ETV Bharat / bharat

ଉପନିର୍ବାଚନ: ୩ ଲୋକସଭା ୩୦ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

author img

By

Published : Oct 30, 2021, 7:32 AM IST

Updated : Oct 30, 2021, 12:19 PM IST

ଆଜି ଦେଶର ଖାଲିଥିବା ୩ ଲୋକସଭା ଏବଂ ୩୦ ବିଧାନସଭା ଆସନ ପାଇଁ ଚାଲିଛି ଉପନିର୍ବାଚନ । ଅଧିକ ପଢନ୍ତୁ...

bypolls-to-3-lok-sabha-30-assembly-seats-to-be-conducted-today
ଆଜି ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ଖାଲିଥିବା ୩ ଲୋକସଭା ଏବଂ ୩୦ ବିଧାନସଭା ଆସନ ପାଇଁ ଚାଲିଛି ଉପନିର୍ବାଚନ । ୧୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ମତଦାନ ।

କୋଭିଡର ସମସ୍ତ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେବେ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରାନଗର ହାବେଳି, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ମଣ୍ତି ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସେହିପରି ୩୦ ବିଧାନସଭା ଆସନ ମଧ୍ୟରୁ ୫ ଆସାମ, ୪ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ମେଘାଳୟରୁ ୩, ବିହାର, କର୍ଣ୍ଣାଟକ ରାଜସ୍ଥାନରୁ ୨, ଆନ୍ଧ୍ର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଏବଂ ତେଲେଙ୍ଗାନାରୁ ଗୋଟିଏ ଲେଖାଏଁ ଆସନରୁ ଉପନିର୍ବାଚନ ହେଉଛି ।

ଆସନ୍ତା ନଭେମ୍ବର ୨ରେ ହେବ ଭୋଟ ଗଣତି । ତେବେ କୋରୋନା, ବାତ୍ୟା, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆଜିକୁ ଉପନିର୍ବାଚନ ଅନୁଷ୍ଠିତ ନେଇ ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2021, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.