କୋଲକାତା: ପଶ୍ଚିମବଙ୍ଗରେ ଜଣେ ବିଜେପି ସମର୍ଥକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ରହିଛି ଏହି ଅଭିଯୋଗ । ଘଟଣା ଘଟିଛି ଦକ୍ଷିଣ ଦିନାପୁରର ନନ୍ଦପୁର ପଞ୍ଚାୟତରେ । ତେବେ ମାଡ ମରାଯାଇଥିବା ବିଜେପି ସମର୍ଥକ ଜଣକ ଜଣେ ମହିଳା ।
ଦକ୍ଷିଣ ଦିନାପୁରର ନନ୍ଦପୁର ପଞ୍ଚାୟତରେ ଏହି ମହିଳା ବିଜେପି ସମର୍ଥକଙ୍କୁ କିଛି ଟିଏମସି କାର୍ଯ୍ୟକର୍ତ୍ତା ମାଡ ମାରିଛନ୍ତି । କେବଳ ମାଡ ନୁହେଁ ମହିଳା ଜଣଙ୍କୁ ବାନ୍ଧି ଦିଆଯିବା ସହ ରାସ୍ତା କଡର ଏକ ଘରକୁ ଘୋଷାରି ଘୋଷାରି ନେଇଯାଇଥିଲେ ଏହି ଟିଏମସି କର୍ମୀ । ତେବେ ମହିଳାଙ୍କୁ ମାଡ ମରାଯାଉଥିବାବେଳେ ସେଠାରେ ଉପସ୍ଥିତ ଥିଲେ ଟିଏମସିର ସ୍ଥାନୀୟ ପଞ୍ଚାୟତ ସଦସ୍ୟ । ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