ଡେରାଡୁନ: କଲବଲ କରୁଛି କୋରୋନା । ଏହି ଭୟଙ୍କର କୋଭିଡ୍-19 ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଚୀନ ନୁହେଁ ବିଶ୍ବର ବିଭିନ୍ନ ଦେଶରେ ବଢିବାରେ ଲାଗିଛି। ତେବେ ଏନେଇ ସମସ୍ତେ ଚିନ୍ତା ପ୍ରକଟ କରିବା ସହ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀଭେନ୍ଦ୍ର ସିଂ ରାୱତ କୋରୋନା ପାଇଁ ରାଜ୍ୟର ସମସ୍ତ ହୋଟେଲକୁ ଆଡଭାଇଜରୀ ଜାରି କରିଛନ୍ତି। ଏହାସହ ବିଦେଶୀ ପର୍ଯ୍ୟଟକଙ୍କ ହୋଟୋଲ ବୁକିଂକୁ ନେବା ପୂର୍ବରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ଏପଟେ କୋରୋନା ରାଜ୍ୟ ବିପର୍ଯ୍ୟାୟ ଭାବେ ଘୋଷଣା କରାଯିବା ସହ ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରାଖଣ୍ଡରେ ଏବେ ପର୍ଯ୍ୟନ୍ତ କୋରୋନା ଭୂତାଣୁ ଚିହ୍ନଟ କରାଯାଇନାହିଁ। ତେଣୁ ଏଠାକାର ବାସିନ୍ଦାଙ୍କୁ ଡରିବାର କିଛି କାରଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।