ଜୟପୁର: ଶିକ୍ଷକ ଭର୍ତ୍ତି ପରୀକ୍ଷା 2018 ଆନ୍ଦୋଳନ ଥମିବାର ନାଁ ଧରୁନି । ଚତୁର୍ଥ ଦିନରେ ବି ହିଂସା ପ୍ରଦର୍ଶନ ଜାରି ରହିଛି । ରାଜସ୍ଥାନ ଉଦୟପୁରର ଡୁଗରପୁର ସୀମାରେ ଉଠିଥିବା ବିବାଦର ପ୍ରଭାବ ଏବେ ଉଦୟପୁର ଜିଲ୍ଲାର ଋଷଭଦେବରେ ମଧ୍ୟ ଦେଖାଦେଇଛି । ରବିବାର ଅପରାହ୍ନରେ ଋଷଭଦେବ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟ ପାହାଡକୁ କବଜା କରି ଗାଁ ଗୁଡିକରେ ପଥରମାଡ କରିଛନ୍ତି । ଯାହା ଫଳରେ ଏଠାରେ ବିପୁଳ ମାତ୍ରାରେ ପୋଲିସ ମୁତୟନ କରାଯାଇଛି ।
ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରୁଛି । ହେଲେ ବିରୋଧ ଥମୁନାହିଁ । ପଥର ମାଡର ଏହି ସ୍ଥିତି କ୍ରମାଗତ ଭାବେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 24 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଲାଣି ।
ଶିକ୍ଷକ ଭର୍ତ୍ତି ପରୀକ୍ଷା 2018ରେ ଅନୁସୂଚିତ ବର୍ଗକୁ ସଂରକ୍ଷଣ ଦେବା ଲାଗି ଦାବିକୁ ନେଇ ଗତ 3 ଦିନ ହେଲା ଉଦୟପୁର ଜିଲ୍ଲା ଡୁଗରପୁର ସୀମାରେ ହିଂସା ଆନ୍ଦୋଳନ ଜାରି ରହିଛି । ଏହି ହଂସା ଏବେ ଉଦୟପୁର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ବ୍ୟାପିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