ETV Bharat / bharat

ୟୁକେରେ ଅଟକି ଥିବା ବିଦେଶୀ ନାଗରିକଙ୍କ ଭିସା ଅବଧି ମେ 15 ପର୍ଯ୍ୟନ୍ତ ସଂପ୍ରସାରଣ ପ୍ରସ୍ତାବ

author img

By

Published : Mar 26, 2020, 4:48 PM IST

କୋରୋନା ଭାଇରସ୍‌ ଆତଙ୍କ ସାରା ବିଶ୍ବରେ ଖେଳି ଯାଇଛି । ମାର୍ଚ୍ଚ 17ରୁ ଭାରତ ସମସ୍ତ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଏବଂ ମାର୍ଚ୍ଚ 22ରୁ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ରହିଛି । ଏହି ସମୟରେ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅଟକି ରହିଥିବା ଭାରତୀୟଙ୍କ ସମେତ ସମସ୍ତ ବିଦେଶୀ ନାଗରିକଙ୍କୁ ଆଶ୍ବସ୍ତି ମିଳିଛି । ପ୍ରଭାବିତ ବ୍ୟକ୍ତିମାନଙ୍କ ଭିସା ଅବଧି ମେ ମାସ 15 ତାରିଖ ଯାଏଁ ସଂପ୍ରସାରିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

Visa Extensions
visa-extensions-till-15-may-offered-to-foreigners-stranded-in-uk

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରାଦୁର୍ଭାବ ସମୟରେ ମିଳିତ ଗଣରାଜ୍ୟ ବା ୟୁନାଇଟେଡ୍‌ କିଙ୍ଗଡୋମ୍‌ରେ ଅଟକି ରହିଥିବା ଭାରତୀୟମାନଙ୍କ ସମେତ ସମସ୍ତ ବିଦେଶୀ ନାଗରିକମାନଙ୍କୁ ଆଶ୍ବସ୍ତି ମିଳିଛି । ପ୍ରଭାବିତ ବ୍ୟକ୍ତିମାନଙ୍କ ଭିସା ଅବଧି ମେ ମାସ 15 ତାରିଖ ଯାଏଁ ସଂପ୍ରସାରିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ୟୁକେରେ ଥିବା ସମସ୍ତ ବିଦେଶୀ ନାଗରିକ, ଯେଉଁମାନଙ୍କର ଭିସା ଅବଧି 24 ଜାନୁଆରୀ ପରେ ଅତିକ୍ରାନ୍ତ ହୋଇସାରିଛି, ସେମାନେ ମେ 31 ତାରିଖ ଯାଏଁ ଅବଧି ସଂପ୍ରସାରଣ ନିମନ୍ତେ ସେଠାକାର ଗୃହ ବିଭାଗ କାର୍ଯ୍ୟାଳୟକୁ ଈ-ମେଲ୍‌ ପଠାଇପାରିବେ ।

ସାରା ବିଶ୍ବରେ ତାଲାବନ୍ଦ ବା ଲକ୍‌ଡାଉନ୍‌ ଅବସ୍ଥା ଏବଂ ଯାତ୍ରା ଉପରେ କଟକଣା ଯୋଗୁଁ ଘରକୁ ଫେରି ପାରୁ ନଥିବା ବିଦେଶୀ ନାଗରିକମାନଙ୍କ ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଯେଉଁ ବ୍ୟକ୍ତିମାନେ ଏବେ ୟୁକେରେ ରହୁଛନ୍ତି ଏବଂ ଏହି ବର୍ଗ ପାଇଁ ଉପଯୁକ୍ତ ସେମାନେ ସେମାନଙ୍କ ନାମ, ପୂର୍ବ ଭିସାର ରେଫରେନ୍‌ସ ନମ୍ବର ସହିତ ପରିବର୍ଦ୍ଧିତ ରହଣିର

କାରଣ ସଂପର୍କରେ ଉଲ୍ଲେଖ କରି CIH@homeoffice.gov.uk ଠିକଣାରେ ଇମେଲ ପଠାଇବାକୁ କୁହାଯାଇଛି । ଏସଂପର୍କରେ ସେମାନଙ୍କର ଯେ କୌଣସି ପ୍ରଶ୍ନର ଉତ୍ତର ପାଇଁ ସପ୍ତାହର ସମସ୍ତ କାର୍ଯ୍ୟଦିବସରେ, ସକାଳ 9ଟାରୁ ଅପରାହ୍ଣ 5ଟା ଭିତରେ ଏକ ମାଗଣା ହେଲ୍‌ପଲାଇନ୍‌ ନମ୍ବର 08006781767କୁ କାର୍ଯ୍ୟକ୍ଷମ କରାଯାଇଛି ।

