ETV Bharat / bharat

ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କ ଘରେ ଚଢାଉ

author img

By

Published : Aug 19, 2020, 9:06 PM IST

ପଶ୍ଚିମବଙ୍ଗ ପୋଲିସ ବୁଧବାର ଉତ୍ତର 24 ପରଗାନା ଜିଲ୍ଲାର ବାରାକପୁରରୁ ବିଜେପିର ଲୋକସଭା ସଦସ୍ୟ ଅର୍ଜୁନ ସିଂଙ୍କ ବାସଭବନରେ ଚଢାଉ କରିଛି ।

ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କ ଘରେ ଚଢାଉ
ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କ ଘରେ ଚଢାଉ

କୋଲକାତା: ପଶ୍ଚିମବଙ୍ଗ ପୋଲିସ ବୁଧବାର ଉତ୍ତର 24 ପରଗାନା ଜିଲ୍ଲାର ବାରାକପୁରରୁ ବିଜେପିର ଲୋକସଭା ସଦସ୍ୟ ଅର୍ଜୁନ ସିଂଙ୍କ ବାସଭବନରେ ଚଢାଉ କରିଛି । ଅପରାଧିକ ମାମଲା ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଅନେକ ଥର ଅର୍ଜୁନ ସିଂଙ୍କ ବାସଭବନରେ ପୋଲିସ ଚଢାଉ କରିଛି ।

ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କ ଘରେ ଚଢାଉ

ତେବେ ଏନେଇ ସିଂ କହିଛନ୍ତି, 'ପୋଲିସ ମୋ ଘରେ ଚଢାଉ କରିବା ପ୍ରଥମ ଘଟଣା ନୁହେଁ। ଅତୀତରେ କୋର୍ଟଙ୍କ ତରଫରୁ କୌଣସି ଆଦେଶ ନଥାଇ ମଧ୍ୟ ସେମାନେ ଚଢାଉ କରିଥିଲେ। ଆଜି ସେମାନେ କୋର୍ଟଙ୍କ ନିର୍ଦ୍ଦେଶ ସହିତ ଆସିଥିଲେ। କିନ୍ତୁ ଏହା ମୋତେ ଆଶ୍ଚର୍ଯ୍ୟ କରୁନାହିଁ । କାରଣ ଏହା ଏକ ପୂର୍ବ ରଚିତ ଷଡଯନ୍ତ୍ର । ମୁଁ ଶାସକ ଟିଏମସିର ଟାର୍ଗେଟ ରହିଛି ବୋଲି ସେ କହିଛନ୍ତି ।

ତେବେ ଏକ ପୁରୁଣା ଅପରାଧିକ ମାମଲାରେ ଏହି ଚଢାଉ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି। ବାରାକୋର ପୋଲିସ ଏପର୍ଯ୍ୟନ୍ତ 93 ଟି ମାମଲାରେ ସିଂଙ୍କୁ ସମ୍ପୃକ୍ତ କରିଛି ।

ଜଣେ ହେଭିୱେଟ୍ ନେତା ଭାବରେ ମାନ୍ୟତା ପାଇଥିବା ସିଂ ବିଜେପିରେ ଯୋଗଦେବା ପୂର୍ବରୁ ଚାରିଥର ଟିଏମସି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 2019 ରେ ସେ ଟିଏମସିର ବାରାକର ସାଂସଦ ଦୀନେଶ ତ୍ରିବେଦୀଙ୍କୁ ପରାସ୍ତ କରିଥିଲେ। ଏହି ନିର୍ବାଚନରେ ​​ହିଂସା ମଧ୍ୟ ଦେଖାଦେଇଥିଲା। ସିଂଙ୍କ ପୁଅ ଏବଂ ଶଳା ମଧ୍ୟ ବିଜେପିର ବିଧାୟକ ଅଟନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.