ଥିରୁଅନନ୍ତପୁରମ୍: ପାରିବାରିକ କହଳକୁ କେନ୍ଦ୍ର କରି ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ । ହତ୍ୟା ପରେ ନିଜ ପିଲାଙ୍କୁ ଛାଡି ସ୍ବାମୀ ଫେରାର । କେରଳର ଥ୍ରୀସୁର ଜିଲ୍ଲା ମାଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ହତ୍ୟାକାରୀ ଫେରାର ସ୍ବାମୀକୁ ଗିରଫ କରିଛି ।
କେରଳର ପିଣ୍ଡାନି ଅଞ୍ଚଳର ସୁବେରଙ୍କ ଝିଅ ହେଉଛନ୍ତି 30 ବର୍ଷର ରେହମତ୍ । ସେ 40 ବର୍ଷ ବୟସ୍କ ପୁଥୁମାନା ସମସାଦକୁ ବିବାହ କରିଥିଲେ । ସେମାନେ ପରଭୁର ଭଦାକେକରାରୁ ଆସି ପିଣ୍ଡାନୀରେ ଏକ ଭଡା ଘରେ ରହୁଥିଲେ । ବୁଧବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହେବାରୁ ସ୍ତ୍ରୀର ଗଳା କାଟି ହତ୍ୟା କରିଥିଲା ସ୍ବାମୀ । ହତ୍ୟା ପରେ ନିଜ 9 ଓ 2 ବର୍ଷର ପିଲାଙ୍କୁ ପରଭୁରସ୍ଥିତ ଘରେ ଛାଡି ଦେଇ ଗୁରୁବାର ସକାଳୁ ଏକ ସାଙ୍ଗ ଘରକୁ ଚାଲି ଯାଇଥିଲା ।
ପୁଥୁମାନା ସମସାଦ ରେହମତକୁ ଘରେ ଛାଡି କେବଳ 2 ପିଲାଙ୍କୁ ନେଇ ଯାଇଥିବା ଶୁଣି ମମସାଦ ମାଙ୍କର ସନ୍ଦେହ ହୋଇଥିଲା । ପରେ ସେ ପଡୋଶୀଙ୍କୁ ଜଣାଇଥିଲେ । ପଡୋଶୀ ପିଣ୍ଡାନିସ୍ଥିତ ଭଡା ଘରେ ରେହମତର ଶବକୁ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ସମସାଦକୁ ଶୁକ୍ରବାର ଭଦାକେକରାରୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