ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ ଶନିବାର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ ଆଣିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେତେକ ରାଜ୍ୟର ଅଧ୍ୟକ୍ଷକଙ୍କୁ ବଦଳାଇଛନ୍ତି । ବିଜେପି ନେତା ବିଷ୍ଣୁ ଦତ୍ତ ଶର୍ମାଙ୍କୁ ମଧ୍ୟପ୍ରଦେଶର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ରାକେଶ ସିଂହଙ୍କ ସ୍ଥାନରେ ଏହି ନିଯୁକ୍ତି ମିଳିଛି ।
ସେହିପରି ଦଲ ବାହାଦୂର ଚୌହାନଙ୍କୁ ସିକ୍କିମର ବିଜେପି ପ୍ରଦେଶ ଅଧ୍ୟକ୍ଷ ଓ କେ. ସୁରେନ୍ଦ୍ରନଙ୍କୁ କେରଳର ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ନଡ୍ଡା । ବିଷ୍ଣୁ ଦତ୍ତ ଶର୍ମା ମଧ୍ୟ ପ୍ରଦେଶର ଜଣେ ଲୋକପ୍ରିୟ ନେତା । ଖଜୁରାହୋରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ବିଷ୍ଣୁ ବର୍ତ୍ତମାନ ମଧ୍ୟପ୍ରଦେଶର ଦାୟିତ୍ବ ସମ୍ଭାଳିବେ।
@ANI