ETV Bharat / bharat

ୟୁପିର ବାହୁବଲୀ ନେତା ସମେତ 3 ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା - rape case

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଜ୍ଞାନପୁର ଆସନରୁ ସ୍ବାଧୀନ ବିଧାୟକ ବିଜୟ ମିଶ୍ରାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅଧିକ ପଢନ୍ତୁ...

ୟୁପିର ବାହୁବଲୀ ନେତା
ୟୁପିର ବାହୁବଲୀ ନେତା
author img

By

Published : Oct 18, 2020, 6:54 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭଦୋହି ଜିଲ୍ଲାର ଜ୍ଞାନପୁର ଆସନରୁ ସ୍ବାଧୀନ ବିଧାୟକ ବିଜୟ ମିଶ୍ରାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ବିଜୟ ମିଶ୍ରାଙ୍କ ସମେତ 3 ଜଣଙ୍କ ବିରୋଧରେ ଭଦୋହିର ଗୋପୀଗଞ୍ଜ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଏଥିସହ ପୀଡିତା ଅଭିଯୋଗ କରିଛନ୍ତି ଯେ 2014 ପରଠାରୁ ବିଜୟ ମିଶ୍ରା ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ।

ଏହାସହ ଫୋନରେ ମଧ୍ୟ ଅସଦାଚରଣ କରିଥିଲେ । ଏହାକୁ କେଉଁଠି ପ୍ରକାଶ କଲେ ହତ୍ୟା ଧମକ ଦେଉଥିଲେ । ବିଜୟ ମିଶ୍ରାଙ୍କ ବ୍ୟତୀତ ବିଷ୍ଣୁ ମିଶ୍ରା ଏବଂ ବିକାଶ ମିଶ୍ରାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଫଆଇଆରରେ ପୀଡିତା କହିଛନ୍ତି, ‘2014ରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଡ୍ରେସିଂ ରୁମର ପୋଷାକ ବଦଳାଉଥିବା ବେଳେ ବିଜୟ ମିଶ୍ରା ଆସି ଧମକ ଦେଇ ଯୌନ ଶୋଷଣ କରିଥିଲେ । ଏହାସହ ତାଙ୍କୁ ଚାକିରୀ ବାହାନାରେ 2015ରେ ଆହ୍ଲାବାଦ ଡକାଯାଇ ତାଙ୍କୁ ଯୌନ ଶୋଷଣ କରାଯାଇଥିଲା । ଦୁଷ୍କର୍ମର ଭିଡିଓ ମଧ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି, ବାହୁବଲୀ ବିଧାୟକ ବିଜୟ ମିଶ୍ରା ପୂର୍ବରୁ ପ୍ରଶାସନ ଦୃଷ୍ଟିରେ ଅଛନ୍ତି। ଦୁଷ୍କର୍ମ ମାମଲା ପୂର୍ବରୁ ବିଧାୟକଙ୍କ ବିରୋଧରେ ଘର ଏବଂ କମ୍ପାନୀ ଦଖଲ କରିବା ସହିତ ଅନ୍ୟାନ୍ୟ ମାମଲା ରୁଜୁ ହୋଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ବିଧାୟକଙ୍କୁ ମଧ୍ୟପ୍ରଦେଶର ଆଗର ମାଲୱା ଠାରୁ ଗିରଫ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.