ETV Bharat / bharat

ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି ସିବିଆଇ: ଆପ

author img

By

Published : Mar 6, 2023, 10:00 AM IST

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି ସିବିଆଇ । ଏଭଳି ଅଭିଯୋଗ ଆଣିଛନ୍ତି ଆପ ପ୍ରବକ୍ତା ସୌରଭ ଭରଦ୍ବାଜ ।

AAP slams Centre
AAP slams Centre

ଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଆମ ଆଦମୀ ପାର୍ଟୀ ଦେଶବ୍ୟାପୀ ଆନ୍ଦୋଳନ କରିଥିବା ବେଳେ ସିବିଆଇ ଉପରେ ଆଉ ଏକ ଅଭିଯୋଗ ଲଗାଇଛି ଆପ । ଆପର ନେତା ମାନେ କେନ୍ଦ୍ର ସରକାର ଏବଂ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଗତକାଲି(ରବିବାର) ଆପ ପ୍ରବକ୍ତା ସୌରଭ ଭରଦ୍ବାଜ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେବା ସହ ମିଥ୍ୟା ସ୍ବୀକାର କରିବା ପାଇଁ ତାଙ୍କୁ ଚାପ ଦିଆଯାଉଥିବା ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରି କହିଛନ୍ତି, "ସିବିଆଇ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି, ଯାହାଫଳରେ ସେ ମିଥ୍ୟା ସ୍ବୀକାର କରିବେ । ଶନିବାର ମନୀଷ ସିସୋଦିଆ ତାଙ୍କ ଓକିଲ ଦ୍ବାରା ଏହି ସଙ୍କେତ ଦେଇଛନ୍ତି । ଯେଉଁ ବ୍ୟକ୍ତି ଗରିବ ପିଲାମାନଙ୍କ ଉନ୍ନତି ପାଇଁ କାମ କରିଛନ୍ତି, ଆଜି ତାଙ୍କୁ ଫସେଇବା ପାଇଁ ଚେଷ୍ଟା କରାଯାଉଛି । ଏହା ଏକ ଦୁର୍ଭାଗଜନକ ବିଷୟ ଅଟେ । ସେ ୧ଟଙ୍କାର ମଧ୍ୟ ବେଇମାନି କରିଥିବା ପ୍ରମାଣ ସିବିଆଇ ପାଖରେ ନାହିଁ, ତେଣୁ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । "

କଂଗ୍ରେସକୁ ମଧ୍ୟ ଟାର୍ଗେଟ: ସିସୋଦିଆଙ୍କୁ ଫସାଇ ଦିଆଯାଇଥିବା ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି 9 ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ସଂସ୍ଥା ଗୁଡିକର ଅପବ୍ୟବହାର ହେଉଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏହି ୯ ନେତାଙ୍କ ମଧ୍ୟରେ କୌଣସି କଂଗ୍ରେସ ନେତା ନାହାନ୍ତି । ଏନେଇ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି,"କଂଗ୍ରେସ କେବେ ବିରୋଧୀଙ୍କ ସହ ଛିଡା ହୋଇନାହିଁ ।

ଆମେ ଶୁଣିବାକୁ ପାଇଥିଲୁ ରାହୁଲ ଗାନ୍ଧୀ ଏବଂ ରୋବର୍ଟ ଭଦ୍ରାଙ୍କୁ ଜେଲରେ ଭର୍ତ୍ତି କରିବା ନେଇ ବିଜେପି କହୁଥିଲା । କିନ୍ତୁ ଯେତେବେଳେ ଜାତୀୟ ପ୍ରସଙ୍ଗ ସାମ୍ନାକୁ ଆସୁଛି ସେତେବେଳେ କଂଗ୍ରେସ ଅଦୃଶ୍ୟ ହୋଇଯାଉଛି । ଯେତେବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ରେଡ କରାଯାଇଥିଲା ସେତେବେଳେ ଅଜୟ ମାକନ୍ କରତାଳି ଦେଇଥିଲେ । ସମସ୍ତେ ଜାଣିଛନ୍ତି ମନୀଷ ସିସୋଦିଆଙ୍କ ସହ କଣ ହୋଇଛି । କଂଗ୍ରେସ ସବୁବେଳେ ବଡଭାଇ ବୋଲି ସମ୍ବୋଧନ କରୁଥିଲା ହେଲେ ଏବେ ସୋନିଆ, ରାହୁଲ ଗାନ୍ଧୀ କେଉଁଠି ଅଛନ୍ତି ? ଯେତେବେଳେ ମନୀଷ ସିସୋଦିଆଙ୍କ ସହିତ ଏହା ଘଟୁଥିଲା, ସେତେବେଳେ ତାଙ୍କ ମୁହଁରେ ଦହି ଥିଲା । ସେମାନେ ଚାହାନ୍ତି ଯେ, ବିରୋଧୀ ନରୁହନ୍ତୁ ।"

