ETV Bharat / bharat

ଟିଏମସି ଗଡରେ ଗର୍ଜିଲେ ନଡ୍ଡା, 'ଅସହିଷ୍ଣୁତାର ଦ୍ବିତୀୟ ନାଁ ମମତା' - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ମମତା ବାନାର୍ଜୀ ଅସହିଷ୍ଣୁତାର ଦ୍ବିତୀୟ ନାଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଧିକ ପଢନ୍ତୁ...

ଟିଏମସି ଗଡରେ ଗର୍ଜିଲେ ନଡ୍ଡା, 'ଅସହିଷ୍ଣୁତାର ଦ୍ବିତୀୟ ନାଁ ମମତା'

author img

By

Published : Dec 9, 2020, 4:53 PM IST

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଆସି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମମତା ବାନାର୍ଜୀ ଅସହିଷ୍ଣୁତାର ଦ୍ବିତୀୟ ନାଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଜେପି ନଡ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସହିଷ୍ଣୁତାର ଏକ ପର୍ଯ୍ୟାୟବାଚୀ ଶବ୍ଦ । ଏହାସହ ବିଜେପି ନିଜ କାର୍ଯ୍ୟାଳୟରୁ ପାର୍ଟି ପରିଚାଳନା କରୁଥିବା ବେଳେ ଅନ୍ୟ ଦଳ ଘରୁ ପାର୍ଟି ଚଳାଉଥିବା କହିଛନ୍ତି ନଡ୍ଡା ।

ଯେଭଳି ଭାବରେ ବିଗତ ଦିନଗୁଡିକରେ ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ହତ୍ୟା କରାଯାଉଛି, ଏହାକୁ ଦେଖିଲେ ନଡ୍ଡାଙ୍କ ସମ୍ବୋଧନରେ ଥିବା ଆକ୍ରୋଶ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ଥିବା ମନେ ହେଉଛି ।

ନିକଟରେ ସୋମବାର ରାଜ୍ୟରେ ପୂନର୍ବାର ଦେଖିବାକୁ ମିଳିଥିଲା ପଶ୍ଚିମବଙ୍ଗ ପୋଲିସର ବର୍ବରତା । ମମତା ସରକାରଙ୍କ ବିରୋଧରେ ସିଲିଗୁଡିରେ ଚାଲିଥିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ପ୍ରଦର୍ଶନ । ତେବେ ଏହାରି ମଧ୍ୟରେ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଅତର୍କିତ ଲାଠି ଚାର୍ଜ ସହ ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ତେବେ ପୋଲିସର ଏହି ବର୍ବରତାରେ ବିଜେପି ଯୁବମୋର୍ଚ୍ଚାର ଜଣେ କର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ ।

କେବଳ ଏତିକି ନୁହେଁ ଆଗରୁ ମଧ୍ୟ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ନେଇ ଟିଏମସି କର୍ମୀଙ୍କ ଉପରେ ରହିଛି ଅଭିଯୋଗ । ରାଜ୍ୟରେ ଏକଛତ୍ରବାଦର ଶାସନ ଚାଲିଥିବା ନେଇ ଅଭିଯୋଗ କରିଆସୁଛି ବିଜେପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.