ଜୟପୁର: ଉତ୍ତର ପ୍ରଦେଶରେ ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାବାଳିକା ଓ ମହିଳାଙ୍କୁ ନେଇ ଯେଉଁ ଭଳି ମନ୍ତବ୍ୟ ପ୍ରଦାନ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟାଜନକ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି ।
ଗଣଦୁଷ୍କର୍ମ ଓ ମହିଳା ହିଂସା ଘଟଣାକୁ ନେଇ ଦେଶରେ ରାଜନୀତି ଜୋରଦାର ହୋଇଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ଉଭୟ ଆରୋପ ପ୍ରତ୍ୟାରୋପରେ ରାଜନୀତି ଆରମ୍ଭ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିଛନ୍ତି କିନ୍ତୁ ରାଜସ୍ଥାନରେ ମହିଳା ହିଂସା ଏବଂ ଗଣଦୁଷ୍କର୍ମ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