ETV Bharat / bharat

ମଧ୍ୟ ପ୍ରଦେଶରେ ଏନକାଉଣ୍ଟର: ଟଳିଲେ 3 ହାର୍ଡକୋର ନକ୍ସଲ

author img

By

Published : Jun 20, 2022, 6:05 PM IST

ମଧ୍ୟ ପ୍ରଦେଶରେ ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ସଫଳତା । ବାଲାଘାଟ ଜଙ୍ଗଲରେ କମ୍ବିଂ ବେଳେ ଏନକାଉଣ୍ଟର । 3 ହାର୍ଡକୋର ନକ୍ସଲ ମୃତ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ଏନକାଉଣ୍ଟର: 3 ହାର୍ଡକୋର ନକ୍ସଲ ମୃତ

ଭୋପାଳ: ମଧ୍ୟ ପ୍ରଦେଶର ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା ମିଳିଛି । ଆଜି (ସୋମବାର) ବାଲାଘାଟ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ନକ୍ସଲ ପ୍ରାଣ ହରାଇଛନ୍ତି । ନିହତ ନକ୍ସଲମାନେ ଅନେକ ମାଓ ହିଂସାରେ ସାମିଲ ଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଆଜି ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରେ 3 ନକ୍ସଲଙ୍କୁ ସୁରକ୍ଷା ବାହିନୀ ନିପାତ କରିବାରେ ସଫଳ ହୋଇଥିବା ରାଜ୍ୟ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା ସ୍ପଷ୍ଟ କରିଛନ୍ତି ।

  • बालाघाट जिले के बहेला थाना इलाके में पुलिस-नक्सली मुठभेड़ में 3 इनामी नक्सली मारे गए हैं।

    हॉक फोर्स ने मुठभेड़ में नक्सलियों के डिवीजनल कमेटी के मेंबर और 15 लाख के इनामी नक्सली नागेश और 8-8 लाख के इनामी एरिया कमांडर नक्सली मनोज और रामे को ढेर किया है।

    पूरी पुलिस टीम को बधाई। pic.twitter.com/jeO7Cw6HhQ

    — Dr Narottam Mishra (@drnarottammisra) June 20, 2022 " class="align-text-top noRightClick twitterSection" data=" ">

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିହତ 3 ନକ୍ସଲଙ୍କ ବୟସ 35 ରୁ 40 ବର୍ଷ ମଧ୍ୟରେ ରହିଛି । ସମସ୍ତେ ପୋଲିସ ତାଲିକାରେ ହାର୍ଡକୋର ଶ୍ରେଣୀରେ ଥିଲେ । ମୃତ ନକ୍ସଲଙ୍କ ନିକଟରୁ ଅତ୍ୟାଧୁନିକ ରାଇଫଲ ମଧ୍ୟ ଜବତ କରାଯାଇଛି । ମୃତ ନକ୍ସଲଙ୍କ ମୃତଦେହ ଅଣାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ । ସ୍ଥାନୀୟ ପୋଲିସ ଅଧୀକ୍ଷକ ସମୀର ସୌରଭ ଓ IG ସଞ୍ଜୟ ସିଂ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.