ETV Bharat / bharat

ଦିଲ୍ଲୀରେ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଦୁଇ ଗିରଫ ଆତଙ୍କୀଙ୍କୁ ଜେରା ବେଳେ ମିଳିଲା ତଥ୍ୟ - ଦିଲ୍ଲୀ କ୍ରାଇମ

ଦିଲ୍ଲୀରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଦୁଇ ଗିରଫ ଆତଙ୍କୀ ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀରେ ଡ୍ରେନରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

author img

By

Published : Jan 14, 2023, 9:55 PM IST

ହାଇଦ୍ରାବାଦ: ଦିଲ୍ଲୀରେ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ମୃତଦେହ । ଆତଙ୍କୀ ଲିଙ୍କ୍‌ ଅଭିଯୋଗରେ ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ଜେରା ବେଳେ ତାଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଏହି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି । ମୃତଦେହଟି 3 ଖଣ୍ଡରେ କଟାଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଚିହ୍ନଟ କରିବାକୁ ପ୍ରକ୍ରିୟା ଜାରି ରଖିଛି । ଉତ୍ତର ଦିଲ୍ଲୀରେ ଏହା ଦେଖିବାକୁ ମିଳିଛି ।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, UAPA ଆକ୍ଟ ଅନୁଯାୟୀ ନୌଶାଦ ଏବଂ ଜଗଜିତ ସିଂ ନାମକ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ଦ୍ବାରା ଗିରଫ କରାଯାଇଥିଲା । ଦୁଇ ଗିରଫ ଆତଙ୍କବାଦୀଙ୍କୁ ଜେରା ପରେ ତାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସେମାନେ ରହୁଥିବା ଭଡା ଘର ସମେତ ଆଖପାଖ ଅଞ୍ଚଳରେ ରେଡ କରାଯାଇ ଏହି ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ଆତଙ୍କୀ ହତ୍ୟା କରିବା ପରେ ମୃତଦେହକୁ ତିନି ଖଣ୍ଡ କରି କାଟି ନିକଟରେ ସେମାନେ ରହୁଥିବା ଭଡା ଘର ନିକଟରେ ଫିଙ୍ଗି ଦେଇଥିଲେ । ତେବେ କେଉଁ କାରଣ ପାଇଁ ଉଭୟ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କଲେ ସେ ସମ୍ପର୍କରେ ତଦନ୍ତ ଜାରି ରହିଛି । ସେହିପରି ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍‌ ଜଗଜିତ୍ ସିଂ (29) ଏବଂ ନୌଶାଦ (56)ନାମକ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗୁରୁବାର ଗିରଫ କରିଥିଲା । ଏମାନଙ୍କର ପ୍ରତ୍ୟେକ୍ଷ ଆତଙ୍କବାଦୀ ଲିଙ୍କ ରହିଛି । ଜଣେ ଖଳିସ୍ତାନୀ ଆତଙ୍କୀ ହୋଇଥିବା ବେଳେ ଅନ୍ୟଜଣେ ପାକିସ୍ତାନରୁ ଅପରେଟ ହେଉଥିବା ‘ହରକତ ଉଲ୍ଲ ଅନସାର’ ନାମକ ଏକ ଆତଙ୍କୀ ସଂଗଠନର ସଦସ୍ୟ ବୋଲି ପାଲିସ ଜେରାରୁ ଜାଣିବାକୁ ପାଇଛି । ଉଭୟଙ୍କୁ ଗତକାଲି (ଶୁକ୍ରବାର) ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା ଏବଂ କୋର୍ଟ ଉଭୟଙ୍କୁ 14 ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ଗିରଫ ସମୟରେ ଉଭୟଙ୍କ ଠାରୁ ଏକାଧିକ ମାରଣାସ୍ତ୍ର ସମେତ ଗୁଳିଗୋଳା ଜବତ ହୋଇଥିଲା । ସେମାନନଙ୍କୁ ରିମାଣ୍ଡରେ ପାଇବା ପରେ ପୋଲିସ ଜେରା ଜାରି ରଖିଛି । ସେମାନଙ୍କୁ ଠାରୁ ସୂଚନା ପାଇ ପୋଲିସ ଉକ୍ତ ମୃତଦେହ ମଧ୍ୟ ଉଦ୍ଧାର କରିଛି । ଉଭୟ ମୃତକଙ୍କୁ ହତ୍ୟା କରିଥିବା ବେଳେ ପୋଲିସ ସେମାନଙ୍କ ଠାରୁ ମୃତକଙ୍କ ପରିଚୟ ଓ ଅନ୍ୟ ତଥ୍ୟ ସଂଗ୍ରହ କରିବାକୁ ପ୍ରୟାସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.