ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ: ଉଦ୍ଧାର ପାଇଁ ଷ୍ଟାଣ୍ଡ୍‌ବାଏରେ ଚିନୁକ

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜାରି । ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ଚିନୁକ ହେଲିକପ୍ଟରକୁ ଷ୍ଟାଣ୍ଡ୍‌ବାଏରେ ରଖାଯାଇଛି । ଅଧିକ ପଢନ୍ତୁ...

ଚମେଲି ହିମସ୍ଖଳନ: ଉଦ୍ଧାର ପାଇଁ ଷ୍ଟାଣ୍ଡ୍‌ବାଏରେ ଚିନୁକ

author img

By

Published : Feb 7, 2021, 9:07 PM IST

ଡେରାଡୁନ: ହିମାଳୟର ପାଦଦେଶରେ ଥିବା ଦେବଭୂମି ଉତ୍ତରାଖଣ୍ଡ ପୁଣି ମହାପ୍ରଳୟର ସାମ୍ନା କରିଛି । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ 100ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି । ବର୍ତ୍ତମାନସୁଦ୍ଧା 20 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇସାରିଛି । ଉଦ୍ଧାର ପାଇଁ ନିୟୋଜିତ ହୋଇଛନ୍ତି ଉଭୟ ଏନଡିଆରଏଫ ଓ ଏସଡିଆରଏଫ ଟିମ ।

ଉଦ୍ଧାର କାର୍ଯ୍ୟ ପାଇଁ ନୌସେନାର ଏକ ଉଦ୍ଧାରକାରୀ ଟିମକୁ ମଧ୍ୟ ଚମୋଲି ପଠାଇଛନ୍ତି କେନ୍ଦ୍ର ସରକାର । ସେପଟେ ବାୟୁସେନା ମଧ୍ୟ ଉଦ୍ଧାର ପାଇଁ ରହିଛି ପ୍ରସ୍ତୁତ । ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ଚିନୁକ ହେଲିକପ୍ଟରକୁ ଷ୍ଟାଣ୍ଡ୍‌ବାଏରରେ ରଖାଯାଇଛି ।

ଚିନୁକ ହେଭିଲିଫ୍ଚ ଟ୍ବିନ ରୋଟର ହେଲିକପ୍ଟର, ଯାହାକି ଉଦ୍ଧାର ସମୟରେ ଭାରି ବସ୍ତୁ ଉଠାଇବାରେ ସକ୍ଷମ । ଏହାକୁ ଦୃଷ୍ଟିରେ ରଖି ଚିନୁକ ହେଲିକପ୍ଟରକୁ ଷ୍ଟାଣ୍ଡ୍‌ବାଏରରେ ରଖାଯାଇଛି ।

ସେହିପରି ଭାରତୀୟ ବାୟୁସେନାର ବିପର୍ଯ୍ୟୟ ପ୍ରଶମନ ଟାସ୍କ ଫୋର୍ସର ଏକ ଅଂଶ ଭାବରେ, C130J ସୁପର ହର୍କ୍ୟୁଲେସ ପରିବହନ ବିମାନ ଡେରାଡୁନର ଜଲି ଗ୍ରାଣ୍ଟ ବିମାନବନ୍ଦରରେ ଉଦ୍ଧାରକାରୀ ଦଳ ଏବଂ ଅନ୍ୟାନ୍ୟ ଭାରୀ ଯନ୍ତ୍ର ସହିତ ଅବତରଣ କରିଛି ।

AFS ହିଣ୍ଡନରୁ ଦୁଇଟି IAF C-130 ବିମାନ ଡେହରାଡୁନରେ ଏନଡିଆରଏଫ ସହିତ ପ୍ରସ୍ତୁତ ହୋଇରହିଛନ୍ତି । ଏମଆଇ -17 ଏବଂ ଏଏଲଏଚ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଜୋଶିମାଥରେ ନିୟୋଜିତ ଏକ ଅତିରିକ୍ତ ଏଏଲଏଚ ପ୍ରଭାବିତ ଅଞ୍ଚଳଗୁଡିକରେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.