ETV Bharat / bharat

ଶାନ୍ତି ଚୁକ୍ତିକୁ 48 ଘଣ୍ଟା ନ ପୁରୁଣୁ ତାଲିବାନରେ ଏୟାର ଷ୍ଟ୍ରାଇକ କଲା ଆମେରିକା - airstrike

ଆମେରିକା-ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ 48 ଘଣ୍ଟା ନପୁରୁଣୁ ଏହା ଉପରେ ସଙ୍କଟର ବାଦଲ ଦେଖାଦେଇଛି । ବୁଧବାର ତାଲିବାନ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଅଧିକ ପଢନ୍ତୁ...

airstrike
ଏୟାର ଷ୍ଟ୍ରାଇକ
author img

By

Published : Mar 4, 2020, 4:21 PM IST

ଦୋହା: ଆମେରିକା-ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ 48 ଘଣ୍ଟା ନପୁରୁଣୁ ଏହା ଉପରେ ସଙ୍କଟର ବାଦଲ ଦେଖାଦେଇଛି । କିଛି ଦିନ ମଧ୍ୟରେ ପରିସ୍ଥିତି ଏତେ ବିଗିଡିଛି ଯେ ଆମେରିକାକୁ ତାଲିବାନ ଉପରେ ଏୟାରଷ୍ଟ୍ରାଇକ କରିବାକୁ ପଡିଛି । ବୁଧବାର ଆମେରିକା ସେନା ପକ୍ଷରୁ ଆଫଗାନିସ୍ତାନର ହେଲମଣ୍ଡ ପ୍ରାନ୍ତରେ ଏୟାରଷ୍ଟ୍ରାଇକ କରାଯାଇଛି । ଏହି ପ୍ରାନ୍ତରେ ତାଲିବାନର ଶିବିର ରହିଥିବା ଜଣା ପଡିଛି । ତେବେ ଆମେରିକା ନିଜକୁ ରକ୍ଷା କରିବା ପାଇଁ ତାଲିବାନ ଉପରେ ଏହି ଏୟାରଷ୍ଟ୍ରାଇକ କରିଥିବା ସୂଚନା ମିଳିଛି ।

ଗତ 29 ତାରିଖରେ ଆମେରିକା-ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ପରେ ମଙ୍ଗଳବାର ମଧ୍ୟରାତ୍ରିରେ ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ ୨୦ ଜଣ ଆଫଗାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଗତ 11 ଦିନ ମଧ୍ୟରେ ତାଲିବାନ ଉପରେ ଆମେରିକାର ଏହା ପ୍ରଥମ ଏୟାର ଷ୍ଟ୍ରାଇକ ଥିଲା ବୋଲି ଆମେରିକା ସେନାର ମୁଖପାତ୍ର ସୂଚନା ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଲିବାନ ନେତାଙ୍କ ସହ ଫୋନରେ ଆଲୋଚନା କରିବା ପରେ ପ୍ରଥମେ ତାଲିବାନ ଆକ୍ରମଣ କରିଥିଲା । ମଙ୍ଗଳବାର ସନ୍ଧ୍ୟା ସମୟରେ ଟ୍ରମ୍ପ ତାଲିବାନ ନେତା ମୁଲ୍ଲା ଅବଦୁଲ୍ଲା ଗନୀଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ଉଭୟ ନେତା ଦେଶର ତିକ୍ତତା କମ୍‌ କରିବାକୁ ପରସ୍ପରକୁ ପ୍ରତିଶୃତି ଦେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.