ETV Bharat / bharat

ଶପଥ ନେଲେ ପୁଷ୍କର, ପଦ୍ମ ପୋଖରୀରେ ଫୁଟୁଛି ପାଣି

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ । ପୁଷ୍କର ସିଂହ ଧାମୀଙ୍କ ଶପଥ ଗ୍ରହଣ ସହିତ ପଦ୍ମ ପୋଖରୀରେ ଫୁଟୁଛି ପାଣି । ଅଧିକ ପଢନ୍ତୁ...

ଶପଥ ନେଲେ ପୁଷ୍କର, ପଦ୍ମ ପୋଖରୀରେ ଫୁଟୁଛି ପାଣି
ଶପଥ ନେଲେ ପୁଷ୍କର, ପଦ୍ମ ପୋଖରୀରେ ଫୁଟୁଛି ପାଣି
author img

By

Published : Jul 4, 2021, 5:29 PM IST

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ । ରାଜ୍ୟର ଏକାଦଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର ସିଂହ । ହେଲେ ଦେବଭୂମିରେ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦଭାର ହସ୍ତାନ୍ତର ପୂର୍ବରୁ ହିଁ ସରଗରମ ରହିଛି ଉତ୍ତରାଖଣ୍ଡ ରାଜ୍ୟ ରାଜନୀତି ।

ପୁଷ୍କର ସିଂହ ଧାମୀଙ୍କ ଶପଥ ଗ୍ରହଣ ସହିତ ପଦ୍ମ ପୋଖରୀରେ ଫୁଟୁଛି ପାଣି । ହଲଚଲ ହେଉଛି ରାଜ୍ୟ ବିଜେପି ଶିବିର । ଧାମୀଙ୍କ ଶପଥ ଗ୍ରହଣ ପୂର୍ବରୁ ସକାଳୁ ଚାଲିଥିଲା ରୁଦ୍ଧଦ୍ବାର ବୈଠକ । ପୁଷ୍କରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ବିଜେପିର ଗୋଟିଏ ଗୋଷ୍ଠୀ ନାରାଜ ରହିଥିବା କୁହାଯାଉଛି ।

ପୁଷ୍କର ସିଂହଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜଧାନୀ ଡେରାଡୁନରେ ବିଜେପି ରାଜ୍ୟ ସଭାପତି ମଦନ କୌଶିକଙ୍କ ଘରେ ବୈଠକ ଜାରି ରହିଥିଲା । ସକାଳୁ ଏହି ବୈଠକ ଚାଲିଆସୁଥିବାବେଳେ ଜାରି ରହିଥିଲା ବିଧାୟକଙ୍କ ଘନଘନ ଗସ୍ତ । ସେପଟେ ବିଜେପି ବରିଷ୍ଠ ନେତା ସତପାଲ ମହାରାଜଙ୍କୁ ମଧ୍ୟ ଭେଟିଥିଲେ ପୁଷ୍କର ସିଂହ ।

ପୁଷ୍କର ସିଂ ଧାମୀ ଦୁଇଥର ଖଟିମାରୁ ବିଧାୟକ ହୋଇଛନ୍ତି। ପିଥୋରାଗଡର ଟୁଣ୍ଡି ଗାଁରେ ପୁଷ୍କରଙ୍କ ଜନ୍ମ । ସେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ମଧ୍ୟ ରହିଛନ୍ତି।

ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଯୋଗୁଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ଗତ ମାର୍ଚ୍ଚ ମାସ 10 ତାରିଖରେ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ମାତ୍ର ସେ ଲୋକସଭା ସାସଂଦ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.