ETV Bharat / bharat

ଦିଲ୍ଲୀରେ ନୀତିଶ: କଂଗ୍ରେସ ପରେ ବାମଦଳର ନେତାଙ୍କୁ କଲେ ସାକ୍ଷାତ - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଦିଲ୍ଲୀରେ ବାମଦଳର ନେତାଙ୍କୁ କଲେ ସାକ୍ଷାତ ନୀତିଶ କୁମାର । ଗତକାଲି କଂଗ୍ରେସ ଶିବିରରେ କରିଥିଲେ ଆଲୋଚନା । ଅଧିକ ପଢନ୍ତୁ

ଦିଲ୍ଲୀରେ ନୀତିଶ: ଗତକାଲି କଂଗ୍ରେସ, ଆଜି ବାମଦଳର ନେତାଙ୍କୁ କଲେ ସାକ୍ଷାତ

author img

By

Published : Apr 13, 2023, 10:42 PM IST

ପାଟନା: 2024 ସଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବା ଜାରି ରଖିଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଯେଡୁୟୁ ସୁପ୍ରିମୋ ନୀତିଶ କୁମାର ଆଜି ବାମଦଳର ଏକାଧିକ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ସେ ଗତକାଲି (ବୁଧବାର) କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟି ସମାନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ଆଜି (ଗୁରୁବାର) ସିପିଏମ ମହାସଚିବ ସିତାରାମ ୟାଚୁରୀ ଓ ସିପିଆଇ ମହାସଚିବ ଡି.ରାଜାଙ୍କ ସହ ଆଲୋଚନା କିରଛନ୍ତି । ଉଭୟ ବାମ ନେତାଙ୍କ ସହ ସମାନ ବିରୋଧୀ ଏକତା ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଦିଲ୍ଲୀରେ ନୀତିଶ: ଗତକାଲି କଂଗ୍ରେସ, ଆଜି ବାମଦଳର ନେତାଙ୍କୁ କଲେ ସାକ୍ଷାତ
ଦିଲ୍ଲୀରେ ନୀତିଶ: ଗତକାଲି କଂଗ୍ରେସ, ଆଜି ବାମଦଳର ନେତାଙ୍କୁ କଲେ ସାକ୍ଷାତ

ଗତକାଲି ନୀତିଶ କୁମାର ନିଜ ଟିମ ତଥା ନିଜ ଦଳର ଅଧ୍ୟକ୍ଷ ଲଲନ୍‌ ସିଂ, କ୍ୟାବିନେଟ ସହଯୋଗୀ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଥିଲେ । ପ୍ରଥମେ ଲାଲୁଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ବୁଝିବା ପରେ ନୀତିଶଙ୍କ ଟିମ୍‌ କଂଗ୍ରେସ ଶିବିର ଆଡେ ଅଗ୍ରସର ହୋଇଥିଲା । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଦଳର ଅନ୍ୟତମ ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନାକୁ ରାହୁଲ ଗାନ୍ଧୀ ଐତିହାସିକ ବୋଲି ଦର୍ଶାଇବା ସହ ସମାନ ବିଚାରଧାରାର ଲଢେଇରେ ଏହା ବିରୋଧୀଙ୍କ ଏକତା ବୋଲି କହିଥିଲେ । କଂଗ୍ରେସ ସହ କଥାବାର୍ତ୍ତା ପରେ ନୀତିଶଙ୍କ ଟିମ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ମଧ୍ୟ ଆଲୋଚନା କରିଥିଲା ।

ଆଜି ନୀତିଶ ନିଜ ରଣନୀତି ନେଇ ବାମ କ୍ୟାମ୍ପରେ ପହଞ୍ଚିଛନ୍ତି । ସିପିଏମ ମହାସଚିବ ସୀତାରାମ ୟାଚୁରୀ ଓ ସିପିଆଇ ମହାସଚିବ ଡି.ରାଜାଙ୍କ ସହ ନୀତିଶଙ୍କ ଗୋଷ୍ଠୀର ଆଲୋଚନା ହୋଇଛି । ଆଜି ମଧ୍ୟ ସାମାନ ପ୍ରସଙ୍ଗରେ ଏହି ନେତାମାନେ ଆଲୋଚନା କରିଛନ୍ତି । ନୀତିଶଙ୍କ ସହ ଜେଡିୟୁ ସଭାପତି ଲଲନ ସିଂ ମଧ୍ୟ ସାମିଲ ଥିଲେ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ନୀତିଶ, ଫୋକସରେ ବିରୋଧୀ ଏକତା

ବିହାରରେ ବିଜେପି ସମର୍ଥନରେ ଦିନେ ନୀତିଶଙ୍କ ଶାସନ ଥଲା । ସରକାର ଭାଙ୍ଗିବା ପରେ ବିଜେପିକୁ ବିରୋଧୀ ଆସନକୁ ରାସ୍ତା ଦେଖାଇ କଂଗ୍ରେସ ଓ ଆରଜେଡିକୁ ନେଇ ଗଠିତ ମହାଗଠବନ୍ଧନ ସମର୍ଥନରେ ସରକାର ଗଠନ କରିଥିଲେ ନୀତିଶ । ଆରଜେଡି ନେତା ତେଜସ୍ବୀ ଯାଦବ ନୀତିଶଙ୍କ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ସେବେଠୁ ନୀତିଶ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାର ମୋର୍ଚ୍ଚା ଖୋଲିଛନ୍ତି । ପୂର୍ବରୁ ଏକାଧିକ ବିଜେପି ବିରୋଧୀ ନେତାଙ୍କୁ ଭେଟି ସାରିଥିବା ନୀତିଶ ଏବେ ପୁଣି ଟିମ୍‌ ସହ ସଦଳବଳେ ଦିଲ୍ଲୀରେ ଡେରା ପକାଇଛନ୍ତି । ଜଣେ ପରେ ଜଣେ ବିରୋଧୀ ନେତାଙ୍କୁ ସାକ୍ଷାତ କରିବା ଜାରି ରଖିଛି ନୀତିଶ ଗୋଷ୍ଠୀ ।

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.