ETV Bharat / bharat

ଉତ୍ତରାଖଣ୍ଡରେ ବ୍ୟାନ ହେଲା ଗୁଟଖା ଓ ପାନ ମସଲା

ଉତ୍ତରାଖଣ୍ଡ ସରକାର ଗୁଟଖା ଓ ପାନ ମସଲା ଉପରେ ବର୍ଷକ ପାଇଁ କଟକଣା ଜାରି କରିଛନ୍ତି ।

author img

By

Published : Oct 19, 2019, 9:30 PM IST

ଫାଇଲ ଫଟୋ

ଡେରାଡୁନ: ବର୍ଷକ ପାଇଁ ଗୁଟଖା ଓ ପାନ ମସଲା ଉପରେ କଟକଣା ଜାରି କରିଛନ୍ତି ଉତ୍ତରାଖଣ୍ଡ ସରକାର | ଗୁଟଖା ଏବଂ ନିକୋଟିନର ମାତ୍ରା ଅଧିକ ରହିଥିବା ପାନ ମସଲାର ଉତ୍ପାଦନ, ଯୋଗାଣ ଏବଂ ବିକ୍ରି ଉପରେ ସରକାର ଏହି କଟକଣା ଜାରି କରିଛନ୍ତି | ଖାଦ୍ୟ ସୁରକ୍ଷା ଆୟୁକ୍ତ ନିତେଶ କୁମାର ଶୁକ୍ରବାର ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ତେବେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ପଡୁଥିବା ହାନିକାରକ ପ୍ରଭାବକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି । ଗୁଟଖା ଓ ପାନମସଲାରେ ଥିବା ଅତ୍ୟାଧିକ ମାତ୍ରାର ନିକୋଟିନ ଯୋଗୁଁ ଏକ ବଡ଼ ପ୍ରଭାବ ଦେଖିବାକୁ ମିଳୁଛି | ଯାହାର ସେବନ ଦ୍ବାରା କର୍କଟ ରୋଗ ସହ ହୃଦ୍‌ରୋଗର ଆଶଙ୍କା ମଧ୍ୟ ଦେଖାଦେଉଛି । ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.