ETV Bharat / bharat

'ନୁସରତଙ୍କ ବୈବାହିକ ଜୀବନକୁ ନେଇ ରାଜନୀତି କରୁଛି ବିଜେପି'

ବଙ୍ଗାଳୀ ଅଭିନେତ୍ରୀ ତଥା TMC ସାଂସଦ ନୁସରତ ଜାହାଁଙ୍କ ବୈବାହିକ ଜୀବନକୁ ନେଇ ବିଜେପି ରାଜନୀତି କରୁଛି ବୋଲି TMC ଜେନେରାଲ ସେକ୍ରେଟାରୀ କୁନାଲ ଘୋଷ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 22, 2021, 10:57 PM IST

'ନୁସରତ ଜାହାଁଙ୍କ ବୈବାହିକ ଜୀବନକୁ ନେଇ ରାଜନୀତି କରୁଛି ବିଜେପି'

କୋଲକାତା: ଅଭିନୟ ଜଗତରୁ ରାଜନୀତିରେ ପାଦ ଥାପିଥିବା ବଙ୍ଗାଳୀ ଅଭିନେତ୍ରୀ ତଥା TMC ସାଂସଦ ନୁସରତ ଜାହାଁଙ୍କ ବୈବାହିକ ଜୀବନ ରହିଛି ଏବେ ଚର୍ଚ୍ଚାରେ । ବିଜେପି ନୁସରତଙ୍କ ବୈବାହିକ ଜୀବନକୁ ନେଇ ରାଜନୀତି କରୁଛି ବୋଲି ପଶ୍ଚିମବଙ୍ଗ TMC ଜେନେରାଲ ସେକ୍ରେଟାରୀ କୁନାଲ ଘୋଷ ମଙ୍ଗଳବାର ଅଭିଯୋଗ କରିଛନ୍ତି ।

ବିଜେପି ନୁସରତଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ରାଜନୀତି କରୁଛି । ଯେକୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରାଗଲେ ଏହା ଏକ ସମସ୍ୟାଜନିତ ପ୍ରସଙ୍ଗ ହେବ ବୋଲି ଘୋଷ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ନୁସରତଙ୍କ ବୈବାହିକ ଜୀବନକୁ ନେଇ କୋର୍ଟରେ ମାମଲା ଚାଲିଛି । ଏ ସମ୍ପର୍କରେ ନୁସରତ ଲୋକସଭା ଓ ଅନ୍ୟ ବିଭାଗକୁ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶ ବଦାଉଁର ବିଜେପି ସାଂସଦ ସଂଘମିତ୍ରା ଗତ ଜୁନ 19 ତାରିଖରେ ବାଚସ୍ପତିଙ୍କୁ ଚିଠି ଲେଖିବା ପରେ ପୁଣି ଏହି ପ୍ରସଙ୍ଗକୁ ନେଇ ବିବାଦ ଘନେଇଛି ।

ଲୋକସଭା ସାଂସଦ ଭାବେ 2019 ମସିହା ଜୁନ 25 ତାରିଖରେ ଶପଥ ନେବା ସମୟରେ ସେ ନୁସରତ ଜାହାଁ ରୁହି ଜୈନ ବୋଲି କହି ଶପଥ ପାଠ କରିଥିଲେ ବୋଲି ସଂଘମିତ୍ରା କହିଛନ୍ତି । ଏହାସହିତ ଜଣେ ନବ ବିବାହିତା ଭାବେ ପୋଷାକ ଧାରଣ ମଧ୍ୟ କରିଥିଲେ । ତେବେ ତାଙ୍କ ବୈବାହିକ ଜୀବନରେ ସେ ହସ୍ତକ୍ଷେପ କରୁନାହାନ୍ତି । କିନ୍ତୁ ସେ ଗଣମାଧ୍ୟମ ସାମ୍ନାରେ ବର୍ତ୍ତମାନ ଦେଇଥିବା ବିବୃତ୍ତିରୁ ସ୍ପଷ୍ଟ ହୋଇଛି ଯେ ସେ ସଂସଦରେ ନିଜ ବିବାହକୁ ନେଇ ମିଥ୍ୟା ସୂଚନା ଦେଇଛନ୍ତି ବୋଲି ସଂଘମିତ୍ରା ଅଭିଯୋଗ କରିଥିଲେ ।

ତେବେ ସୂଚନା ଥାଉ କି ଗତ କିଛି ମାସ ଧରି ନିଜ ବୈବାହିକ ଜୀବନକୁ ନେଇ ଏହି ବଙ୍ଗାଳୀ ସୁନ୍ଦରୀ ଚର୍ଚ୍ଚାରେ ରହିଛନ୍ତି । ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ବୈଧ ନୁହେଁ ବୋଲି ସେ କହିଥିଲେ । ତାଙ୍କର ଓ ନିଖିଲ ଜୈନଙ୍କ ବିବାହ ତୁର୍କୀର ଆଇନ ଅନୁଯାୟୀ ହୋଇଥିଲା । ଯାହାକି ଏହି ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.