ETV Bharat / bharat

ଆଜି ଲଞ୍ଚ ହେବ E-Shram ପୋର୍ଟାଲ

ଅପରାହ୍ନ ୩ଟା ୩୦ ମିନିଟରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଲଞ୍ଚ କରିବ E-Shram ପୋର୍ଟାଲ । ଅଧିକ ପଢନ୍ତୁ...

ଆଜି ଲଞ୍ଚ ହେବ E-Shram ପୋର୍ଟାଲ
ଆଜି ଲଞ୍ଚ ହେବ E-Shram ପୋର୍ଟାଲ
author img

By

Published : Aug 26, 2021, 8:31 AM IST

ନୂଆଦିଲ୍ଲୀ: ଆଜି ଲଞ୍ଚ ହେବ E-Shram ପୋର୍ଟାଲ । ଏହି ପୋର୍ଟାଲ ମାଧ୍ୟମରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସକୁ ରେକର୍ଡ କରାଯିବ । ଅପରାହ୍ନ ୩ଟା ୩୦ ମିନିଟରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଲଞ୍ଚ କରିବ ଏହି ପୋର୍ଟାଲ । ଏହା ପୂର୍ବରୁ ଅଗଷ୍ଟ ୨୪ରେ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ପୋର୍ଟାଲର ଲୋଗୋ ଉନ୍ମୋଚନ କରିଥିଲେ ।

ଲୋଗୋ ଉନ୍ମୋଚନ ଅବସରରେ ମନ୍ତ୍ରୀ କହିଥିଲେ ଏହି ପୋର୍ଟାଲ ଦ୍ବାରା ଅସଂଗଠିତ ଶ୍ରମିକଙ୍କୁ ଚିହ୍ନଟ କରାଯିବ । ଯାହା ଏକ ଆବଶ୍ୟକୀୟ ପଦକ୍ଷପ । ଏହା ଆମ ଦେଶର ଜାତୀୟ ନିର୍ମାଣକାରୀଙ୍କ ଡାଟାବେସ୍ ହେବ । ଆମର ଶ୍ରମଯୋଗୀ, କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ସେମାନଙ୍କ ଦ୍ୱାରରେ ପହଞ୍ଚାଇବାରେ ଏହି ପୋର୍ଟାଲ ସାହାଯ୍ୟ କରିବ । ଯେଉଁମାନେ ଆମ ଦେଶର ନିର୍ମାଣକାରୀ ସେମାନଙ୍କ କଲ୍ୟାଣ ପାଇଁ ଏହି ପୋର୍ଟାଲ କାମ କରିବ ବୋଲି ଯାଦବ ଲୋଗୋ ଲଞ୍ଚ ଉନ୍ମୋଚନ କରିବା ସମୟରେ କହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହା ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଲକ୍ଷ ଲକ୍ଷ ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଏହା ଏକ ପରିବର୍ତ୍ତନକାରୀ ପଦକ୍ଷପ ହେବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.