ETV Bharat / bharat

ବଢୁଛି ଚାହିଦା, 19ଟି ରାଜ୍ୟକୁ ରେମଡେସିଭିର ଯୋଗାଇଲା କେନ୍ଦ୍ର - 19ଟି ରାଜ୍ୟକୁ ରେମଡେସିଭିର ଯୋଗାଇଲା କେନ୍ଦ୍ର

ଶନିବାର କେନ୍ଦ୍ର ସରକାର କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ 19ଟି ରାଜ୍ୟକୁ ରେମଡେସିଭିର ଯୋଗାଇଛନ୍ତି । ଅଧିକ ପଢନ୍ତୁ...

ବଢୁଛି ରେମଡେସିଭିର ଚାହିଦା
ବଢୁଛି ରେମଡେସିଭିର ଚାହିଦା
author img

By

Published : Apr 25, 2021, 2:21 PM IST

ନୂଆଦିଲ୍ଲୀ: ବଢୁଛି ରେମଡେସିଭିରର ଚାହିଦା । ଏ ନେଇ ଶନିବାର କେନ୍ଦ୍ର ସରକାର କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ 19ଟି ରାଜ୍ୟକୁ ରେମଡେସିଭିର ଯୋଗାଇଛନ୍ତି ।

ଦିନକୁ ଦିନ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ପରିଚାଳନା ପାଇଁ ରେମଡେସିଭିରର ଚାହିଦା ବଢିଛି । ଏ ନେଇ ଶନିବାର କେନ୍ଦ୍ର ସରକାର 19ଟି ରାଜ୍ୟକୁ ରେମଡେସିଭିର ଯୋଗାଇଛି । ଏହା ସହିତ ଏହାର କଳାବଜାରୀକୁ ରୋକିବା ସହିତ କଳାବଜାରୀକେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କୋଭିଡ 19 ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ରେମଡେସିଭିରର ହଠାତ ଚାହିଦା ବୃଦ୍ଧି ହୋଇଛି । ଏ ନେଇ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯାଇଛି । ଏ ନେଇ ଉତ୍ପାଦନ କେନ୍ଦ୍ରଗୁଡିକୁ ସରାକାରଙ୍କ ପକ୍ଷକୁ ଯଥେଷ୍ଟ ସହଯୋଗ ମିଳୁଛି । ପୂର୍ବରୁ 38ଲକ୍ଷ ରେମଡେସିଭିର ଉତ୍ପାଦନ କରାଯାଉଥିଲା । ମାତ୍ର ଚାହିଦା ବୃଦ୍ଧି ନେଇ ବର୍ତ୍ତମାନ 74ଲକ୍ଷ ରେମଡେସିଭିର ଉତ୍ପାଦନ କରାଯାଉଛି । ଏହା ସହିତ ଆଉ 20ଟି ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଛି ।

କିଛି କାରଣ ପାଇଁ ଦେଶର କେତେକ ସ୍ଥାନରେ ରେମଡେସିଭିରର ଅଭାବ ଦେଖାଦେଇଛି । ଏ ନେଇ ଅନଃ-ରାଜ୍ୟ ରେମଡେସିଭିର ଯୋଗାଣ ପାଇଁ ଫାର୍ମାସ୍ୟୁଟିକାଲ୍ ବିଭାଗ ସହିତ ଯୋଗାଯୋଗ ରଖିଛନ୍ତି । କିଛି ରାଜ୍ୟଗୁଡିକ ଅଧିକରୁ ଅଧିକ ରେମଡେସିଭିର ଯୋଗାଣ ପାଇଁ କହିଛନ୍ତି । ରାଜ୍ୟବ୍ୟାପୀ ଯୋଗାଣର ସମୀକ୍ଷା କରାଯାଇ ପରବର୍ତ୍ତୀ ସମୟରେ ରାଜ୍ୟକୁ ଅଧିକରୁ ଅଧିକ ଯୋଗାଣ କରାଯିବା ନେଇ ଟ୍ବିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.