ETV Bharat / bharat

ପୂର୍ବ ଲଦାଖରେ 40 ହଜାର ଚୀନ ସୈନ୍ୟ, ଆସନ୍ତାକାଲି ହୋଇପାରେ WMCC ବୈଠକ - ପୂର୍ବଲଦାଖରେ 40 ହଜାର ଚୀନ ସୈନ୍ୟ

ଏବେ ବି ପୂର୍ବ ଲଦାଖ ସେକ୍ଟରର ଆଗୁଆ ଏବଂ ଅଭ୍ୟାନ୍ତରୀଣ ଅଞ୍ଚଳରେ ଚୀନ ପ୍ରାୟ 40,000 ସୈନ୍ୟ ମୁତୟନ ପ୍ରକ୍ରିୟା ଜାରି ରଖିଥିବା ସୂତ୍ରରୁ ଜଣାପଡିଥିଲା । ତେବେ ଏହାର ଦିନକ ପରେ ଏହି ବୈଠକ ଖବର ସାମ୍ନାକୁ ଆସିଛି ।

ଭାରତ-ଚୀନ ସୀମା ପ୍ରସଙ୍ଗ
ଭାରତ-ଚୀନ ସୀମା ପ୍ରସଙ୍ଗ
author img

By

Published : Jul 23, 2020, 1:19 PM IST

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ପ୍ରସଙ୍ଗକୁ ନେଇ ୱାର୍କିଂ ମେକାନିଜିମ୍ ଫର କନ୍ସଲଟେସନ୍ ଆଣ୍ଡ କୋଡିନେସନ୍ (ଡବ୍ଲୁଏମ୍‌ସିସି) ର ବୈଠକ ଶୁକ୍ରବାର ହେବା ନେଇ ସମ୍ଭାବନା ରହିଛି । ଏନେଇ ଗୁରୁବାର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

ତେବେ ପ୍ରକୃତ ନିୟନ୍ତ୍ରଣ ରେଖାର ଉତ୍ତେଜନା ହ୍ରାସ କରିବା ମନବୃତ୍ତି ଚୀନର ନଥିବା ବୁଧବାର ପ୍ରକାଶ ପାଇଥିଲା । ଏବେ ବି ପୂର୍ବ ଲଦାଖ ସେକ୍ଟରର ଆଗୁଆ ଏବଂ ଅଭ୍ୟାନ୍ତରୀଣ ଅଞ୍ଚଳରେ ଚୀନ ପ୍ରାୟ 40,000 ସୈନ୍ୟ ମୁତୟନ ପ୍ରକ୍ରିୟା ଜାରି ରଖିଥିବା ସୂତ୍ରରୁ ଜଣାପଡିଥିଲା । ତେବେ ଏହାର ଦିନକ ପରେ ଏହି ବୈଠକ ଖବର ସାମ୍ନାକୁ ଆସିଛି ।

ପୂର୍ବାଞ୍ଚଳ ଲଦାଖର ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ କୂଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନା ବେଳେ ଚୀନ ବାରମ୍ବାର ପ୍ରତିଶୃତି ଦେଉଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରୁନାହିଁ । ଚୀନ ସେନା ନିଜ ପ୍ରତିବଦ୍ଧତାକୁ ସମ୍ମାନ ଦେଉ ନାହାଁନ୍ତି ଏବଂ ଚୁକ୍ତିନାମା ଅନୁଯାୟୀ ପଛକୁ ଫେରି ନାହାଁନ୍ତି । ସେ ସୈନ୍ୟ ମୁତୟନ ଜାରି ରଖିଛି ବୋଲି ବୁଧବାର ସୂତ୍ରରୁ ପ୍ରକାଶ ପାଇଥିଲା ।

ତେବେ ଗତ ସପ୍ତାହରେ ଅନୁଷ୍ଠିତ କର୍ପସ କମାଣ୍ଡର ସ୍ତରର ଶେଷ ପର୍ଯ୍ୟାୟ ଆଲୋଚନାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ନେଇ କୌଣସି ଅଗ୍ରଗତି ହୋଇ ନଥିବା ସୂତ୍ର ପକ୍ଷରୁ କୁହାଯାଇଛି । ସୂତ୍ର ଅନୁଯାୟୀ, ଫିଙ୍ଗର ଅଞ୍ଚଳରେ ଏକ ପର୍ଯ୍ୟବେକ୍ଷଣ ଶିବିର ସୃଷ୍ଟିକରିବାକୁ ଚାହୁଁଥିବା ଚୀନ ସେନା ଫିଙ୍ଗର ଅଞ୍ଚଳରୁ ପଛକୁ ଫେରିଯାଇ ସିରିଜ୍ୟାପରେ ନିଜ ସ୍ଥାୟୀ ସ୍ଥାନକୁ ଫେରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେହିପରି ସେମାନେ ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରା ପୋଷ୍ଟ ଅଞ୍ଚଳରେ ବହୁ ପରିମାଣର ଭିତ୍ତିଭୂମି ନିର୍ମାଣ କରିଛନ୍ତି । ଯାହା ସେମାନେ ଭାଙ୍ଗିବା ମୁଡରେ ନାହାନ୍ତି ବୋଲି ସୂତ୍ରରୁ ଜଣାପଡିଥିଲା ।

ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ଭାରତ-ଚୀନ ସୀମା ବ୍ୟାପାରକୁ ନେଇ ୱାର୍କିଂ ମେକାନିଜିମ୍ ଫର କନ୍ସଲଟେସନ୍ ଆଣ୍ଡ କୋଡିନେସନ୍ (ଡବ୍ଲୁଏମ୍‌ସିସି) ର 16 ତମ ବୈଠକ ହୋଇଥିଲା । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ନେତୃତ୍ୱ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.