ETV Bharat / bharat

Building Collapses In Pune: କୋଠା ଭୁଶୁଡି 5 ମୃତ, ଶୋକପ୍ରକାଶ କଲେ ମୋଦି

author img

By

Published : Feb 4, 2022, 8:27 AM IST

ନିର୍ମାଣଧିନ ଏକ କୋଠା ଭୁଶୁଡି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୁଣେ ୟେରୱାଡାର ଶାସ୍ତ୍ରୀନଗରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

କୋଠା ଭୁଶୁଡି ୫ଶ୍ରମିକ ମୃତ, ଶୋକପ୍ରକାଶ କଲେ ମୋଦି

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଘଟଣା । ନିର୍ମାଣଧିନ ଏକ କୋଠା ଭୁଶୁଡି ପଡିବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି (Building collapses in Pune) । ଗତକାଲି ବିଳମ୍ବିତ ରାତିରେ ପୁଣେ ୟେରୱାଡାର ଶାସ୍ତ୍ରୀନଗରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଉକ୍ତ ସ୍ଥାନରେ ଏକ ନୂତନ କୋଠାରେ କାମ ଚାଲିଥିବା ବେଳେ ତଳ ମହଲା ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ କୋଠା ତଳେ ଚାପି ହୋଇ ରହିଯାଇଥିଲେ । ଫଳରେ ୫ଜଣଙ୍କର ମୃତ୍ୟୁ ହେବା ସହ ଅନେକ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏନେଇ ଅଗ୍ନିଶମ ମୁଖ୍ୟ ସୂଚନା ଦେଇ କହିଛନ୍ତି ଯେ, ଭୁଶୁଡିଥିବା କୋଠାରେ ୧୦ଜଣ ଶ୍ରମିକ କାମ କରୁଥିଲେ, କିନ୍ତୁ କାମ କରିବ ସମୟରେ ଶ୍ରମିକଙ୍କୁ ସୁରକ୍ଷାକୁ ନେଇ କୌଣସି ବ୍ୟବସ୍ଥା କରାଯାଇନଥିଲା । ଫଳରେ କୋଠାଟି ଭୁଶୁଡିବାରୁ ୫ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଓ ୫ଜଣ ଆହତ ହୋଇଥିଲେ ।

  • Pained by the mishap at an under-construction building in Pune. Condolences to the bereaved families. I hope that all those injured in this mishap recover at the earliest: PM @narendramodi

    — PMO India (@PMOIndia) February 4, 2022 " class="align-text-top noRightClick twitterSection" data=" ">

ଏହି ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି ଯେ ପ୍ରାଣହରାଇଥିବା ଶ୍ରମିକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ମୁଁ ଆଶା କରୁଛି ଯେ ଏହି ଦୁର୍ଘଟଣାରେ ଆହତ ସମସ୍ତ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.