ETV Bharat / bharat

ଏଲଏସିରେ ଭାରତ-ଚୀନ ମୁହାଁମୁହିଁ, ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ - congress attack modi govt

ଅଗଷ୍ଟ 29-30 ରାତିରେ ଲଦାଖରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଏବଂ ଚୀନ ସୈନିକ । ଏହାକୁ ନେଇ ମୋଦି ସରକାରଙ୍କୁ ଘେରିଛି ବିରୋଧୀ କଂଗ୍ରେସ ।

ଏଲଏସିରେ ଭାରତ-ଚୀନ ମୁହାଁମୁହିଁ, ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Aug 31, 2020, 3:49 PM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜାରି ବିବାଦ ପୁଣିଥରେ ଉଗ୍ର ରୂପ ନେଇଛି । ଅଗଷ୍ଟ 29-30 ରାତିରେ ଲଦାଖରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଏବଂ ଚୀନ ସୈନିକ । ତେବେ ଏହାକୁ ନେଇ ମୋଦି ସରକାରଙ୍କୁ ଘେରିଛି ବିରୋଧୀ କଂଗ୍ରେସ । ପ୍ରତିଥର ଆମ ଜମିରେ ଅନୁପ୍ରବେଶ କରିବାର ଦୁଃସାହସ କରୁଥିବା ଚୀନକୁ ମୋଦି ସରକାର ନାଲି ଆଖି କାହିଁକି ଦେଖାଉନାହାନ୍ତି । ଏହି ପ୍ରସଙ୍ଗରେ ମୋଦି ସରକାର ଚୁପ କାହିଁକି ରହିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଲଗାତାର ଭାରତର ଅଖଣ୍ଡତା ଉପରେ ଆକ୍ରମଣ ହେଉଛି । ଲଗାତାର ଆମ ଜମି ଅଧିଗ୍ରହଣ କରିବାର ଦୁଃସାହସ ହେଉଛି । ଚୀନ ଭାରତୀୟ ଜମିରେ ଅନୁପ୍ରବେଶ କରିବାକୁ ଲଗାତାର ପ୍ରୟାସ କରୁଛି । ପ୍ରଧାନମନ୍ତ୍ରୀ ମୋଦି ନାଲି ଆଖି କାହିଁକି ଦେଖାଉନାହାନ୍ତି । ସେ ଚୀନ ସହ ଆଖିରେ ଆଖି ମିଳାଇ ତାକୁ କେବେ ଜବାବ ଦେବେ । ପ୍ରଧାନମନ୍ତ୍ରୀ ଚୁପ କାହିଁକି ରହିଛନ୍ତି ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି ।

ସୁରଜେୱାଲା କହିଛନ୍ତି, ଅଗଷ୍ଟ 29-30 ରାତିରେ ଚୀନ ସୈନିକ ଭାରତୀୟ ସେନା ସହ ସଂଘର୍ଷ କରିଛନ୍ତି । ଯାହା ଆଶ୍ଚର୍ଯ୍ୟଜନକ । ସେ ପୁଣିଥରେ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାର ଦୁଃସାହସ କରିଛି । କେବେ ଗଲୱାନ ଘାଟିରେ 20 ଭାରତୀୟ ଯବାନ ଶହୀଦ ହେଉଛନ୍ତି ତ ଆଉ କେବେ ଗୋଗ୍ରା ସ୍ପ୍ରିଂରେ ଚୀନର ଅନୁପ୍ରବେଶ । କେବେ ଫିଙ୍ଗର 4ରୁ ଫିଙ୍ଗର 8 ପର୍ଯ୍ୟନ୍ତ କବ୍ଜା ତ ଆଉ କେବେ ଡେପସଙ୍ଗରେ ଚୀନର ଅଧିଗ୍ରହଣ । ଚୀନ ଲଦାଖ ପର୍ଯ୍ୟନ୍ତ ସୀମିତ ରହିନାହିଁ । ଉତ୍ତରାଖଣ୍ଡର ଲିପୁଲେଖରେ ଚୀନ ଜମାବଡା, ଡୋକାଲା ଏବଂ ନାକୁଲାରେ ଯେଉଁଭଳି ଭାବରେ ମିଶାଇଲ ଖଞ୍ଜୁଛି ଏହା ଭାରତ ପାଇଁ ବିପଦ ସୃଷ୍ଟି କରିବ ବୋଲି ସୁରଜେୱାଲା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଦେଶର ସୈନିକ ତ ସୀମା ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି । ହେଲେ ଦେଶର ପ୍ରଧାନମନ୍ତ୍ରୀ କଣ କରୁଛନ୍ତି ? ସେ ନାଲି ଆଖି ଦେଖାଇ କେବେ ଚୀନ ସହ କଥା ହେବେ ? ସେ କେବେ ଚୀନକୁ କଡା ଜବାବ ଦେବେ ? ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଣ କରୁଛନ୍ତି ? ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ସାମ୍ନାକୁ ଆସି ଲଦାଖର ସ୍ଥିତି ସମ୍ପର୍କରେ ସୂଚନା ଦିଅନ୍ତୁ ବୋଲି ଆମେ ଦାବି କରୁଛୁ । ଭାରତୀୟ କ୍ଷେତ୍ରକୁ ଚୀନ କବଳରୁ କେବେ ମୁକ୍ତ କରିବେ ତାର ଜବାବ ଦିଅନ୍ତୁ । ଏହା ହିଁ ପ୍ରକୃତ ଦେଶଭକ୍ତି ବୋଲି ସୁରଜେୱାଲା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଅଗଷ୍ଟ 29 ଓ 30 ରାତିରେ ପେଙ୍ଗଙ୍ଗ ହ୍ରଦ ନିକଟରେ ପୁଣିଥରେ ଚୀନ ସେନାର ଗତିବିଧି ବଢିଯାଇଥିଲା । ଯାହାକୁ ଭାରତୀୟ ଯବାନ କଡା ଜବାବ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.