ETV Bharat / bharat

ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ନିଆଁ, ଆବୁଧାବିରେ କଲା ଅବତରଣ

author img

By

Published : Feb 3, 2023, 10:32 AM IST

ଆକାଶରେ ଉଡୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଲାଗିଲା ନିଆଁ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆବୁଧାବିରେ କଲା ଅବତରଣ । ଅଧିକ ପଢନ୍ତୁ

Air India Express flight catches fire
Air India Express flight catches fire

ନୂଆଦିଲ୍ଲୀ: ମଝି ଆକାଶରେ ଉଡୁଥିବା ବେଳେ ବିମାନରେ ଲାଗିଲା ନିଆଁ । ଉଡାଣର କିଛି ସମୟ ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଫେରି ଆସିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ । ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ଆବୁଧାବିରୁ ଉଡାଣ ଆରମ୍ଭ କରିବା ପରେ ଏପରି ଅଘଟଣର ସମ୍ମୁଖୀନ ହୋଇଥିଲା । ଆବୁଧାବିରୁ କାଲିକଟ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ବେଳେ ବିମାନର ଗୋଟିଏ ଇଞ୍ଜୀନରେ ନିଆଁ ଲାଗିଥିବା ଦେଖି ବିମାନଟିକୁ ପୁଣି ଆବୁ ଧାବିରେ ଅବତରଣ କରିଥିଲେ ପାଇଲଟ । ସୁରକ୍ଷିତ ଭାବେ ବିମାନଟି ଅବତରଣ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯାତ୍ରୀ ମଧ୍ୟ ସୁରକ୍ଷିତ ରହିଥିବା ଜଣାପଡିଛି ।

ଡିଜିସିଏର କହିବା ଅନୁଯାୟୀ, ''184 ଜଣ ଯାତ୍ରୀଙ୍କୁ ନେଇ ଆଜି ସକାଳ ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆବୁଧାବିରୁ କାଲିକଟ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବିମାନଟି ଉଡାଣ ପରେ 1000 କିଲୋମିଟର ଅତିକ୍ରମ କରିଥିଲା । ଏହି ସମୟରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଥିବା ପାଇଲଟ ଦେଖିବାକୁ ପାଇଥିଲେ । ଏହାପରେ ଏୟାର ଇଣ୍ଡିଆ ବିମାନ B737-800 ଆବୁଧାବିକୁ ଫେରିଆସିଥିଲା । ''

ଗତ ଜାନୁଆରୀ 23 ତାରିଖ ଦିନ ଉଡାଣର 45 ମିନିଟ ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଫେରିଆସିଥିଲା ଏୟାର ଇଣ୍ଡିଆ ବିମାନ । ୧୫୦ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରି ଆସିଥିଲା । ଯାନ୍ତ୍ରିକ ତୃଟି ଯୋଗୁଁ ଥିରୁଅନନ୍ତପୁରମରୁ ମସ୍କଟ ଉଡାଣ କରିଥିବା ବିମାନ ଅବତରଣ କରିଥିଲା । ଏନେଇ ଫ୍ଲାଇଟ ମ୍ୟାନେଜମେଣ୍ଟ ସିଷ୍ଟମ ତରଫରୁ ସୂଚନା ଦିଆଯାଇଥିଲା।

ସେହିପରି ଗତ ଜାନୁଆରୀ 9 ତାରିଖ ଦିନ ଦିଲ୍ଲୀରୁ ଭୁବନେଶ୍ଵର ଆସୁଥିବା ଏୟାର ଭିସ୍ତାରା ବିମାନରେ ଯାନ୍ତ୍ରିକ ତୃଟି ପରିଲକ୍ଷିତ ହୋଇଥିଲା । ଏହାପରେ ଉଡାଣର କିଛି ସମୟ ପରେ ନୂଆଦିଲ୍ଲୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା ବିମାନ । ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିଲେ । ସେହିଦିନ ସନ୍ଧ୍ୟା 7ଟା 53ରେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବା ପରେ ବିମାନର ହାଇଡ୍ରୋଲିକ୍‌ ସିଷ୍ଟମ୍‌ ଫେଲ୍‌ ହୋଇଥିଲା । ପାଇଲଟ ଏହା ଜାଣିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ଜରୁରୀକାଳିନ ଅବତରଣ ପାଇଁ ଏଟିସି ସହ ଯୋଗାଯୋଗ କରିଥିଲେ ।

ଜାନୁଆରୀ ୨୧ ତରିଖ ଦିନ ଋଷିଆ ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ନେଇ ଆତଙ୍କ ଖେଳି ଯାଇଥିଲା । 240ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ମସ୍କୋରୁ ଗୋଆ ଅଭିମୁଖେ ଉଡାଣ ଭରିଥିଲା । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏହା ଦିଗ ପରିବର୍ତ୍ତନ କରି ଉଜ୍‌ବେକିସ୍ତାନରେ ଅବତରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.