ETV Bharat / bharat

Hanuman Chalisa Row: ରାଣା ଦମ୍ପତିଙ୍କୁ ଭେଟିଲେ କିରିଟ ସୋମୟା ଓ ଗୋପାଳ ସେଟ୍ଟୀ

author img

By

Published : May 12, 2022, 4:15 PM IST

Updated : May 12, 2022, 7:18 PM IST

ମହାରାଷ୍ଟ୍ରରେ ହନୁମାନ ଚାଳିଶା ପଠନ ବିବାଦ । ରାଣା ଦମ୍ପତିଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା କିରିଟ ସୋମୟା(Kirit Somaiya) ଓ ଗୋପାଳ ସେଟ୍ଟୀ ( Gopal Shetty ) । ଅଧିକ ପଢନ୍ତୁ

Hanuman Chalisa Row: ରାଣା ଦମ୍ପତିଙ୍କୁ ଭେଟିଲେ କିର୍ତ୍ତୀ ସମୀୟା ଓ ଗୋପାଳ ସେଟ୍ଟୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପଠନ ବିବାଦ । ରାଣା ଦମ୍ପତିଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା । ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣାଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା କିରିଟ ସୋମୟା(Kirit Somaiya) ଓ ଗୋପାଳ ସେଟ୍ଟୀ ( Gopal Shetty ) ।

ହନୁମାନ ଚାଳିଶା ପଠନ ବିବାଦ ନେଇ ଚର୍ଚ୍ଚାକୁ ଆସିଥିଲେ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣା । ତେବେ ଉଭୟ ନେତା ସାଂସଦଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ହନୁମାନ ଚାଳିଶା ପଠନ ବିବାଦକୁ ନେଇ ଚାଲିଥିବା ଘଟଣା ବିଷୟରେ ଅବଗତ କରିବା ପାଇଁ ଏ ଦମ୍ପତି ସୋମବାର ଦିଲ୍ଲୀରେ ପହଞ୍ଚି ଥିଲେ ।

ସୂଚନା ଅନୁସାରେ, ଗତ ଏପ୍ରିଲ ୨୩ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବା ଘୋଷଣା କରିଥିଲେ ଦମ୍ପତି । ହନୁମାନ ଚାଳିଶା ପାଠ କରିବା ଘୋଷଣା ପରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପାଇଁ ଉଭୟ ନେତାଙ୍କୁ ଦାୟୀ କରି ମୁମ୍ବାଇ ପୋଲିସ ଗିରଫ କରିଥିଲା । ଜାମିନ ଖାରଜ ହେବା ପରେ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ। ପରେ ୪ ମେ ରେ ଉଭୟଙ୍କୁ ମୁମ୍ବାଇର ଏକ କୋର୍ଟରୁ ଜାମିନ ମିଳିଥିଲା । ତେବେ ନବନୀତ ଜେଲରୁ ମୁକ୍ତ ହେବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Last Updated : May 12, 2022, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.