ETV Bharat / bharat

ବିଶାଖାପାଟନମରେ ଲିକ୍ ହୋଇଥିବା ଷ୍ଟାୟରିନ ଗ୍ୟାସ୍ କ’ଣ ଜାଣନ୍ତୁ...

author img

By

Published : May 7, 2020, 1:03 PM IST

ଆନ୍ଧ୍ରପ୍ରଦେଶର ବିଶାଖପାଟନମରେ ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହି କାରଣରୁ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହଜାରରେ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ,ଏକ ଫାର୍ମା ପ୍ଲାଣ୍ଟରୁ ଷ୍ଟାୟରିନ୍ ଗ୍ୟାସ୍ ଲିକ୍ ହୋଇଛି |

what-is-styrene-gas-lg-polymers-visakhapatnam
ବିଶାଖାପାଟନମରେ ଲିକ୍ ହୋଇଥିବା ଷ୍ଟାଇରନ୍ ଗ୍ୟାସ୍ କ’ଣ ଜାଣନ୍ତୁ

ବିଶାଖାପାଟନମ: ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଲଜି ପଲିମର ଇଣ୍ଡଷ୍ଟ୍ରିରୁ ଗ୍ୟାସ ଲିକ୍ ହୋଇଥିବା ସୂଚନା ଦେଇଛନ୍ତି। ଗ୍ୟାସ୍ ଲିକ୍ ହୋଇ ସମଗ୍ର ଅଞ୍ଚଳର ତିନି କିଲୋମିଟରରେ ବ୍ୟାପିଛି ।

ସୂଚନାଅନୁଯାୟୀ, ବିଶାଖାପାଟନମର ଆରଏସ ଭେଙ୍କଟାପୁରାମ ଗ୍ରାମରେ ଏଲଜି ପଲିମର ପ୍ଲାଣ୍ଟରୁ ଷ୍ଟାଇରେନ ଗ୍ୟାସ ଲିକ ହେବାରୁ ଜଣେ ଶିଶୁଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହି ବିଷାକ୍ତ ଗ୍ୟାସରୁ ପ୍ରାୟ 1000 ଲୋକ ଅସୁସ୍ଥ ଥିବା ଜଣାଯାଇଛି । ଗ୍ୟାସ୍ ଲିକ୍ ହେବା ପରେ ସମଗ୍ର ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି । ଆସନ୍ତୁ ଜାଣିବା ଷ୍ଟାଇରନ୍ ଗ୍ୟାସ୍ କ’ଣ |

ଷ୍ଟାୟରିନ୍ କ’ଣ?

ଏହା ତେଲ ପରି ଏକ ରଙ୍ଗହୀନ ପଦାର୍ଥ | ଏହା ଇଥାନଲବେଞ୍ଜେନ୍, ଭିନିଲବେଞ୍ଜେନ୍ ଏବଂ ଫେନିଲେଥାଇଲନ୍ ନାମରେ ନାମିତ | ପଲିଷ୍ଟାଇରନ୍ ପ୍ଲାଷ୍ଟିକ୍ ଏବଂ ରେସିନ ତିଆରି ପାଇଁ ଷ୍ଟାଇରନ୍ ବ୍ୟବହୃତ ହୁଏ | ଏହା ବ୍ୟତୀତ ପ୍ୟାକିଂ ସାମଗ୍ରୀ, ଫାଇବର ଗ୍ଲାସ, ପ୍ଲାଷ୍ଟିକ ପାଇପ ଇତ୍ୟାଦି ମଧ୍ୟ ତିଆରି କରାଯାଏ | ସୂଚନା ଥାଉକି ଏହି ପଦାର୍ଥ ସହଜରେ ବାଷ୍ପ ହୋଇଯାଇଥାଏ |

ଷ୍ଟାୟରିନର ପାର୍ଶ୍ବ ପ୍ରତିକ୍ରିୟା କ’ଣ?

  • ଆଖି ଜଳିବା
  • ପେଟ ରୋଗ ହେବା
  • ଏହାର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଉପରେ ଏହାର ପ୍ରଭାବ
  • ମୁଣ୍ଡବିନ୍ଧା
  • ଦୁର୍ବଳ
  • ମାନସିକ ଅବସାଦ
  • ଉଦାସୀନତା
  • ବଧିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.