ବ୍ରିଟିଶ୍‌ ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି, “ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ମିଳିତ ଗଣରାଜ୍ୟ ପ୍ରାଥମିକତା ଦେଇ ଆସିଛି ଏବଂ ସେମାନଙ୍କ ନିୟନ୍ତ୍ରଣ ବହିର୍ଭୂତ କୌଣସି ପରିସ୍ଥିତି ପାଇଁ କାହାରିକୁ ଦଣ୍ଡିତ କରାଯିବ ନାହିଁ ।

ଲୋକଙ୍କ ଭିସା ଅବଧି ସଂପ୍ରସାରଣ କରି ଆମେ ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛୁ ଏବଂ ତାହା ସହିତ ଯେଉଁମାନେ ଗୁରୁତ୍ବପୂର୍ଣ୍ଣ ସେବା କ୍ଷେତ୍ରରେ କାର୍ଯ୍ୟରତ, ସେମାନଙ୍କ କାର୍ଯ୍ୟକୁ ମଧ୍ୟ ଅବ୍ୟାହତ ରଖିବାକୁ ସୁନିଶ୍ଚିତ କରୁଛୁ ।” ଏହି ସମୟସୀମାର ସମୀକ୍ଷା କରାଯାଇ ଆବଶ୍ୟକ ହେଲେ ଆଗକୁ ସଂପ୍ରସାରିତ କରାଯିବ ବୋଲି ଅଧିକାରୀମାନେ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଦେଶ ଭିତରେ ଅବସ୍ଥାନ ପରିବର୍ତ୍ତନ ବ୍ୟବସ୍ଥାକୁ ମଧ୍ୟ ଅସ୍ଥାୟୀ ଭାବରେ ସଂପ୍ରସାରିତକରାଯାଉଛି । ଏହା ଦ୍ବାରା ମିଳିତ ଗଣରାଜ୍ୟରେ ରହୁଥିବା ବ୍ୟକ୍ତିମାନେ ଟାୟାର 4 (ଛାତ୍ରଛାତ୍ରୀ)ରୁ ଟାୟାର 2 (ସାଧାରଣକର୍ମୀ) ଭଳି ନିଜ ଅବସ୍ଥାନର ଧାରାକୁ ବଦଳାଇ ପାରିବେ ଏବଂ ଏହା ଫଳରେ ସେମାନେ କାମ କରିବାକୁ ଚାହିଁଲେ ଏଠାରେ ରହି

କରିପାରିବେ । ଅସ୍ଥାୟୀ ଭାବରେ ଭାରତରେ ବ୍ରିଟିଶ ହାଇ କମିସନରଙ୍କ ଦାୟିତ୍ବରେ ଥିବା ଜାନ୍‌ ଥମ୍ପସନ୍‌ ଆଶା ପ୍ରକାଶ କରିଛନ୍ତି ଯେ,ଏହା ଦ୍ବାରା ୟୁକେରେ ଅଟକି ରହିଥିବା ଅନେକ ଭାରତୀୟ ଆଶ୍ବସ୍ତ ହେବେ । ଥମ୍ପସନ୍‌ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ଘରକୁ ଫେରି ପାରୁ ନଥିବା ଯାତ୍ରୀମାନଙ୍କର ଦୁର୍ଦ୍ଦଶା ସଂପର୍କରେ ମୁଁ ତାତ୍କାଳିକ ଭାବେ ଅବଗତ ରହିଛି । ବର୍ତ୍ତମାନ

ୟୁକେରେ ଥିବା ଅନେକ ଭାରତୀୟ ନାଗରିକଙ୍କୁ ଏହି ଘୋଷଣା ଆଶ୍ବସ୍ତ କରିବ ବୋଲି ମୁଁ ଆଶାବାଦୀ । ପୃଥକ୍‌ ଭାବରେ,ଭାରତରେ ଥିବା ଯେଉଁ ବ୍ରିଟିଶ ନାଗରିକମାନେ ସହାୟତା ଆବଶ୍ୟକ କରୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ସାହାଯ୍ୟ କରିବା ପାଇଁ ମୁଁ ଓ ମୋର କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛୁ ।”

