ETV Bharat / bharat

2013 ଦୁଷ୍କର୍ମ ମାମଲା: ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କ ଶୁଣାଣୀ ସ୍ଥଗିତ - ପୂର୍ବତନ ସମ୍ପାଦକ ତରୁଣ ତେଜପାଲ

ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଛନ୍ତି ତେହେଲକା ମାଗାଜିନର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲ । ଗୁରୁବାର ହୋଇଥିବା ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ 10 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

Bombay HC adjourns hearing in Tarun Tejpal case till August 10
2013 ଦୁଷ୍କର୍ମ ମାମଲା: ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କ ଶୁଣାଣୀ ସ୍ଥଗିତ
author img

By

Published : Jul 30, 2021, 8:19 AM IST

ପାଣାଜୀ: ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଛନ୍ତି ତେହେଲକା ମାଗାଜିନର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲ । ଗୁରୁବାର ହୋଇଥିବା ତାଙ୍କ ବିରୋଧରେ ହୋଇଥିବା ଶୁଣାଣୀକୁ ସ୍ଥଗିତ ରଖିଲେ ବମ୍ବେ ହାଇକୋର୍ଟର ବେଞ୍ଚ । ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ 10 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ଭାରତର ଅତିରିକ୍ତ ସଲିସିଟର ଜେନେରାଲ ସୂଚନା ଆଡଭୋକେଟ ପ୍ରବୀଣ ଫାଲଡେସାଇ ଦେଇଛନ୍ତି ।

ଏହାପୂର୍ବରୁ ଜୁନ୍ 24ରେ ଗୋଆର ବମ୍ବେ ହାଇକୋର୍ଟ ବେଞ୍ଚ ତରୁଣ ତେଜପାଲଙ୍କ ବିରୋଧରେ ହୋଇଥିବା ଆବେଦନକୁ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ । ଜୁନ 3ରେ, ବମ୍ବେ ହାଇକୋର୍ଟ ସାମ୍ବାଦିକ ତେଜପାଲଙ୍କୁ 2013 ମସିହାରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ନିକଟରେ ନିର୍ଦ୍ଦୋଷରେ ଖଲାସ ହେବା ବିରୋଧରେ ଗୋଆ ସରକାର ଦେଇଥିବା ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ।

ସୂଚନା ଅନୁସାରେ, 2013 ନଭେମ୍ବର 7 ଓ 8ରେ ତାଙ୍କ ସହକର୍ମୀଙ୍କୁ ଲିଫ୍ଟ ଭିତରେ ଜୋରଜବରଦସ୍ତି କରିଥିବା ଅଭିଯୋଗ ହୋଇଥିଲା । ପ୍ରକାଶଥାଉକି, ନଭେମ୍ବର 2013ରେ ତରୁଣ ତେଜପାଲଙ୍କ ବିରୋଧରେ ଗୋଆ ପୋଲିସ ମାମଲା ରୁଜୁ କରିଥିଲା । ଏହାପରେ ତରୁଣ ତେଜପାଲଙ୍କୁ ଗିରଫ କରାଯାଇଥିଲା ।

ମେ 2014ରୁ ତରୁଣ ତେଜପାଲ ଜାମିନ ପାଇଥିଲେ । ଫେବୃଆରୀ 2014ରେ ଗୋଆ ପୋଲିସ ତାଙ୍କ ବିରୋଧରେ 2846 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ତାଙ୍କ ବିରୋଧରେ ଆଇପିସି ଧାରା 342, 354, 354-କ, 376(2), 376(2)(କ) ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.