ETV Bharat / bharat

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

author img

By

Published : Jun 22, 2022, 10:36 AM IST

Updated : Jun 22, 2022, 11:01 AM IST

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବଢିଲା ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବ୍ୟବସ୍ଥା । ଦ୍ରୌପଦୀ ମୁର୍ମୁଙ୍କୁ ମିିଳିଲା Z+ ସୁରକ୍ଷା ।

ଦ୍ରୌପଦୀ ମୁର୍ମୁଙ୍କୁ ମିିଳିଲା Z+ ସୁରକ୍ଷା
ଦ୍ରୌପଦୀ ମୁର୍ମୁଙ୍କୁ ମିିଳିଲା Z+ ସୁରକ୍ଷା

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବଢିଲା ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବ୍ୟବସ୍ଥା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କୁ Z+ ସୁରକ୍ଷା ଯୋଗାଇ ଦେଇଛନ୍ତି । 10 କମାଣ୍ଡୋଙ୍କୁ ମିଶାଇ 150 ଜଣ NSG ଓ CRPF କମାଣ୍ଡୋ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । 5ଟି ବୁଲେଟପ୍ରୁଫ କାର ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ରହିଛି । ରାଇରଙ୍ଗପୁରରୁ ଭୁବନେଶ୍ବର ଓ ଦିଲ୍ଲୀ ଯାଏଁ ସୁରକ୍ଷା ଦିଆଯିବ ।

ଗତକାଲି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ଆଜି (ବୁଧବାର) ଭଗବାନଙ୍କୁ ଦର୍ଶନ କରିଥିଲେ । ବାସଭବନରୁ କଡା ସୁରକ୍ଷାରେ ମନ୍ଦିର ଯାଇ ପୂଜାର୍ଜନା କରିଥିଲେ ଦ୍ରୌପଦୀ ମୁର୍ମୁ । ମନ୍ଦିରରେ ଭରବାନଙ୍କୁ ଦର୍ଶନ ପାଇଁ ଯିବା ସମୟରେ ମୁର୍ମୁଙ୍କୁ କଡା ସୁରକ୍ଷା ବଳୟ ଭିତରେ ନିଆଯାଇଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୌପଦୀଙ୍କୁ ବିଭିନ୍ନ ସ୍ଥାନକୁ ନିଆଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଆସନ୍ତା 25 ତାରିଖରେ ନାମାନଙ୍କ ଭରିବେ ମୁର୍ମୁ । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ବିଜୟୀ ହେଲେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ । 2015 ରୁ 2021 ଯାଏଁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।

Last Updated : Jun 22, 2022, 11:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.