ETV Bharat / bharat

ବିଜେପି ଇସ୍ତାହାର ପରେ ଧମକ ଦେଲେ କଶ୍ମୀର ନେତା

ମେହେବୁବା ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ କଶ୍ମୀର ବାରୁଦ ଉପରେ ଠିଆ ହୋଇଛି । ଏପରି ପରିସ୍ଥିତିରେ ବିଜେପି ନିଆଁ ସହ ଖେଳିବାକୁ ଚାହୁଁଛି । ଯାହା ସେମାନଙ୍କୁ କରିବା ଉଚିତ ନୁହଁ ।

author img

By

Published : Apr 8, 2019, 11:18 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ବିଜେପି ଆଜି ଜାରି କରିଛି ସଂକଳ୍ପ ପତ୍ର । ସବୁଥର ପରି ଏଥର ମଧ୍ୟ ଦଳ ସମ୍ବିଧାନର ଅନୁଚ୍ଛେଦ୍ୟ ୩୭୦ ଓ ୩୫ଏକୁ ହଟାଇବାର ଦେଇଛି ପ୍ରତିଶ୍ରୁତି । ଯାହା ପରେ ଖୋଲା ଖୋଲି ଧମକ ଦେଇଛି ନ୍ୟାସନାଲ କନଫରେନ୍ସ(ଏନସି) ନେତା ଫାରୁକ ଅବଦୁଲ୍ଲା ଓ ପିଡିପି ସୁପ୍ରିମୋ ମେହେବୁବା ମୁଫ୍ତି । ବିଜେପି ଯଦି ଏପରି କରିବାକୁ ପ୍ରୟାସ କରିବ ତେବେ ଆମେ ଦେଶରୁ ଅଲଗା ହୋଇଯିବୁ ବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା ।

ସେହିପରି ମେହେବୁବା ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ କଶ୍ମୀର ବାରୁଦ ଉପରେ ଠିଆ ରହିଛି । ଏପରି ପରିସ୍ଥିତିରେ ବିଜେପି ନିଆଁ ସହ ଖେଳିବାକୁ ଚାହୁଁଛି । ଯାହା ସେମାନଙ୍କୁ କରିବା ଉଚିତ ନୁହଁ ।

ଅବଦୁଲ୍ଲା କହିଛନ୍ତି ଯେ ୩୭୦ ଧାରାକୁ କଣ ପାଇଁ ଶେଷ କରିବାକୁ ଚାହୁଁଛି ବିଜେପି । ବାହାରୁ ଏଠାରେ ଲୋକ ଆଣି ବସାଇବେ ଓ ଆମ ସଂଖ୍ୟା କମ କରାଇ ଦେବେ । ଏହାର ମୁକାବିଲା କରିବୁ । ଏହା ବିରୋଧରେ ଛିଡା ହେବୁ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ୩୭୦ ଧାରାକୁ ଶେଷ କରବା କଥା କହନ୍ତି , ଶେଷ କର । ଆମେ ଏଥିରୁ ସ୍ବାଧୀନ ହୋଇଯିବୁ । ଏହାପରେ ଏମାନଙ୍କ ପତାକ ଧରିବା ପାଇଁ କିଏ ପ୍ରସ୍ତୁତ ହେବେ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି ।

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.