ETV Bharat / bharat

ଗଲୱାନ ସଂଘର୍ଷକୁ ନେଇ ପୋମ୍ପିଓଙ୍କ ବୟାନ, 'ଭାରତ ସହ ଛିଡା ହୋଇଛି ଆମେରିକା'

author img

By

Published : Oct 27, 2020, 5:34 PM IST

ଲଦାଖ ସୀମାରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଭାରତ ସପକ୍ଷରେ ବଡ ବୟାନ ଦେଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ । ଅଧିକ ପଢନ୍ତୁ...

ଗଲୱାନ ସଂଘର୍ଷ ଉପରେ ପୋମ୍ପିଓଙ୍କ ବୟାନ, 'ଭାରତ ସହ ଛିଡା ହୋଇଛି ଆମେରିକା'

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଲଦାଖ ସୀମାରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଭାରତ ସପକ୍ଷରେ ବଡ ବୟାନ ଦେଇଛନ୍ତି ଆମେରିକା ବୈଦେଶିକମନ୍ତ୍ରୀ ମାଇକ ପୋମ୍ପିଓ ।

ଦିଲ୍ଲୀରେ 2+2 ବୈଠକ ପରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ଗଲୱାନ ସଂଘର୍ଷର ବିଷୟ ଉଠାଇଛନ୍ତି ଆମେରିକା ବୈଦେଶିକମନ୍ତ୍ରୀ ମାଇକ ପୋମ୍ପିଓ । ମାଇକ କହିଛନ୍ତି, ଆଜି ଆମେ ଯୁଦ୍ଧ ସ୍ମାରକି ପରିଦର୍ଶନ କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛୁ । ଏମାନଙ୍କ ମଧ୍ୟରେ ସେହି 20 ଶହୀଦ ଯବାନ ସାମିଲ ଅଛନ୍ତି, ଯେଉଁମାନେ ଚୀନ ସେନାର ଆକ୍ରମଣରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ଭାରତ ନିଜ ଅଖଣ୍ଡତା ପାଇଁ ସମସ୍ତ ବିପଦ ସହ ଲଢୁଛି ଆଉ ଏହି ଲଢେଇରେ ଆମେରିକା ଭାରତ ସହ ଛିଡା ହୋଇଥିବା ମାଇକ କହିଛନ୍ତି ।

ଭାରତରେ ନିଜର ପ୍ରତିପକ୍ଷ ରାଜନାଥ ସିଂହ ଓ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ । ଏହା ପରେ ସେ କହିଛନ୍ତି, ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତ୍ବ ପାଇଁ ଉଠାଉଥିବା ସମସ୍ତ ପଦକ୍ଷେପରେ ଆମେରିକା ଏହାର ସାଥ ଦେବ । ଅନ୍ୟପକ୍ଷେ ଚୀନ କମ୍ୟୁନିଷ୍ଟ ପାର୍ଟି ଗଣତନ୍ତ୍ର ଓ ଆଇନର ଶାସନ ଓ ପାରଦର୍ଶିତା ଉପରେ ବିଶ୍ବାସ ନରଖୁଥିବା ଆମେରିକାର ନେତା ଓ ନାଗରିକ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପୋମ୍ପିଓ ।

ମାଇକ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ବିପଦ ସହ ଲଢିବା ପାଇଁ ଭାରତ ଓ ଆମେରିକା ସମ୍ପର୍କକୁ ମଜବୁତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ ବର୍ଷ ଆମେ ସାଇବର ସମସ୍ୟା ଉପରେ ନିଜର ସହଯୋଗକୁ ବିସ୍ତାର କରିଥିଲୁ । ଆମ ନୌସେନା ହିନ୍ଦ ମହାସାଗରରେ ମିଳିତ ଅଭ୍ୟାସ କରିଥିଲେ ବୋଲି ସେ କହିଛନ୍ତି ।

ପୂର୍ବ ଲଦାଖ ଗଲୱାନ ଉପତ୍ୟାକାରେ ଚୀନ ସହ ସଂଘର୍ଷ ଘଟି ଭାରତର 20 ଯବାନ ଶହୀଦ ହୋଇଥିବାବେଳେ 76 ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.