ଇତ୍ୟବସରରେ, ପାରସ୍ପରିକ ସହାନୁଭୂତିର ନିଦର୍ଶନ ସ୍ବରୂପ ଭାରତରେ ଥିବା ସମସ୍ତ ଅନ୍ତର୍ଜାତୀୟ ପରିଭ୍ରମଣକାରୀମାନଙ୍କର ଭିସା ଅବଧିକୁ 15 ଏପ୍ରିଲ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ଲାଗି ଭାରତ ମଧ୍ୟ ଘୋଷଣା କରିଛି । ଭିସା ଅବଧି ସଂପ୍ରସାରଣ ଚାହୁଁଥିବା ବିଦେଶୀ ନାଗରିକମାନେ ବିଦେଶୀ ନାଗରିକ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନ୍‌ଲାଇନ୍‌ରେ ଆବେଦନ ଦାଖଲ କରିପାରିବେ । ମାର୍ଚ୍ଚ 17ରୁ ଭାରତ ସମସ୍ତ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଏବଂ ମାର୍ଚ୍ଚ 22ରୁ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ରହିଛି ।

ନାଗରିକମାନଙ୍କୁ ଘରକୁ ଫେରିବାରେ ବିଭିନ୍ନ ବିଦେଶୀ ଦୂତାବାସର ସହାୟତା

ଭାରତରେ ଥିବା ବିଦେଶୀ ନାଗରିକମାନଙ୍କୁ ବିମାନ ଯୋଗେ ନିଜ ନିଜ ଦେଶକୁ ଫେରାଇ ନେବା ସୁଯୋଗ ଦେବାକୁ ଚେଷ୍ଟା କରୁଥିବା ଦେଶ ମଧ୍ୟରେ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ଆଫଗାନିସ୍ତାନ ଏବଂ ରୁଷ ସମେତ ୟୁକେ ରହିଛି । ୟୁକେ ଅଭିମୁଖେ ଯିବାକୁ ଥିବା ବାଣିଜ୍ୟିକ ବିମାନ ଉଡ଼ାଣର ସମୟ ସଂପର୍କରେ ସୂଚନା ପାଇବା ନିମନ୍ତେ ଘରକୁ ଫେରିବାକୁ ଚାହୁଁଥିବା ବ୍ରିଟିଶ ନାଗରିକମାନେ ସେମାନଙ୍କ ସଂପର୍କରେ ସବିଶେଷ ସୂଚନା ଦେବା ଲାଗି ଭାରତରେ ଅବସ୍ଥାପିତ ୟୁକେର ହାଇ କମିଶନ ନିଜ ମିଶନ ଜରିଆରେ ବ୍ରିଟିଶ ନାଗରିକମାନଙ୍କୁ କହିଛନ୍ତି । ଭାରତରେ ଅଟକି ରହିଥିବା ଜର୍ମାନ ପର୍ଯ୍ୟଟକମାନଙ୍କୁ ନିଜ ଦେଶକୁ ଫେରାଇ ନେବା ନିମନ୍ତେ ୟୁରୋପୀୟ ସଂଘର ସହକର୍ମୀମାନଙ୍କ ସହଯୋଗରେ ଏବଂ ଭାରତ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଭାରତରେ ଥିବା ଜର୍ମାନ ଦୂତାବାସ ପକ୍ଷରୁ ଏକ 24 ଘଣ୍ଟିଆ ବିପତ୍ତି କେନ୍ଦ୍ର କାର୍ଯ୍ୟକାରୀ ହୋଇଛି । ଜର୍ମାନୀ ଏବଂ ୟୁରୋପୀୟ ସଂଘ ନାଗରିକମାନଙ୍କସମେତ ଜର୍ମାନୀରେ ସ୍ଥାୟୀ ଭାବରେ ବସବାସ କରୁଥିବା କେତେକ ଭାରତୀୟଙ୍କୁ ନେଇ ପ୍ରାୟ 500 ଯାତ୍ରୀଙ୍କର ଏକ ଲୁଫ୍‌ଥାନ୍‌ସା ବିମାନ ଆଜି ରାତିରେ ଦିଲ୍ଲୀରୁ ଫ୍ରାଙ୍କଫର୍ଟ ଅଭିମୁଖେ ଛାଡ଼ିବ ।

