ETV Bharat / bharat

ଲକଡାଉନ ପ୍ରଭାବ, ପରିଷ୍କାର ହେଉଛି ଗଙ୍ଗାର ପବିତ୍ର ଜଳରାଶି

ଵଦଳୁଛି ଗଙ୍ଗାର ଗରିମା, କଳକଳ ହେଉଛି ଗଙ୍ଗାର ଜଳଧାରା ଏଵଂ ରୂପାନ୍ତରିତ ହେଉଛି ଅପରିଷ୍କାର ନର୍କକୁଣ୍ଡରୁ ଅମୃତର ଜୀବନଧାରା । ହରିଦ୍ବାରରୁ ହର କି ପ୍ୟାରି ପର୍ଯ୍ୟନ୍ତ ଗଙ୍ଗା ନଦୀର ଜଳ ସ୍ବଚ୍ଛ ଦିଶିବା ସହ ବିଭିନ୍ନ କ୍ଷତିକାରକ ଜୀବାଣୁ କମିଛନ୍ତି।

author img

By

Published : Apr 28, 2020, 12:12 PM IST

uttarakhand-haridwar-ganga
ଲକଡାଉନ କରି ଦେଖେଇଲା ଆଶ୍ଚର୍ଯ୍ୟ, ପରିଷ୍କାର ହେଉଛି ଗଙ୍ଗାର ପବିତ୍ର ଜଳରାଶି

ନୂଆଦିଲ୍ଲୀ: ପୂଣ୍ୟତୋୟା ଗଙ୍ଗାର ଵକ୍ଷ ଏଵେ ନିର୍ମଳ ହେଵାରେ ଲାଗିଛି। ଆବର୍ଜନାରେ ଭରପୁର ହୋଇଥିବା ନୀଳଘନ ଜଳରାଶି ଏବେ ପିଇଵା ଉପଯୋଗୀ ମଧ୍ୟ ହେଲାଣି। ଵଦଳୁଛି ଗଙ୍ଗାର ଗରିମା, କଳକଳ ହେଉଛି ଗଙ୍ଗାର ଜଳଧାରା ଏଵଂ ରୂପାନ୍ତରିତ ହେଉଛି ଅପରିଷ୍କାର ନର୍କକୁଣ୍ଡରୁ ଅମୃତର ଜୀବନଧାରା ।

ତେବେ କୋରୋନା ଭାଇରସ ପାଇଁ ଲକଡାଉନ ହେବା ଦିନ ଠାରୁ ପରିବେଶ ପ୍ରଦୂଷଣ କମିବା ସହ ବିଭିନ୍ନ ସ୍ଥାନରେ ଘଟିନଥିବା ଘଟଣା ଏବେ ଘଟୁଛି। ଯାହା ବର୍ଷ ବର୍ଷ ଧରି ଶତ ଚେଷ୍ଟା ପରେ ସମ୍ଭବ ହୋଇପାରୁ ନଥିଲା ଏବେ ତାହା ଲକଡାଉନ ପାଇଁ ହୋଇ ପାରିଛି ।

ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ବୋର୍ଡର କହିବା ଅନୁଯାୟୀ, ହରିଦ୍ବାରରୁ ହର କି ପ୍ୟାରି ପର୍ଯ୍ୟନ୍ତ ଗଙ୍ଗା ନଦୀର ଜଳ ସ୍ବଚ୍ଛ ଦିଶିବା ସହ ବିଭିନ୍ନ କ୍ଷତିକାରକ ଜୀବାଣୁ କମିଛନ୍ତି। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ପବିତ୍ର ଗଙ୍ଗା ନଦୀ ଏତେ ପରିଷ୍କାର ଦେଖାଯାଉଛି ଯେ ତଳେ ଥିବା ଭୂମି ସହ ପଥର ମାନ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଭାଇରାଲ ଭିଡିଓଟିକୁ ଜଣେ ପରେଷ୍ଟ ସର୍ଭିସ ଅଫିସର ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି।

ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ଭ୍ୟୁ ଓ 28 ହଜାରରୁ ଅଧିକ ଲାଇକ୍ କରାଯାଇଛି। ତେବେ ସେୟାର କରିଥିବା ଅଫିସର ଜଣକ କ୍ୟାପସନରେ ଲେଖିଛନ୍ତି, 'ହରିଦ୍ୱାରର ହର କୀ ପ୍ୟାରୀ ଗଙ୍ଗା । ତେଣୁ ତାଲା ବନ୍ଦ ହେବା ପରେ ଆମେ ସହଜରେ ଆମର ପାପ ଧୋଇ ପାରିବା । ଏହାକୁ ନେଇ ଟ୍ବିଟରରେ ଅନେକ ମିମ୍ସ ଦେଖିବାକୁ ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.