ETV Bharat / bharat

ଲକଡାଉନ ନଥିଲେ ଏପ୍ରିଲ 15ସୁଦ୍ଧା ଦେଶରେ ଥାନ୍ତେ 8.2 ଲକ୍ଷ କୋରୋନା ଆକ୍ରାନ୍ତ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Apr 12, 2020, 10:44 AM IST

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର କରାଯାଇଥିବା ଏକ ରିସର୍ଚରୁ ଜଣାପଡିଛି ଯେ, କୋରୋନା ଭାଇରସ ବିରୋଧରେ ଲକଡାଉନ ଏବଂ କଣ୍ଟେଣ୍ଟମେଣ୍ଟ ପଦକ୍ଷେପ ନିଆନଯାଇଥିଲେ ଭାରତରେ ଏପ୍ରିଲ 15 ସୁଦ୍ଧା 8.2 ଲକ୍ଷ କୋରୋନା ମାମଲା ସାମ୍ନାକୁ ଆସିଥାନ୍ତା ।

reserch
ଲକଡାଉନ ବିନା ଏପ୍ରିଲ15 ସୁଦ୍ଧା 8.2 ଲକ୍ଷ କୋରୋନା ମାମଲା ସାମ୍ନାକୁ ଆସିଥାନ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର କରାଯାଇଥିବା ଏକ ରିସର୍ଚରୁ ଜଣାପଡିଛି ଯେ, କୋରୋନା ଭାଇରସ ବିରୋଧରେ ଲକଡାଉନ ଏବଂ କଣ୍ଟେନମେଣ୍ଟ ପଦକ୍ଷେପ ନିଆନଯାଇଥିଲେ ଭାରତରେ ଏପ୍ରିଲ 15 ସୁଦ୍ଧା 8.2 ଲକ୍ଷ କୋରୋନା ମାମଲା ସାମ୍ନାକୁ ଆସିଥାନ୍ତା ।

ଏଥିରୁ ସ୍ପଷ୍ଟ ଭାବରେ ସୂଚିତ ହେଉଛି ଯେ, ଲକଡାଉନ, ସାମାଜିକ ଦୂରତା ଏବଂ କଣ୍ଟେନମେଣ୍ଟ ଭାରତରେ କୋରୋନା ମହାମାରୀ ସହ ଲଢେଇ କରିବାର 3ଟି ପ୍ରମୁଖ ଅସ୍ତ୍ର ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ମାର୍ଚ୍ଚ 25 ଠାରୁ ଜାରି ରହିଥିବା ଲକଡାଉନ, ,ସାମାଜିକ ଦୂରତା, ଏବଂ କଣ୍ଟେନମେଣ୍ଟ ଲାଗୁ ନେଇ ପଦକ୍ଷେପ ନିଆଯିବା ପରେ ମଧ୍ୟ ଭାରତ ବର୍ତ୍ତମାନ ସୁଦ୍ଧା 7447 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ଲଭ ଅଗ୍ରୱାଲ କହିଛନ୍ତି ଯେ, ଭାରତରେ 100 ପ୍ରତିଶତ ଲକଡାଉନ୍, ସାମାଜିକ ଦୂରତା ଏବଂ କଣ୍ଟେନମେଣ୍ଟ ଜୋନ ପାଳନ ହେଲେ ଭାରତ ନିଶ୍ଚିତ କୋରୋନା ବିରୋଧରେ ଲଢୁଥିବା ଯୁଦ୍ଧ ଜିତିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.