ଗୁରୁବାର ବିଳମ୍ବିତ ରାତିରେ ଆଉ ପ୍ରାୟ 500 ନାଗରିକଙ୍କୁ ନେଇ ଆଉ ଏକ ବିଶେଷ ବିମାନ ଛାଡ଼ିବ । ଭାରତରେ ପ୍ରାୟ 5000 ଜର୍ମାନ ପର୍ଯ୍ୟଟକ ରହିଥିବା ଆକଳନ କରାଯାଇଛି । ପୂର୍ବରୁ ଦୂତାବାସର ସରକାରୀ ଟ୍ବିଟର ହ୍ୟାଣ୍ଡଲ ଜରିଆରେ ଦେଇଥିବା ଏକ ଭିଡିଓ ବାର୍ତ୍ତାରେ ଜର୍ମାନୀର ରାଷ୍ଟ୍ରଦୂତ ୱାଲଟର ଲିଣ୍ଡର ସୂଚନା ଦେଇଥିଲେ ଯେ ଯେଉଁମାନଙ୍କୁ ବିମାନ ଯୋଗେ ଫେରାଇ ନିଆଯାଉଛି ସେମାନଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ବସ୍‌ ଯୋଗେ ଋଷିକେଶ ଓ ଜୟପୁରରୁ ଦିଲ୍ଲୀକୁ ଅଣାଯାଉଛି । ବିମାନରେ ଫେରିଯିବା ପାଇଁ ପ୍ରସ୍ତୁତ ରହିବା ଲାଗି ଦିଲ୍ଲୀ ବିମାନ ବନ୍ଦର ପାଖାପାଖି ହୋଟେଲକୁ ଯିବାକୁ ସେ ନିଜ ଦେଶର ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ଜର୍ମାନୀ ନାଗରିକମାନଙ୍କୁ ଫେରାଇ ନେବାକୁ ଆଉ ଅଧିକ ବିମାନ ଚଳାଚଳ ଲାଗି ଜର୍ମାନ ଦୂତାବାସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଭାରତ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ।

ପୂର୍ବରୁ ଆଜି ସକାଳେ 388 ରୁଷ ନାଗରିକଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଦିଲ୍ଲୀରୁ ଏବଂ 126 ଜଣ ଯାତ୍ରୀ ଥିବା ଅନ୍ୟ ଏକ ବିମାନ ଗୋଆରୁ ମସ୍କୋ ଅଭିମୁଖେ ଯାତ୍ରା କରିଥିଲା । ରୁଷ ନାଗରିକମାନଙ୍କ ଫେରି ଯିବା ଲାଗି ବର୍ତ୍ତମାନ କୌଣସି ସ୍ବତନ୍ତ୍ର ବିମାନର ଯୋଜନା ନାହିଁ । କିନ୍ତୁ ଆକଳନ ଅନୁସାରେ ଏବେ ଭାରତରେ ଥିବା କେଇ ହଜାର ରୁଷ ନାଗରିକଙ୍କ ମଧ୍ୟରୁ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିମାନେ ସେମାନଙ୍କୁ ଫେରନ୍ତା ଯାତ୍ରା ସଂପର୍କରେ ସୂଚନା ପାଇବା ଲାଗି

ସଂପର୍କ ସ୍ଥାପନ କରିବା ସକାଶେ ଦିଲ୍ଲୀର ଦୂତାବାସ ଏହାର ତିନିଟି କନ୍‌ସୁଲେଟ ଜରିଆରେ ସେମାନଙ୍କୁ ପରାମର୍ଶ ଦେଇଛି ।

ଭାରତରେ ଥିବା ଆଫଗାନିସ୍ତାନର ପର୍ଯ୍ୟଟକମାନଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ଯାତ୍ରା ଗୁରୁବାର ରାତିରୁ ଆରମ୍ଭ ହେଉଛି ବୋଲି ଆଫଗାନିସ୍ତାନ ରାଷ୍ଟ୍ରଦୂତ ତାହିର କ୍ବାଦିରି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । କ୍ବାଦିରି ଲେଖିଛନ୍ତି, “ଜରୁରୀ: ଘନଘନ ସଂପର୍କ ସ୍ଥାପନ ଫଳରେ, ଭାରତରେ ଅଟକି ଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇ ନେବା ଲାଗି ଦିଆଯାଇଥିବା ପ୍ରସ୍ତାବ ଭାରତ ସରକାରଙ୍କ ଦ୍ବାରା ଅନୁମୋଦନ ଲାଭ କରିବା ଏବଂ ପ୍ରତ୍ୟାବର୍ତ୍ତନ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଅଟକି ରହିଥିବା ଆମର ସମସ୍ତ ସାଥୀ ଆଫଗାନ ନାଗରିକମାନେସେମାନଙ୍କ ବିମାନ ଉଡ଼ାଣ ସଂପର୍କରେ ବିଶଦ ବିବରଣୀ ପାଇଁ କାମ୍‌ଏୟାର ସହ ଯୋଗାଯୋଗ କରିବାକୁ ଆମେ ଅନୁରୋଧ କରୁଛୁ । ଆମର ଭାରତୀୟ ସାଥୀମାନଙ୍କୁ ଧନ୍ୟବାଦ ।”

ସ୍ମିତା ଶର୍ମା, ନୂଆଦିଲ୍ଲୀ, 25 ମାର୍ଚ୍ଚ, 2020

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.