ETV Bharat / bharat

WFI Chief on Sexual Harassment: କହିଲେ କଂଗ୍ରେସ ଓ ଶିଳ୍ପପତି ଫସାଇବାକୁ କରୁଛନ୍ତି ଷଡ଼ଯନ୍ତ୍ର

author img

By

Published : Jan 20, 2023, 6:53 PM IST

ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । କଂଗ୍ରେସ ଓ ଶିଳ୍ପପତି ଫସାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଲେ ବ୍ରିଜ । ଅଧିକ ପଢନ୍ତୁ

WFI Chief on Sexual Harassment
WFI Chief on Sexual Harassment

ଲକ୍ଷ୍ନୌ: ଭାରତୀୟ କୁସ୍ତି ମହାସଂଘ (WFI)ର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା । ଏଭଳି ଅଭିଯୋଗ ଆଣି ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଆଗ ଧାଡିର ଖେଳାଳି । ଏମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆଙ୍କ ସମେତ ବିନେଶ ଫୋଗାଟ, ସାକ୍ଷୀ ମଲିକ ଓ ଅନ୍ୟ ଲୋକପ୍ରିୟ ଖେଳାଳି ସାମିଲ ରହିଛନ୍ତି । ଏମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି WFIର ସଭାପତିଙ୍କ ଇସ୍ତଫା ଦାବି କରିଛନ୍ତି । ଏହାକୁ ଖଣ୍ଡନ କରିଛନ୍ତି ସଭାପତି ବ୍ରିଜ ଭୂଷଣ । କଂଗ୍ରେସ ଓ ଶିଳ୍ପପତିମାନେ ତାଙ୍କୁ ଫସାଇବାକୁ ଏଭଳି ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି ।

ବିଜେପି ସାଂସଦ ତଥା WFIର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ସେ ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଖେଳାଳିଙ୍କ ବିରୋଧ ପ୍ରଦର୍ଶନ ଲାଗି ସେ କଂଗ୍ରେସ ନେତା ଦିପେନ୍ଦ୍ର ହୁଡ୍ଜା ଓ କିଛି ଶିଳ୍ପପତିଙ୍କୁ ଦାୟୀ କରିଛନ୍ତି । ଖେଳାଳିଙ୍କ ଏହି ପ୍ରଦର୍ଶନ ଶାହିନବାଗ ଭଳି ଷଡ଼ଯନ୍ତ୍ର କରାଯାଇଛି । ସେ ଆହୁରି କହିଛନ୍ତି ଯେ ୯୦ ପ୍ରତିଶତ ଖେଳାଳି ତାଙ୍କ ସହିତ ରହିଥିବା ବେଳେ ମାତ୍ର ୩ ପ୍ରତିଶତ ବିରୋଧ ପ୍ରଦର୍ଶନ କରୁଛନ୍ତି । ଖେଳାଳିମାନେ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ସେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ, ଜବାବ ମାଗିଲା SAI

ଏହାସହିତ ସେ କହିଛନ୍ତି, "ଯଦି ମୁଁ କୌଣସି ବୟାନ ରଖେ ତେବେ ସୁନାମି ହୋଇଯିବ । ମୁଁ କାହାର ଦୟାରେ ଏଠାରେ ପହଞ୍ଚି ନାହିଁ । ମୁଁ ଜଣେ ନିର୍ବାଚିତ ପ୍ରତିନିଧି ।" ଏହାସହିତ ସେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସମେତ ଦେଶର ଆଗ ଧାଡ଼ିର ଖେଳାଳିମାନେ ଦିଲ୍ଲୀରେ ଗତ ବୁଧବାରଠାରୁ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଇସ୍ତଫା ଦାବି କରିଛନ୍ତି । ସେମାନେ ଅଭିଯୋଗ ଆଣିବା ପରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏଣୁ ବ୍ରିଜ ଭୂଷଣଙ୍କୁ WFI ସଭାପତି ପଦବୀରୁ ବହିଷ୍କାର କରିବା ଲାଗି ସେମାନେ ଦାବି କରିଛନ୍ତି ।

ଇସ୍ତଫା ନେଇ ବ୍ରିଜ ଭୂଷଣ କହିଛନ୍ତି, "ମୁଁ ଇସ୍ତଫା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୃହମନ୍ତ୍ରୀଙ୍କ ସହିତ ଆଲୋଚନା କରିନାହିଁ ।" ସେପଟେ ଗୁରୁବାର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନରତ ରେସଲରଙ୍କ ସହିତ ପ୍ରାୟ ୪ଘଣ୍ଟା ଧରି ବୈଠକରେ ଆଲୋଚନା କରିଥିଲେ । ଏହି ବୈଠକ ବିଳମ୍ବିତ ରାତି ୨ଟାରେ ଶେଷ ହୋଇଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହାପରେ ଆଜି(ଶୁକ୍ରବାର) ଖେଳାଳିମାନେ ଇଣ୍ଡିଆନ ଅଲମ୍ପିକ ବଡ଼ିର ମୁଖ୍ୟ ପିଟି ଉଷାଙ୍କୁ ଚିଠି ଲେଖିଛନ୍ତି ।

ବ୍ରିଜ ଭୂଷଣ ସିଂ ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିବା ସେ ଅଭିଯୋଗ କରିଛନ୍ତି । "ଭିନେଶ ଫୋଗାଟ ଅଲମ୍ପିକ ପଦକ ନଜିତିବା ପରେ ତାଙ୍କୁ WFI ସଭାପତି ବ୍ରିଜ ଭୂଷଣ ମାନସିକ ନିର୍ଯାତନା ଦେଇଥିଲେ । ଏହାପରେ ସେ ଆତ୍ମହତ୍ୟା କରିବା ଲାଗି ମଧ୍ୟ ଉଦ୍ୟମ କରିଥିଲେ ।" ପିଟି ଉଷାଙ୍କୁ ଲେଖାଯାଇଥିବା ଚିଠିରେ ଏପରି ଲେଖିଛନ୍ତି ଜଣେ ଖେଳାଳି । ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା କ୍ରୀଡ଼ାବିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.