ଉପରାଜ୍ୟପାଳଙ୍କୁ ନୈତିକତାର ପାଠ ନପଢାଇବା ପାଇଁ କହିଲେ ଭରଦ୍ବାଜ: ଫିନଲ୍ୟାଣ୍ଡକୁ ଶିକ୍ଷକ ପଠାଇବା ପାଇଁ LGର ଅନୁମୋଦନ କ୍ରମେ AAP ମୁଖପାତ୍ର କହିଛନ୍ତି," ବର୍ତ୍ତମାନ ଏଲଜି ସାର୍ ଫିନଲ୍ୟାଣ୍ଡ ଯିବା ଉଚିତ, ଆମ ପାଖରୁ କୌଣସି ଫାଇଲ ଯିବ ନାହିଁ । ପ୍ରତ୍ୟେକ ଜୋନରୁ ଶିକ୍ଷକ ଫିନଲ୍ୟାଣ୍ଡ ଯିବା ଉଚିତ ବୋଲି ରାଜ୍ୟପାଳ କହୁଛନ୍ତି, ତେବେ ଏଲଡରମ୍ୟାନ କ୍ଷେତ୍ରରେ କଣ ଜୋନର ଯତ୍ନ ନେଇଛନ୍ତି ? 12ଟି ଜୋନ୍ ଥିଲା, LG ସମାନ ଭାବରେ ବଣ୍ଟନ କଲା କି ? ଯେଉଁଠାରେ ବିଜେପିର ଆବଶ୍ୟକତା ଥିଲା ସେ 10 ଜଣ ଆଲର୍ମେନଙ୍କୁ ମନୋନୀତ କରିଥିଲେ । ଏଲଜି ସାହାବ ଆପଣ ଉଚ୍ଚ ପାହାଡରେ ବସି ଆମକୁ ନୈତିକତାର ପାଠ ପଢାନ୍ତୁନି ।"ମନୀଷ ସିସୋଦିଆଙ୍କ ସମର୍ଥନରେ ସରକାରୀ ବିଦ୍ୟାଳୟର ପିଲାମାନଙ୍କ ସହ ପ୍ରଚାର ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (NCPCR) ଏକ ନୋଟିସ ଜାରି କରିଛି ।

ପ୍ରକାଶଥାଉ କି, ଫେବୃଆରୀ 26 ତାରିଖରେ ମନୀଷ ସିସୋଦିଆଙ୍କୁ ହାଜର ପାଇଁ ସିବିଆଇ ସମନ କରିଥିଲା । ଦୀର୍ଘ 8 ଘଣ୍ଟା ଜେରା ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ଜାତୀୟ ରାଜଧାନୀରେ ଆପ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସିସୋଦିଆଙ୍କ ଗିରଫଦାରୀଙ୍କୁ ବିରୋଧ କରିଥିଲା ଆମ ଆଦମୀ ପାର୍ଟି । ସିବିଆଇ ପ୍ରଥମେ 5 ଦିନିଆ ରିମାଣ୍ଡରେ ନେଇଥିଲା । ଏହାପରେ ପୁଣି ଆଉ 3 ଦିନ ରିମାଣ୍ଡରେ ନେଇଛି । ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିକୁ ମାର୍ଚ୍ଚ 10 ତାରିଖ ଯାଏ ସ୍ଥଗିତ ରଖିଛନ୍ତି । ଆସି ସିସୋଦିଆଙ୍କ ରିମାଣ୍ଡ ଶେଷ ହେବାକୁ ଥିବା ବେଳେ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ସିବିଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.