ETV Bharat / bharat

ଦେଶପାଇଁ ମହିଳାଙ୍କ ସୁରକ୍ଷା ସର୍ବପ୍ରଥମ: କିଶନ ରେଡ୍ଡୀ

ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ନିର୍ଯାତନାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାର ଏକ ଲିଖିତ ଉତ୍ତର ଲୋକସଭାରେ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି.କିଶନ ରେଡ୍ଡୀ।

author img

By

Published : Dec 10, 2019, 7:35 PM IST

Women safety a high priority
ଦେଶପାଇଁ ମହିଳାଙ୍କ ସୁରକ୍ଷା ସର୍ବପ୍ରଥମ: ଜି.କିଶନ ରେଡ୍ଡୀ

ନୂଆଦିଲ୍ଲୀ: ଦେଶରେ ଆଲୋଡନ ସୃଷ୍ଟି କରିଛି ଗଣଦୁଷ୍କର୍ମ ଘଟଣା । ନାରୀ, ଶିଶୁଙ୍କ ସୁରକ୍ଷାକୁ ନେଇ ବାରମ୍ବାର ଉଠୁଛି ପ୍ରଶ୍ନ । ନିକଟରେ ହାଇଦ୍ରାବାଦ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ବାରମ୍ବାର ଘଟିବାରେ ଲାଗିଛି। ଦେଶ ପାଇଁ ନାରୀ ସୁରକ୍ଷା ସର୍ବପ୍ରଥମେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ସୁରକ୍ଷା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଲୋକସଭାରେ ଏକ ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ।

ଏହା ଯୌନ ଅପରାଧିଙ୍କ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ଏହା ସହ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ନିର୍ଯାତନାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୃହକୁ ଅବଗତ କରିଥିଲେ ସେ।

ଅପରାଧିକ ଆଇନ(ସଂଶୋଧିତ) ଅଧିନିୟମ, 2013 ଅନୁଯାୟୀ ଯୌନ ଅପରାଧକୁ ନିବାରଣ କରିବାର ନିୟମ ଥିଲା। ଏହାର 5 ବର୍ଷ ପରେ ଅପରାଧ ଆଇନ(ସଂଶୋଧିତ) 2018ରେ, 12 ବର୍ଷରୁ କମ ତଥା ନାବାଳିକାଙ୍କ ଉପରେ କୌଣସି ଦୁଷ୍କର୍ମର ଅଭିଯୋଗ ଆସେ, ଏଭଳି ଘଟଣାରେ ଜଡିତ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେବାର ବ୍ୟବସ୍ଥା ରହିଛି। ଏହି ଅଧିନିୟମ ଅନୁଯାୟୀ, 2 ମାସ ଭିତରେ ଘଟଣାର ତଦନ୍ତ ସହ ବିଚାର ଶେଷ କରିବାକୁ ଆଦେଶ ରହିଛି।

ସମସ୍ତ ଜରୁରୀକାଳିନ ପରିସ୍ଥିତିରେ ଏମରଜେନ୍ସସି ରେସପନ୍ସ ସପୋର୍ଟ ସିଷ୍ଟମ ପକ୍ଷରୁ ପ୍ୟାନ-ଇଣ୍ଡିଆ, ସିଙ୍ଗଲ, ଅନ୍ତରାଷ୍ଟ୍ରୀୟ ମାନ୍ୟତା ପ୍ରାପ୍ତ ଫୋନ ନମ୍ବର(112) ପ୍ରଦାନ କରାଯାଇଛି। ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ ଓ ମୁମ୍ବାଇ ଭଳି ସହରରେ ପ୍ରାଥମିକ ପର୍ଯ୍ୟାୟରେ ଟେକ୍ନୋଲୋଜି ମାଧ୍ୟମରେ ସୁରକ୍ଷା ଦେବାକୁ ମଞ୍ଜୁରୀ ଦିଆଯାଇଛି। ଏପରିକି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସାଇବର କ୍ରାଇମ ପୋର୍ଟାଲ ଲଞ୍ଚ କରାଯାଇଥିବା ଏକ ଲିଖିତ ଉତ୍ତର ଜଣାଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.