ETV Bharat / bharat

YS Viveka Murder: କଡପା ସାଂସଦଙ୍କ ବାପା ଭାସ୍କର ରେଡ୍ଡି ଗିରଫ, ହତ୍ୟା ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ - ଭାସ୍କର ରେଡ୍ଡି ଗିରଫ

ବିବେକାନନ୍ଦ ରେଡ୍ଡି ହତ୍ୟା ମାମଲାରେ କଡପା ସାଂସଦ ଅଭିନାଶ ରେଡ୍ଡିଙ୍କ ବାପା ଭାସ୍କର ରେଡ୍ଡି ଗିରଫ । ଉଦୟ ସହ ମିଶି ସେ ଓ ଅଭିନାଶ ହତ୍ୟା ପ୍ରମାଣ ନଷ୍ଟ କରିଥିବା ଦାବି କଲା ସିବିଆଇ । ଅଧିକ ପଢନ୍ତୁ

କଡପା ସାଂସଦଙ୍କ ବାପା ଭାସ୍କର ରେଡ୍ଡି ଗିରଫ
କଡପା ସାଂସଦଙ୍କ ବାପା ଭାସ୍କର ରେଡ୍ଡି ଗିରଫ
author img

By

Published : Apr 16, 2023, 10:09 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଦାଦା ପୂର୍ବତନ ମନ୍ତ୍ରୀ ୱାଇଏସ୍ ବିବେକାନନ୍ଦ ରେଡ୍ଡିଙ୍କ ହତ୍ୟା ମାମଲାରେ ସିବିଆଇ ଆଜି ସକାଳେ କଡପା ସାଂସଦ ଅଭିନାଶ ରେଡ୍ଡିଙ୍କ ବାପା ୱାଇଏସ୍ ଭାସ୍କର ରେଡ୍ଡିଙ୍କୁ ଗିରଫ କରିଛି । ଗତ ୪୮ ଘଣ୍ଟା ମଧ୍ୟରେ ବିବେକାନନ୍ଦ ହତ୍ୟା ମାମଲାରେ ଏହା ଦ୍ବିତୀୟ ଗିରଫଦାରୀ । ଏହାପୂର୍ବରୁ ଗତ ଶୁକ୍ରବାର ତଦନ୍ତକାରୀ ସଂସ୍ଥା ଉଦୟ କୁମାର ରେଡ୍ଡିକୁ ଗିରଫ କରିଥିଲା । ଭାସ୍କର ରେଡ୍ଡିଙ୍କ ଗିରଫଦାରୀ ଖବର ପ୍ରଘଟ ହେବା ପରେ ବହୁସଂଖ୍ୟାରେ ୱାଇଏସଆରସିପି କର୍ମୀ ଓ କଡପା ସାଂସଦଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ପହଞ୍ଚିଛନ୍ତି ।

ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ବିବେକା ହତ୍ୟା ଘଟଣାରେ ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟରେ ହତ୍ୟାକାଣ୍ଡ ସହ ଜଡିତ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି ଏହି ଘଟଣାରେ କଡପା ସାଂସଦ ଅଭିନାଶ ରେଡ୍ଡିଙ୍କ ଘନିଷ୍ଠ ସହଯୋଗୀ ଗଜ୍ଜାଲା ଉଦୟ କୁମାର ରେଡ୍ଡିକୁ ରିମାଣ୍ଡ ରିପୋର୍ଟରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ସିବିଆଇ ଦାବି କରିଛି ଯେ, ଉଦୟ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିଛି । ଗାଙ୍ଗିରେଡ୍ଡି, ଶିବଶଙ୍କର ରେଡ୍ଡି ଓ ଉଦୟ ମିଶି ହତ୍ୟାର ପ୍ରମାଣ ଲିଭାଇବାକୁ ଅପଚେଷ୍ଟା କରିଛନ୍ତି ।

