ETV Bharat / bharat

ମଥା ବଦଳରେ ମୁହଁରେ ସିନ୍ଦୂର ଲଗାଇଲା ମଦୁଆ ବର, ଭାଙ୍ଗିଲା ବାହାଘର

ଉତ୍ତରପ୍ରଦେଶରେ ବର ଜଣକ ମଥା ବଦଳରେ ମୁହଁରେ ଲଗାଇଲା ସିନ୍ଦୂର । ଭାଙ୍ଗିଲା ବାହାଘର । ଅଧିକ ପଢନ୍ତୁ

author img

By

Published : May 6, 2023, 10:19 PM IST

Updated : May 6, 2023, 10:54 PM IST

Etv Bharat
Etv Bharat

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଚନ୍ଦୌଲି ସହରର ମଥାରେ ସିନ୍ଦୂର ଦେବାକୁ ନେଇ ଭାଙ୍ଗିଲା ବିବାହ । ବର କନ୍ୟା ମଥାରେ ସିନ୍ଦୂର ଦେବା ବଦଳରେ ନିଶାସକ୍ତ ଅବସ୍ଥାରେ ରହି କନ୍ୟାର ମୁହଁ ସାରା ସିନ୍ଦୂର ଲଗାଇଥିଲା । ଏପରିକି ପ୍ରଥମେ ମଥାରେ ସିନ୍ଦୂର ଭରିବା ଅବସ୍ଥାରେ ମଧ୍ୟ ନଥିଲା । ବରର ଏପରି ଅବସ୍ଥା ଦେଖି କନ୍ୟା ରାଗି ଯାଇ ବିବାହ କରିବାକୁ ମନା କରିଥିଲା । ଏହାପରେ ଶେଷରେ ବିବାହ ଭାଙ୍ଗିଥିଲା । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମିର୍ଜାପୁର ଜିଲ୍ଲାର ଅହିରୌରା ଥାନା ଅଞ୍ଚଳର ମାନିକପୁର ଗାଁରୁ ବରଯାତ୍ରୀ ଚକରଘଟ୍ଟା ଥାନା ଅଞ୍ଚଳକୁ ଆସିଥିଲେ । ଗୁରୁବାର ସନ୍ଧ୍ୟାରେ ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ ଜୋରଦାର ସ୍ବାଗତ କରିଥିଲେ । ବିବାହ ପୂର୍ବରୁ ସମସ୍ତ ରୀତିନୀତି ହୋଇଥିଲା । ଯେତେବେଳେ ସିନ୍ଦୂର ଦାନ ସମୟ ଆସିଥିଲା ସେତେବେଳେ ନିଶାରେ ଉବୁଟୁବୁ ହେଉଥିଲା ବର । ଆଉ କନ୍ୟାର ମଥାରେ ସିନ୍ଦୂର ଦେବା ପରିବର୍ତ୍ତେ ସେ ପୁରା ମୁହଁରେ ସିନ୍ଦୂର ଲଗାଇଥିଲା । ଏଥିରେ ଯୁବତୀ ଜଣକ ରାଗି ଯାଇ ବିବାହ ମଣ୍ଡପରୁ ଉଠିଯାଇଥିଲେ ଏବଂ ବିବାହ ନ କରିବାକୁ ମନା କରିଥିଲେ ।

ଏହା ବି ପଢନ୍ତୁ-କେନାଲରେ ଭାସିଲା ବିଡ଼ା ବିଡା ଟଙ୍କା, ବୋହିନେଲେ ଲୋକେ

ବର ନିଶାସକ୍ତ ଅବସ୍ଥାରେ ଏପରି ବ୍ୟବହାର କରିଥିବା ଜଣାପଡ଼ିଛି । ଆଉ ଯେତେବେଳେ ସେ କନ୍ୟାର ମୁହଁରେ ସିନ୍ଦୂର ଲଗାଇଥିଲା ସେତେବେଳେ ଏପରି କରିବାରୁ ତାଙ୍କୁ ଯୁବତୀ ଜଣକ ରୋକିଥିଲେ । ହେଲେ ସେ ଯୁବତୀଙ୍କ ଉପରକୁ ହାତ ଉଠାଇଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଯୁବତୀ ଜଣକ ରାଗି ଯାଇଥିଲେ ଏବଂ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କନ୍ୟା ପକ୍ଷ ସଙ୍ଗେ ସଙ୍ଗେ ବରଯାତ୍ରୀଙ୍କୁ ଅଟକ ରଖିଥିଲା । ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ସଙ୍ଗେ ସଙ୍ଗେ କିଛି ବରଯାତ୍ରୀ ଭୟରେ ବିବାହ ମଣ୍ଡପ ଛାଡ଼ି ପଳାଇଥିଲେ ।

ଏ ସମ୍ପର୍କରେ ଖବର ପାଇବା ପରେ ଚକରଘଟ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ପୋଲିସ ଉଭୟ ପକ୍ଷକୁ ଥାନାକୁ ନେଇ ବୁଝାସୁଝା କରିଥିଲା । ଶୁକ୍ରବାର ଦୀର୍ଘ ସମୟ ଧରି ବୁଝାମଣା ପ୍ରାୟ ଉଦ୍ୟମ କରିଥିଲା ପୋଲିସ । ମାତ୍ର ଏହି ସମ୍ପର୍କ ଆଗକୁ ବଢିନଥିଲା । କନ୍ୟା ପକ୍ଷ ବିବାହ କରିବାକୁ ସିଧା ସିଧା ମନା କରିଥିଲେ । ଏହାପରେ ଉଭୟ ପକ୍ଷ ବୁଝାମଣା କରି ବାହାଘରକୁ ଭାଙ୍ଗିଥିଲେ ଓ ଶେଷରେ ଖାଲି ହାତରେ ଘରକୁ ଫେରିଥିଲା ବରଯାତ୍ରୀ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Last Updated : May 6, 2023, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.