ETV Bharat / bharat

BJP IT Cell Chief Targets Priyanka: ଦେଶ ଶୋକରେ ବୁଡିଥିବା ବେଳେ ନାଚୁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ (Priyanka Gandhi Vadra) ନାଚକୁ ନେଇ ଟାର୍ଗେଟ କଲେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟା (BJP IT Cell Chief Amit Malaviya) । ଦେଶର CDS ଜେନରାଲଙ୍କ ଅନ୍ତିମ କ୍ରିୟା ଚାଲୁଥିବାବେଳେ ଗୋଆରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନାଚ କରୁଛନ୍ତି ବୋଲି ବିଜେପି ନେତା ଅମିତ ମାଲବୀୟା ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ

BJP IT Cell Chief Amit Malaviya
ଦେଶ ଶୋକର ଥିବାବେଳେ ଗୋଆରେ ପ୍ରିୟଙ୍କା ଗାନ୍ଧୀ ନାଚୁଛନ୍ତି କହିଲେ ବିଜେପି ଆଇଟି ସେଲ ମୁଖ୍ୟ
author img

By

Published : Dec 11, 2021, 7:26 AM IST

ନୂଆଦିଲ୍ଲୀ: ଗୋଆରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ(Priyanka Gandhi Vadra) ଟାର୍ଗେଟ କଲେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟା (BJP IT Cell Chief Amit Malaviya) । ସାରା ଦେଶ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାକୁ ନେଇ ଶୋକ ମନାଉଥିବାବେଳେ ପ୍ରିୟଙ୍କା ଗାନ୍ଧୀ ଗୋଆରେ ନାଚ କରୁଛନ୍ତି ବୋଲି ଟ୍ବିଟ କରିଛନ୍ତି ବିଜେପି ନେତା ଅମିତ ମାଲବୀୟା । ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଅମିତ ମାଲବୀୟା ।

  • When 26/11 happened, Rahul Gandhi was partying till wee hours of morning.

    Like brother, Priyanka Vadra too is dancing away in Goa while the entire nation is mourning and steeped in sadness as CDS Gen Bipin Rawat is being cremated.

    Can anything be more shameful than this? pic.twitter.com/hggjarFJdx

    — Amit Malviya (@amitmalviya) December 10, 2021 " class="align-text-top noRightClick twitterSection" data=" ">

କଂଗ୍ରେସ ଉତ୍ତରପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଗୋଆ ଗସ୍ତ କରିଛନ୍ତି । ଗୋଆରେ କଂଗ୍ରେସର ଆଗାମୀ ନିର୍ବାଚନକୁ ନେଇ ବୈଠକ ମଧ୍ୟ କରିଛନ୍ତି । ଏହି ଅବସରରେ ଲୋକଙ୍କୁ ଭେଟିଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ନାଚ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ନାଚରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ ନିଜେ ମଧ୍ୟ ନାଚ କରିଥିଲେ।

ତେବେ ଏହାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ରଖିଛି । ଦେଶର ସର୍ବୋଚ୍ଚ ସେନାଧ୍ୟକ୍ଷଙ୍କ ସିଡିଏସ ଜେନରାଲ ରାୱତ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସାରା ଦେଶ ଶୋକରେ ବୁଡିଛି। ଏ ଭଳି ସମୟରେ ପ୍ରିୟଙ୍କା ଗାନ୍ଧୀ ନାଚ କରୁଛନ୍ତି ବୋଲି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟା କହିଛନ୍ତି । ଏହା ଅତ୍ୟ ଲଜ୍ଜାଜନକ ଘଟଣା ଏଭଳି ସମୟର କରିବା ଅନୁଚିତ । ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ ୨୬/୧୧ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ବେଳେ ସକାଳ ପର୍ଯ୍ୟନ୍ତ ପାର୍ଟୀ କରୁଥିଲେ ବୋଲି ଅମିିତ ମାଲବୀୟ ଟ୍ବିଟ କରିଛନ୍ତି ।

ସୂଚନାଥାଉକି ଗତ ବୁଧବାର ଦିନ ତାମିଲନାଡୁର ସୁଲୁର ଏୟାର ବେସର ୱେଲିଂଟନ ଏୟାର ଡିଫେନ୍ସ କଲେଜରେ ଯିବାବେଳେ ନୀଳଗିର ଅଞ୍ଚଳରେ ହେଲିକପ୍ଟର Mi17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିଲେ ୧୪ ଜଣଙ୍କ ମଧ୍ୟରୁ ସିଡିଏସ ବିପିନ ରାୱତ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.