ETV Bharat / bharat

2024ରେ ବିଜେପିକୁ କେହି ଟକ୍କର ଦେଇ ପାରିବେ ନାହିଁ: ଅମିତ ଶାହ - 2024 ନିର୍ବାଚନକୁ ନେଇ ଅମିତ ଶାହଙ୍କ ବୟାନ

2024 ସାଧାରଣ ନିର୍ବାଚନ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟାରେ କହିଛନ୍ତି ବିଜେପିକୁ କେହି ହଟାଇ ପାରିବେ ନାହିଁ । ଅଧିକ ପଢନ୍ତୁ

amit saha on adani issue
2024 ନିର୍ବାଚନକୁ ନେଇ ଅମିତ ଶାହଙ୍କ ବୟାନ
author img

By

Published : Feb 14, 2023, 3:52 PM IST

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଗଣମାଧ୍ୟମକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ବିଭିନ୍ନ ରାଜ୍ୟର ନିର୍ବାଚନ, ଆଦାନୀ ଗ୍ରୁପ ପ୍ରସଙ୍ଗ, ପିଏଫଆଇ ବ୍ୟାନ, ସଂସଦରେ ହଙ୍ଗାମା, 2024 ନିର୍ବାଚନ ନେଇ ମତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । 2024ରେ ବିଜେପିର ରଣନୀତି କଣ ସେନେଇ ସାକ୍ଷତକାରରେ କଣ କହିଲେ ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

2024 ନିର୍ବାଚନକୁ ନେଇ ଗୃହମନ୍ତ୍ରୀ କହିଛନ୍ତି ବିଜେପିକୁ କେହି ହଟାଇ ପାରିବେ ନାହିଁ । ବିଜେପିକୁ ହଟାଇବା ମୁସ୍କିଲ । 2024 ଭୋଟରେ କେବଳ ପ୍ରମୁଖ ବିରୋଧୀ ଦଳ ବାଛିବେ । 2024 ଲୋକସଭା ନିର୍ବାଚନରେ ବିଜେପିର କେହି ପ୍ରତିଯୋଗୀ ନାହାନ୍ତି । ପିଏମ ମୋଦି ଲୋକଙ୍କ ଯଥେଷ୍ଟ ସମର୍ଥନ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ଭଲ କରିବ । ତ୍ରିପୁରାରେ ବିଜେପି ସରକାର ଗଠନ ହେବ ବୋଲି ଦୃଢୋକ୍ତି ରଖିଛନ୍ତି ଶାହ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତପୂର୍ବାଞ୍ଚଳ ଏବଂ ଭାରତର ଅନ୍ୟ ସ୍ଥାନରେ ମନର ଦୂରତାକୁ ଦୂର କରିଛନ୍ତି । 9 ବର୍ଷ ଭିତରେ ଉତ୍ତରପୂର୍ବାଞ୍ଚଳ ଆଞ୍ଚଳିକ ଭାଷା ମଜବୁତ ହୋଇଛି । ପ୍ରାଥମିକ ଶିକ୍ଷା ସ୍ଥାନୀୟ ଭାଷାରେ ହୋଇଛି । ବିଜେପି ସରକାର ଉତ୍ତରପୂର୍ବାଞ୍ଚଳ ପରିଚୟକୁ ମଜବୁତ କରିଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସଂସଦରେ ହଙ୍ଗାମା ନେଇ ଉତ୍ତର ରଖି ଗୃହମନ୍ତ୍ରୀ କହିଛନ୍ତି ଗୃହରେ ପ୍ରଧାନମନ୍ତ୍ରୀଙ୍କ ବୟାନ ବିରୋଧୀ ନ ଶୁଣନ୍ତୁ ସମଗ୍ର ଦେଶ ଶୁଣୁଛି ବୋଲି ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି ।