ବିବେକାଙ୍କ ହତ୍ୟା ଦିନ ଉଦୟ କୁମାର ସକାଳ ୪ଟାରୁ ନିଜ ଘରୁ ବାହାରି ଯାଇଥିଲା । ସେ ବିବେକାନନ୍ଦଙ୍କୁ ହତ୍ୟା କରାଯାଇଥିବା ସ୍ଥାନକୁ ଯାଇ ପ୍ରମାଣ ନଷ୍ଟ କରିଥିଲା । ଉଦୟ ଭାସ୍କର ରେଡ୍ଡି ଏବଂ ସାଂସଦ ଅଭିନାଶ ରେଡ୍ଡିଙ୍କ ସହ ମିଶି ଏହି କାର୍ଯ୍ୟ କରିଥିଲା । ଏପରିକି ତଦନ୍ତ ପ୍ରକ୍ରିୟାରେ ଉଦୟ ସହଯୋଗ କରିନଥିଲା ଏବଂ ଖସି ଯିବାକୁ ଚେଷ୍ଟା କରୁଥିଲା । ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ କହିଛି । ଏହି ହତ୍ୟା ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ଏହି ଅଭିଯୁକ୍ତମାନେ ପୂର୍ବତନ ମନ୍ତ୍ରୀ ବିବେକାଙ୍କ ହତ୍ୟାକୁ ହୃଦଘାତର ରୂପ ଦେବାକୁ ଚେଷ୍ଟା କରିଥିଲେ । ହତ୍ୟାର ଦିନକ ପୂର୍ବରୁ ଉଦୟ କୁମାର ଅଭିନାଶ ରେଡ୍ଡିଙ୍କ ଘରକୁ ଯାଇଥିଲା । ହତ୍ୟା ଘଟିବା ଦିନ ସକାଳେ ଶିବଶଙ୍କର ରେଡ୍ଡି ମଧ୍ୟ ଅଭିନାଶଙ୍କ ଘରେ ଉପସ୍ଥିତ ଥିଲେ । ଯେତେବେଳେ ହତ୍ୟାକାଣ୍ଡ କଥା ଜଣାପଡିଲା ଅଭିନାଶ ପ୍ରମାଣ ନଷ୍ଟ କରିବା ପାଇଁ ନିଜ ଘରେ ଅପେକ୍ଷା କରିଥିଲେ । ଏହାପରେ ଶିବପ୍ରକାଶ ରେଡ୍ଡି ଅଭିନାଶଙ୍କୁ କଲ୍ କରି ବିବେକାଙ୍କ ମୃତ୍ୟୁ ଖବର ଜଣାଇଥିଲେ । ହତ୍ୟାକାଣ୍ଡ ଦିନ ଉଦୟ କୁମାର, ଭାସ୍କର ରେଡ୍ଡି ଓ ଶିବଶଙ୍କର ରେଡ୍ଡି ସାଂସଦଙ୍କ ଘରେ ଥିଲେ । ଯାହାକି ଗୁଗୁଲ ଟେକ୍ଆଉଟରୁ ଜଣାପଡିଥିବା ଯାଞ୍ଚ ଏଜେନ୍ସି କହିଛି ।

ଅନ୍ୟପଟେ ସୁପ୍ରିମକୋର୍ଟ ଚଳିତ ମାସ ୩୦ ତାରିଖ ସୁଦ୍ଧା ବିବେକାନନ୍ଦ ରେଡ୍ଡି ହତ୍ୟା ମାମଲାର ତଦନ୍ତ ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଜୋରସୋରରେ ତଦନ୍ତ ଚଳାଇଛି । ଏହି କ୍ରମରେ ସିବିଆଇ ଗତ ଶୁକ୍ରବାର ଦିନ ଗଜ୍ଜାଲା ଉଦୟ ରେଡ୍ଡିକୁ ଗିରଫ କରିଥିଲା । ଆଜି ସକାଳେ ସାଂସଦ ଅଭିନାଶ ରେଡ୍ଡିଙ୍କ ବାପା ଭାସ୍କର ରେଡ୍ଡିଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.