ETV Bharat / bharat

ସିବିଆଇ ସ୍କାନରରେ RJD ନେତା, ରେଡ୍‌ ବେଳେ ବିପୁଳ ସୁନାଗହଣା ଓ ନଗଦ ଟଙ୍କା ଜବତ - ଆରଜେଡି ନେତାଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ

ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍ ଘଟଣା । ରେଡ୍ ସମୟରେ ଏମଏଲସି ସୁନୀଲ ସିଂହଙ୍କ ସମେତ ଅନ୍ୟ ନେତାମାନଙ୍କ ଘରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସିବିଆଇ ସ୍କାନରରେ RJD ନେତା
ସିବିଆଇ ସ୍କାନରରେ RJD ନେତା
author img

By

Published : Aug 25, 2022, 2:20 PM IST

ପାଟନା: 'ଜମି ବଦଳରେ ଚାକିରି ଦୁର୍ନୀତି'(land-for-job scam) ମାମଲାରେ ଆକ୍ସନ ମୋଡ୍‌ରେ ସିବିଆଇ(CBI) । ବୁଧବାର ବିହାରରେ ମହାମେଣ୍ଟ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ କେନ୍ଦ୍ରୀୟ ଏଜେନ୍ସି ଟିମ୍ ରାଷ୍ଟ୍ରୀୟ ଜନତା ଦଳ(RJD)ର ନେତାଙ୍କ ଘରେ ପଶିଥିଲା । ଆରଜେଡି ନେତାମାନଙ୍କ ଦିଲ୍ଲୀ, ପାଟନା ସମେତ ଏକାଧିକ ଠିକଣା ଚଢାଉ କରିଥିଲା । ଉଦ୍ଦେଶ୍ୟମୂଳକ ଭାବେ ଏହି ଚଢାଉ କରାଯାଇଥିବାର ଆରଜେଡି ନେତା କହୁଥିବା ବେଳେ ଚଢାଉ ସମୟରେ ସେମାନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି । ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ରେଲୱେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଏମଏଲସ ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଏବଂ ଫୈୟାଜ ଅହମ୍ମଦ ପ୍ରମୁଖ ନେତା ଏବେ ସିବିଆଇ ସ୍କାନରରେ ଅଛନ୍ତି । ଏହି ମାମଲାର ତଦନ୍ତ ପ୍ରକ୍ରିୟା ଭାବେ ବୁଧବାର ସକାଳେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି CBI ଟିମ୍ ପାଟନା, କଟିହାର ଏବଂ ମଧୁବନୀ ଅଞ୍ଚଳର ଅନେକ ସ୍ଥାନରେ ଛାପା ମାରିଥିଲା । ଏହାସହିତ ସିବିଆଇ ଗୁରୁଗ୍ରାମର ସେକ୍ଟର ୭୧ ସ୍ଥିତ ଅର୍ବାନ କ୍ୟୁବସ ମଲ୍‌ରେ ମଧ୍ୟରେ ରେଡ୍ କରିଥିଲା ।

ସୂତ୍ର ଅନୁସାରେ, ଆରଜେଡି ନେତାଙ୍କ ଏକାଧିକ ଠିକଣାରେ ଚଢାଉ ସମୟରେ ୨୦୦ରୁ ଅଧିକ ଜମି କାଗଜପତ୍ର ଜବତ ହୋଇଛି । ଏହାବ୍ୟତୀତ ୨୦ କେଜିରୁ ଅଧିକ ସୁନାଗହଣା ମିଳିଛି । କେବେଳ ଏତିକି ନୁହେଁ, RJD ଏମଏଲସି ସୁନୀଲ କୁମାର ସିଂହଙ୍କ ବିଭିନ୍ନ ଠିକଣାରୁ ଦିଲ୍ଲୀ ଗୁରୁଗାଓଁରେ ନିର୍ମାଣାଧୀନ ମଲ୍‌ର ପେପର ମଧ୍ୟ ସିବିଆଇ ହାତରେ ଲାଗିଛି । ରେଡ୍ ବେଳେ ୨,୫୯,୬୪୦ ନଗଦ ଟଙ୍କା ତାଙ୍କ ଘରୁ ଜବତ ହୋଇଛି । ପ୍ରାୟ ୧୩ ଘଣ୍ଟା ଧରି ସିବିଆଇ ସୁନୀଲଙ୍କ ଘରେ ଖୋଳତାଡ କରିଛି । ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ RJD ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ।

ଏହାମଧ୍ୟ ପଢନ୍ତୁ: ଫ୍ଲୋର ଟେଷ୍ଟ ପୂର୍ବରୁ RJD ନେତାଙ୍କ ଘରେ ପଶିଲା ସିବିଆଇ

ବୁଧବାର ଭୋର୍ ୪ଟା ସମୟରେ ସିବିଆଇ ଟିମ୍ ଆରଜେଡି ରାଜ୍ୟସଭା ସାଂସଦ ଫୈୟାଜ ଅହମ୍ମଦଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ବିପୁଳ ନଗଦ ଟଙ୍କା ଜବତ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ ସିବିଆଇ ପକ୍ଷରୁ କୌଣସି ବୟାନ ମିଳିନାହିଁ । ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ମଲରେ ମଧ୍ୟ ସିବିଆଇ ଚଢାଉ କରିଥିଲା । ଏହି ମଲରେ ତେଜସ୍ବୀଙ୍କ କିଛି ଭାଗ ରହିଛି । ଏହି ମାମଲା ମଧ୍ୟ ଜମି ବଦଳରେ ଚାକିରି ଦୁର୍ନୀତି ସହ ଜଡିତ ଥିବା କୁହାଯାଉଛି ।

ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଏହି ମହାଦୁର୍ନୀତିବେଳେ ତେଜସ୍ବୀ ଯାଦବ ନାବାଳକ ଥିଲେ । ତେବେ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାର ଛାନଭିନ୍ ଜାରି ରହିଥିବାବେଳେ ଆଗକୁ ଅନେକ ଆରେଜଡି ନେତାଙ୍କ ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୪ରୁ ୨୦୦୯ ମଧ୍ୟରେ ରେଲୱେ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ ।

ଏହି ଘଟଣାର ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା ଯେ, ରେଲୱେ ଚାକିରି ଆଶାୟୀ ଲାଲୁଙ୍କ ପତ୍ନୀ ରାବଡି ଦେବୀ ଏବଂ ଝିଅ ହେମା ଯାଦବଙ୍କୁ ଉପହାର ରୂପେ ଜମି ଦେଇଥିଲେ । ପରେ ସେହି ଆଶାୟୀଙ୍କୁ ନିଯୁକ୍ତି ମିଳିଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ରେଲୱେର ବିଭିନ୍ନ ଜୋନରେ ଗ୍ରୁପ ଡି ପୋଷ୍ଟରେ ନିଯୁକ୍ତି ବଦଳରେ ଲାଲୁଙ୍କ ପରିବାର ସଦସ୍ୟଙ୍କ ନାମରେ ଏକାଧିକ ଜମି ହସ୍ତାନ୍ତର ହୋଇଥିଲା । ଏହିସବୁ ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା ନୋଟିସ୍ ଜାରି ହୋଇନଥିବା କେନ୍ଦ୍ରୀୟ ଏଜେନ୍ସି ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.