ETV Bharat / bharat

Cash for Query row: ମୋଇତ୍ରାଙ୍କ ବିରୋଧରେ ଲୋକପାଳଙ୍କ CBI ତଦନ୍ତ ନିର୍ଦ୍ଦେଶ, ଦାବି କଲେ ନିଶିକାନ୍ତ ଦୁବେ

author img

By ETV Bharat Odisha Team

Published : Nov 8, 2023, 8:31 PM IST

କ୍ବାସ ଫର କ୍ବାରୀ ମାମଲାରେ ମୋଇତ୍ରାଙ୍କ ବିରୋଧରେ ଲୋକପାଳ CBI ତଦନ୍ତ ନିର୍ଦ୍ଦେଶ ଦେଇଥିବା ଦାବି କଲେ ନିଶିକାନ୍ତ ଦୁବେ । 21ରେ ଲୋକପାଳଙ୍କ ନିକଟରେ କରିଥିଲେ ଅଭିଯୋଗ । 9 ତାରିଖରେ ଡ୍ରାଫ୍ଟ ଆଡପ୍ଟ କରିବ ସଂସଦ ଏଥିକ୍ସ କମିଟି । ଅଧିକ ପଢନ୍ତୁ

Cash for Query row: ମୋଇତ୍ରାଙ୍କ ବିରୋଧରେ ଲୋକପାଳ CBI ତଦନ୍ତ ନିର୍ଦ୍ଦେଶ ଦେଇଥିବା ନିଶିକାନ୍ତ ଦୁବେଙ୍କ ଦାବି

ନୂଆଦିଲ୍ଲୀ: କ୍ବାସ ଫର କ୍ବାରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକପାଳ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଦାବି କରିଛନ୍ତି ଅଭିଯୋଗକାରୀ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ । ଦୁବେ ଏନେଇ ଟ୍ବିଟ ମଧ୍ୟ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ଲୋକପାଳ ମୋଇତ୍ରାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଟ୍ବିଟରେ ଦାବି କରିଛନ୍ତି ।

  • लोकपाल ने आज मेरे कम्प्लेन पर आरोपी सांसद महुआ जी के राष्ट्रीय सुरक्षा को गिरवी रखकर भ्रष्टाचार करने पर CBI inquiry का आदेश दिया

    — Dr Nishikant Dubey (@nishikant_dubey) November 8, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ଏହି ମାମଲା ସଂସଦ ଏଥିକ୍ସ କମିଟି ନିକଟରେ ବିଚାରାଧୀନ ରହିଛି । ଏଥିକ୍ସ କମିଟି କୌଣସି ଡ୍ରାଫ୍ଟ ଗୃହୀତ କରିନଥିବା ବେଳେ ସମସ୍ତ 3 ଜଣ ପକ୍ଷ ରଖି ସାରିଛନ୍ତି । ସଂସଦୀୟ ସଦାଚାର କମିଟିରେ ମାମଲା ଥିବା ବେଳେ 21 ତାରିଖରେ ନିଶିକାନ୍ତ ଦୁବେ ଏହି ଅଭିଯୋଗ ସହ ଲୋକପାଳଙ୍କ ନିକଟରେ ହାଜର ହୋଇଥିଲେ । ତେବେ ଆଜି ଲୋକପାଳଙ୍କ ପକ୍ଷରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ ଦାବି କରିଛନ୍ତି । ମାତ୍ର ଏନେଇ ସରକାରୀ ଭାବେ କିଛି ପ୍ରକାଶ କରାଯାଇନଥିବା ବେଳେ ମୋଇତ୍ରା ମଧ୍ଯ ଏହାକୁ ଖଣ୍ଡନ କରିଛନ୍ତି । ଏକ୍ସରେ ଦୁବେ ଲେଖିଛନ୍ତି, ମୋ ଅଭିଯୋଗ ଆଧାରରେ ଏହି ସିବିଆଇ ତଦନ୍ତ ନିର୍ଦ୍ଦେଶ ମିଳିଛି । ମୋଇତ୍ରା ଜାତୀୟ ସୁରକ୍ଷାକୁ ବନ୍ଧକ ରଖି ଦୁର୍ନୀତି କରିଛନ୍ତି । ଏବେ ତାଙ୍କ ବିରୋଧରେ ସିବିଆଇ ତଦନ୍ତ ହେବାକୁ ଯାଉଛି ।

ଏହି ମାମଲାରେ ସଂସଦୀୟ ସଦାଚାର କମିଟି ତାର ତଦନ୍ତ ଶେଷ କରିସାରିଛି । ଚଳିତ 9 ତାରିଖରେ କମିଟି ବୈଠକ ହେବାକୁ ଯାଉଛି । ଯେଉଁଥିରେ ଏହି ମାମଲାରେ ଡ୍ରାଫ୍ଟ ପାରିତ ହୋଇପାରେ । ଏହା ପରେ କମିଟି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କିମ୍ବା ସରକାରଙ୍କୁ କ’ଣ ସୁପାରିଶ କରିବ ତାହା ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ :- Memu Train Derailed: ସରଲା ନିକଟରେ ମେମୁ ଟ୍ରେନ ଲାଇନଚ୍ୟୁତ

ପ୍ରଥମେ ଅଭିଯୋଗ ଆଣିଥିବା ଶାସକ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ତାଙ୍କୁ ତଥାକଥିତ ଏ ସମ୍ପର୍କରେ ସୂଚନା ଦେଇଥିବା ଆଇନଜୀବୀ ଜୟଅନନ୍ତ ଦେହାଦ୍ରାଇ ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପକ୍ଷ ଶୁଣି ସାରିଛି ଏଥିକ୍ସ ପ୍ୟାନେଲ । ପ୍ରଥମରୁ ଏହି ଅଭିଯୋଗକୁ ମୋଇତ୍ରା ଖଣ୍ଡନ ଆସିଛନ୍ତି । ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହୁଥିବା ମୋଇତ୍ରା ପ୍ୟାନେଲ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିବା ଅଭିଯୋଗ କରି ମିଟିଂ ଅଧାରୁ ଉଠି ଆସିଥିଲେ । ଏବେ ଏହି ମାମଲାରେ ଅଭିଯୋଗକାରୀ ସାଂସଦଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ମିଳିଥିବା ଦାବି ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.