର୍ଚ୍ଚିତ ଦକ୍ଷତା ବିକାଶ ଘୋଟାଲା ମାମଲାରେ ଦୀର୍ଘ ଆଇନଗତ ଲଢେଇ ପରେ ବେଲ ପାଇ ଜେଲରୁ ମୁକୁଳିଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ କୋର୍ଟରୁ ବଡ ଆଶ୍ବସ୍ତି । ଅନ୍ୟ 3 ମାମଲାରେ ଆଜି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ନାଇଡୁ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ସାର୍ବଜନୀନ କାର୍ଯ୍ୟକ୍ରରେ ମନ୍ତବ୍ୟ ଦେବେ ନାହିଁ ଓ ତଦନ୍ତରେ ସହଯୋଗ କରିବା ନେଇ କୋର୍ଟ ସର୍ତ୍ତ ରଖିଛନ୍ତି । ତେବେ ଏବେ ଆନ୍ଧ୍ର ପ୍ରଦେଶ ପୋଲିସ କିମ୍ବା ରାଜ୍ୟ ସିଆଇଡି ତାଙ୍କୁ ଏହି 3 ମାମଲାରେ କୌଣସି ପରିସ୍ଥିତିରେ ଗିରଫ କରିପାରିବ ନାହିଁ ।

ରାଜ୍ୟ ସିଆଇଡି ନାଇଡୁଙ୍କ ବିରୋଧରେ ଅମରାବତୀ ଇନ୍ନର ରିଙ୍ଗ ରୋଡ, ବାଲି ଓ ମଦ ଦୁର୍ନୀତି ନେଇ ମାମଲା ଦାଏର କରିଥିଲା । ଏହା ବିରୋଧରେ ଚନ୍ଦ୍ରବାବୁ 3 ଟି ପୃଥକ ମାମଲା ରୁଜୁ କରି ଆଗୁଆ ଜାମିନ ଆବେଦନ କରିଥିଲେ । ଆଜି ହାଇକୋର୍ଟ ଏହି ସମସ୍ତ ମାମଲାରେ ଚନ୍ଦ୍ରବାବୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ସହ ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ମନ୍ତ୍ରୀ କୋଲୁ ରବିନ୍ଦ୍ର ଓ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶ୍ରୀନରେଶଙ୍କୁ ମଧ୍ୟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ଦକ୍ଷତା ବିକାଶ ପ୍ରକଳ୍ପରେ ପ୍ରାୟ 3ଶହ କୋଟିର ହେରଫେର ହୋଇଥିବା ଅଭିଯୋଗରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଗତବର୍ଷ (2022) ସେପ୍ଟେମ୍ବର 9 ତାରିଖରେ ଗିରଫ କରିଥିଲା । ସେପ୍ଟେମ୍ବର 10 ରୁ ସେ ଅକ୍ଟୋବର 30 ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲରେ ରହିଥିଲେ । ନିଜ ବିରୋଧରେ ଜାରି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ସେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଆବେଦନ କରିଥିଲେ । ପରେ ତାଙ୍କୁ ଏହି ମାମଲାରେ ଆନ୍ଧ୍ର ହାଇକୋର୍ଟରୁ ପ୍ରଥମେ ଅନ୍ତରୀଣ ଜାମିନ ଓ ପରେ ନିୟମିତ ଜାମିନ ମିଳିଥିଲା । ଏବେ ତାଙ୍କ ବିରୋଧରେ ଥିବା ଅନ୍ୟ 3 ମାମଲାରେ ମଧ୍ୟ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏବେ ତାଙ୍କ ଗିରଫଦାରୀ ଉପରେ ଆଶଙ୍କା ହଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.