ETV Bharat / bharat

‘ସୁଶାନ୍ତ ସିଂଙ୍କ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି’

author img

By

Published : Sep 10, 2020, 12:25 PM IST

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କେନ୍ଦ୍ର ଓ ବିହାର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କେନ୍ଦ୍ର ଓ ବିହାର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା । ବିହାର ସରକାର ଗ୍ରହଣ କରିଥିବା ପଦକ୍ଷେପ ସତ ଜାଣିବା ପାଇଁ ନୁହେଁ ବରଂ ରାଜନୀତିକରଣ କରିବା ବୋଲି ସିହ୍ନା କହିଛନ୍ତି ।

ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସୁଶାନ୍ତ ସିଂ ମାମଲାରେ ପୋଷ୍ଟର ମାରିବା ପରେ ସିହ୍ନା ଏହାକୁ ସମ୍ପୂର୍ଣ୍ଣ ଭୂଲ ବୋଲି କହିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା କହିଛନ୍ତି, ‘ସୁଶାନ୍ତଙ୍କ ମାମଲାରେ ଚାଲିଥିବା ତଦନ୍ତ ଉପରେ ମୁଁ ନିଶ୍ଚିତ ଯେ ତାଙ୍କ ପରିବାର ନ୍ୟାୟ ପାଇବେ ଓ ସତ୍ୟ ପ୍ରକାଶ ପାଇବ’।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ (ୟୁଡିଏ) କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ଯଶୱନ୍ତ ସିହ୍ନା ସମସ୍ତିପୁରରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ବିହାରରେ 30 ବର୍ଷ ଧରି ଲକଡାଉନ୍ ପଡିଛି ବର୍ତ୍ତମାନ ଯୁବକମାନେ ଆଗକୁ ଆସି ଏହି ଲକଡାଉନ୍ ଶେଷ କରିବାର ଆବଶ୍ୟକତା ରହିଛି।

ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ରାଜନୈତିକ ଦଳର ସମ୍ମିଳନୀ ଆରମ୍ଭ ହୋଇଛି। ଏହି କ୍ରମରେ ସମସ୍ତିପୁରର ଉଜିୟାରପୁରରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏହି ସମ୍ମିଳନୀକୁ ସମ୍ବୋଧିତ କରି ୟୁଡିଏ ସଂଯୋଜକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା କହିଛନ୍ତି ଯେ ବିହାରର ସମସ୍ତ ଆସନରେ ୟୁଡିଏ ନିର୍ବାଚନ ଲଢିବ। ସେ କହିଛନ୍ତି ଯେ ଯଦି ବିହାର ସରକାରଙ୍କୁ ପରିବର୍ତ୍ତନ କରିବାକୁ ପଡିବ ତେବେ ସମସ୍ତ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.