ETV Bharat / bharat

ଅକ୍ସଫୋର୍ଡରେ ଭାରତୀୟ ଛାତ୍ରୀଙ୍କ ସହ ବର୍ଣ୍ଣବୈଷମ୍ୟ, ବୈଦେଶିକମନ୍ତ୍ରୀଙ୍କ କଡା ପ୍ରତିକ୍ରିୟା

ରାଜ୍ୟସଭାରେ ବ୍ରିଟେନରେ ବୃଦ୍ଧି ପାଉଥିବା ବର୍ଣ୍ଣ ବୈଷମ୍ୟ ଭେଦଭାବର ବିଷୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଯଦି ଆବଶ୍ୟକ ପଡେ ତେବେ ସଠିକ ସ୍ଥାନରେ ଏହି ବିଷୟ ଉଠାଇବେ ବୋଲି ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Mar 15, 2021, 9:22 PM IST

ଅକ୍ସଫୋର୍ଡରେ ଭାରତୀୟ ଛାତ୍ରୀଙ୍କ ସହ ବର୍ଣ୍ଣ ବୈଷମ୍ୟ, ବୈଦେଶିକମନ୍ତ୍ରୀଙ୍କ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଉପରେ ଅବାଞ୍ଛିତ ଆଲୋଚନା ପରେ ଏବେ ବ୍ରିଟେନରେ ଭାରତୀୟ ଛାତ୍ରୀଙ୍କ ସହିତ ବର୍ଣ୍ଣ ବୈଷମ୍ୟ ଭେଦଭାବ ବିରୋଧରେ କଡା ପ୍ରତିକ୍ରିୟା ଦେଇଛି ଭାରତ । ରାଜ୍ୟସଭାରେ ବ୍ରିଟେନରେ ବୃଦ୍ଧି ପାଉଥିବା ବର୍ଣ୍ଣ ବୈଷମ୍ୟ ଭେଦଭାବର ବିଷୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଯଦି ଆବଶ୍ୟକ ପଡେ ତେବେ ସଠିକ ସ୍ଥାନରେ ଏହି ବିଷୟ ଉଠାଇବେ ବୋଲି ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅକ୍ସଫୋର୍ଡ ୟୁନିଭର୍ସିଟିରେ କିଛିଦିନ ପୂର୍ବରୁ ଭାରତୀୟ ଛାତ୍ରୀଙ୍କୁ ବିରୋଧ କାରଣରୁ ଛାତ୍ର ସଂସଦର ସଭାପତି ପଦରୁ ଇସ୍ତଫା ଦେବାକୁ ପଡିଥିଲା । ତେବେ ଦେଶର ସଂସଦରେ ୟୁନାଇଟେଡ କିଙ୍ଗଡମ ସହିତ ଜଡିତ କିଛି ଏଭଳି ମାମଲାରେ ବିରୋଧର ସ୍ବର ଶୁଣିବାକୁ ମିଳିଛି । ସଂସଦରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମେ ପ୍ରତ୍ୟେକ ମାମଲା ଉପରେ କଡା ନଜର ରଖିଛୁ । ଏଭଳିସ୍ଥିତିରେ ଆବଶ୍ୟକ ପଡିଲେ ସରକାରଙ୍କ ସାମ୍ନାରେ ଏହି ବିଷୟ ଉଠାଯିବ ବୋଲି କହିଛନ୍ତି ଜୟଶଙ୍କର ।

ବୈଦେଶିକ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମେ ମହାତ୍ମା ଗାନ୍ଧୀଙ୍କ ଦେଶର ନାଗରିକ । ଏଭଳିସ୍ଥିତିରେ ବର୍ଣ୍ଣ ବୈଷମ୍ୟ ଭେଦଭାବ ଉପରୁ ଆମେ କେବେ ବି ନଜର ଫେରାଇ ନେଇପାରିବୁ ନାହିଁ, ତାହା ମଧ୍ୟ ସେହି ଦେଶରେ ଯେଉଁଠି ଅନେକ ସଂଖ୍ୟକ ଭାରତୀୟ ବସବାସ କରୁଛନ୍ତି ।

ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ ସୋମବାର ସଂସଦରେ ବ୍ରିଟେନରେ ବୃଦ୍ଧି ପାଉଥିବା ବର୍ଣ୍ଣ ବୈଷ୍ୟମର ବିଷୟ ଉଠାଇଥିଲେ । ଅଶ୍ବିନୀ ବୈଷ୍ଣବ କହିଥିଲେ, ଅକ୍ସଫୋର୍ଡରେ ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତଙ୍କ ସହିତ ଯାହା ହେଲା ତାହା ଅନ୍ୟାୟ । ସେହିପରି ନିଜ ବୟାନରେ ବ୍ରିଟେନ ରାଜପରିବାରର ସାନ ବୋହୂ ମେଘାନ ମର୍କେଲଙ୍କ ଇଣ୍ଟରଭ୍ୟୁ ବିଷୟ ମଧ୍ୟ ଉଠାଇଥିଲେ ଅଶ୍ବିନୀ ।

କିଛି ଦିନ ପୂର୍ବେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ହେଲେ ତାଙ୍କର କିଛି ପୁରୁଣା ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବା ପରେ ରଶ୍ମୀଙ୍କୁ କରାଯାଇଥିଲା ଟାର୍ଗେଟ । ଯାହାଫଳରେ ଶପଥ ନେବା ପୂର୍ବରୁ ରଶ୍ମୀଙ୍କୁ ଦେବାକୁ ପଡିଥିଲା ଇସ୍ତଫା ।

ଗତ କିଛି ଦିନରୁ ଭାରତ ଓ ବ୍ରିଟେନ ମଧ୍ୟରେ ରାଦଜନୈତିକ ସ୍ତରରେ ବିବାଦ ବଢିଚାଲିଛି । କୃଷି ଆଇନ ମାମଲାରେ ବ୍ରିଟେନ ସଂସଦରେ ହୋଇଥିଲା ଆଲୋଚନା । ଏହାକୁ ନେଇ ଭାରତ କଡା ଆପତ୍ତି ଜାହିର କରିବା ସହିତ ଏହାକୁ ଅବାଞ୍ଛିତ ଆଲୋଚନା ବୋଲି କହିଥିଲା । ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା ଯେ କୃଷି ଆଇନ ସମ୍ପୂର୍ଣ୍ଣ ଭାବେ ଆଭ୍ୟନ୍ତରୀଣ ବ୍ୟାପାର । ଏଥିରେ କୌଣସି ବାହାର ଦେଶକୁ ଦଖଲ ନଦେବାକୁ ଚେତାବନୀ ଦେଇଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.