କିଛି ଦିନ ହେବ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ବିବାଦକୁ ସଂସଦରେ ଝଡ ସୃଷ୍ଟି ହୋଇଥିଲା । ବିରୋଧୀ ଗୃହରେ ହୋ ହାଲ୍ଲା କରିଥିଲେ । ଏହି ପ୍ରସଙ୍କରେ ଗୃହମନ୍ତ୍ରୀ ଅମିତ ଶାହ ମୁହଁ ଖୋଲିଛନ୍ତି । ସରକାର କିମ୍ବା ବିଜେପିର କିଛି ଲୁଚାଇବାକୁ କି ଭୟ କରିବାକୁ କିଛି ନାହିଁ । ଯଦି ତାଙ୍କ ପାଖରେ ପ୍ରମାଣ ଅଛି ସେ କୋର୍ଟ କାହିଁକି ଯାଇନାହାନ୍ତି । ସେହିପରି ପେଗାସସ ନେଇ ଯଦି ତାଙ୍କ ପାଖରେ ପ୍ରମାଣ ଅଛି ସେ କୋର୍ଟ ଯାଆନ୍ତୁ । କୋର୍ଟ ଆମ କବଜାରେ ନୁହେଁ । ସେମାନେ କେବଳ ହଙ୍ଗାମା ସୃଷ୍ଟି କରିବା ଜାଣନ୍ତି । ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଛନ୍ତି ଦେଶର କ୍ୟାବିନେଟ ସଦସ୍ୟ ଭାବରେ ଏହା ଉପରେ ଅଧିକ କିଛି କହିବା ଠିକ ହେବ ନାହିଁ ବୋଲି କହିଛନ୍ତି ଅମିତ ଶାହ । ଆମେ ସଫଳତାର ସହିତ ପିଏଫଆଇ ବ୍ୟାନ କରିଛୁ । ପିଏଫଆଇ ଉଗ୍ରବାଦକୁ ପ୍ରୋତ୍ସାହିତ କରୁଥିଲା । ତେଣୁ ଆମେ ଏହା ଉପରେ ପ୍ରତିବନ୍ଧକ ଲଗାଇଛୁ ।

ଗୃହମନ୍ତ୍ରୀ ଅମିତ ଶାହ ଆଭ୍ୟନ୍ତରୀଣ ସୁରକ୍ଷା, ଖାଲିସ୍ତାନ ପ୍ରସଙ୍ଗରେ କହିଛନ୍ତି, 3ଟି ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥାନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 9 ବର୍ଷର ଶାସନରେ ଶାନ୍ତି ଫେରିଛି । ବିହାର ଓ ଝାଡଖଣ୍ଡରେ ବାମପନ୍ଥୀ ଉଗ୍ରବାଦ ପାଖାପାଖି ସମାପ୍ତ ହୋଇଛି । ଛତିଶଗଡରେ ମଧ୍ୟରେ ସୁରକ୍ଷା ବଢିଛି । ବିଭିନ୍ନ ଉଗ୍ରବାଦୀ ସଂଗଠନ ସହ ଚୂଡାନ୍ତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ତ୍ରିପୁରାରେ ରହୁଥିବା 40 ହଜାର ରିୟଙ୍ଗ ପରିବାର ହକ ପାଇଛନ୍ତି । 8 ବର୍ଷ ଭିତରେ ମୋଦି 51 ଥର ଉତ୍ତରାଞ୍ଚଳ ଗସ୍ତ କରିଛନ୍ତି । 20 ବର୍ଷ ପରେ ପ୍ରଥମ ଥର ପାଇଁ ହତାହତ ହେଉଥିବା ନାଗରିକ ଓ ସୁରକ୍ଷାକର୍ମୀଙ୍କ ଯୋଗଦାନ 100ରୁ କମ ହୋଇଛି । ଏହାଏକ ବଡ ଉପଲବ୍ଧ । କୋଟି କୋଟି ଯାତ୍ରୀ ସୁରକ୍ଷିତ ଭାବେ ଜମ୍ମୁ ପର୍ଯ୍ୟାଟନରେ ଯାଉଛନ୍ତି । ସେମାନଙ୍କର କୌଣସି ଅସୁବିଧା ହୋଇନାହିଁ । ଖାଲିସ୍ତାନ ପ୍ରସଙ୍ଗରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.