ETV Bharat / bharat

କୃଷି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ

author img

By

Published : Sep 28, 2020, 12:44 PM IST

କୃଷି ବିଲ୍ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ସେପଟେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। କେରଳର କଂଗ୍ରେସ ସାଂସଦ ଟିଏନ୍ ପ୍ରତାପନ ସୁପ୍ରିମକୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି।

ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ
ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ

ନୂଆଦିଲ୍ଲୀ: କୃଷି ବିଲ୍ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ସେପଟେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। କେରଳର କଂଗ୍ରେସ ସାଂସଦ ଟିଏନ୍ ପ୍ରତାପନ ସୁପ୍ରିମକୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ଗତ ସପ୍ତାହରେ ସଂସଦରେ ପାରିତ ହୋଇଥିବା କୃଷି ସଂକ୍ରାନ୍ତ ବିଲ୍ ପ୍ରତ୍ୟାହାର ପାଇଁ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଛି।

କଂଗ୍ରେସ ସାଂସଦ ଟିଏନ୍ ପ୍ରତାପନ ମୂଲ୍ୟ ଏବଂ କୃଷି ସେବା ଅଧିନିୟମ, 2020ର କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ଧାରା-32ର 3, 4, 5, 6, 7, 13, 14, 18 ଏବଂ 19 ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଏହା ସମ୍ବିଧାନର ଧାରା 14, 15 ଏବଂ 21 ର ଉଲ୍ଲଂଘନ ଅଟେ।

ପ୍ରତାପନଙ୍କ ପରାମର୍ଶଦାତା ଆଶିଷ ଜର୍ଜ, ଓକିଲ ଜେମ୍ସ ପି ଥୋମାସ୍ ଓ ସିଆର୍ ରେଖେଶ ଶର୍ମା ସୁପ୍ରିମକୋର୍ଟରେ ହାଜର ହେବେ। ଅନ୍ୟପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲରେ ଦସ୍ତଖତ କରିବାର ଗୋଟିଏ ଦିନ ପରେ ପଞ୍ଜାବ ଯୁବ କଂଗ୍ରେସ ଏହାକୁ ବିରୋଧ କରି ଇଣ୍ଡିଆ ଗେଟରେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଛନ୍ତି।

ଭାରତୀୟ ଯୁବ କଂଗ୍ରେସର ଏକ ଟ୍ବିଟରେ କୁହାଯାଇଛି, ‘ଶହୀଦ ଭଗତ ସିଂଙ୍କ ସ୍ମୃତିରେ ପଞ୍ଜାବ ଯୁବ କଂଗ୍ରେସ ଇଣ୍ଡିଆ ଗେଟରେ ଟ୍ରାକ୍ଟର ଜାଳି ବିଜେପି ସରକାରଙ୍କ ଉଦାସୀନତା ମନୋଭାବକୁ ବିରୋଧ । ସରକାର ଜାଗ୍ରତ ହୁଅ, ଇନକଲାବ୍ ଜିନ୍ଦାବାଦ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.