ETV Bharat / bharat

ନିର୍ଭୟାଙ୍କୁ ନ୍ୟାୟ: ରାୟ ଆସିବା ପରେ 4ଜଣଙ୍କ ମଧ୍ୟରେ ମୃତ୍ୟୁର ଭୟ - convict vinaya

ସାତ ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ବିଳମ୍ବରେ ହେଉ ପଛେ ମାତ୍ର ନିର୍ଭୟା ଗଣଦୁଷ୍କର୍ମରେ ସମ୍ପୃକ୍ତ ସମସ୍ତ 4 ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯିବ । ରାୟ ଶୁଣିବା ପରେ ମୃତ୍ୟୁର ଡରରେ 4 ଦୋଷୀ...

Upon hearing the verdict
ନିର୍ଭୟାଙ୍କୁ ନ୍ୟାୟ
author img

By

Published : Jan 8, 2020, 12:05 PM IST

ନୂଆଦିଲ୍ଲୀ: ସାତ ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ବିଳମ୍ବରେ ହେଉ ପଛେ ମାତ୍ର ନିର୍ଭୟା ଗଣଦୁଷ୍କର୍ମରେ ସମ୍ପୃକ୍ତ ସମସ୍ତ 4 ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯିବ। ପଟିଆଲା ହାଉସ କୋର୍ଟରେ 7 ଜାନୁଆରୀ 2020ରେ 4ଜଣ ଅପରାଧୀଙ୍କ ଡେଥ୍ ୱାରେଣ୍ଟ ଜାରି କରାଯାଇଛି । 22 ଜାନୁଆରୀ, ସକାଳ 7ଟାରେ 4ଜଣଙ୍କୁ ଫାଶୀ ଦିଆଯିବ।

ଏହି ରାୟ ଆସିବା ପରେ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅନ୍ୟପକ୍ଷେ ଏହି ରାୟ ଆସିବା ପରେ ସମସ୍ତ ଦୋଷୀଙ୍କ ମଧ୍ୟରେ ଖେଳିଯାଇଛି ମୃତ୍ୟୁର ଭୟ। ଶୁଣାଣି ସମୟରେ 4ଜଣଙ୍କ ମୁହଁରେ ଚିନ୍ତା ଓ ଗମ୍ଭୀରତା ଦେଖିବାକୁ ମିଳିଥିଲା। ରାୟ ପ୍ରକାଶ ପରେ କାନ୍ଦି ପକାଇଥିଲେ 4 ଦୋଷୀ।

ଦୋଷୀଙ୍କୁ ଆଶା ଥିଲା ଯେ, ସେମାନଙ୍କୁ ଦୟା ଯାଚିକା ଦାଖଲ କରିବା ପାଇଁ ସମୟ ଦିଆଯିବ ମାତ୍ର ସେମାନଙ୍କ ସ୍ବପ୍ନ, ସ୍ବପ୍ନରେ ହିଁ ରହିଗଲା । 2020ର ସାଧାରଣତନ୍ତ୍ର ଦିବସକୁ ଦେଖି ପାରିବେନି 4 ଅପରାଧୀ । ପଟିଆଲା କୋର୍ଟର ରାୟ ଆସିବା ପରେ ବିନୟ ବିକଳ ହୋଇ କାନ୍ଦିଥିବା ବେଳେ ମୁକେଶ ଓ ଅକ୍ଷୟଙ୍କ ଆଖିରେ ଲୁହ ଆସିଯାଇଥିଲା ।

ସେମାନଙ୍କୁ ଏପରି ସ୍ଥିତିରେ ଦେଖି ଜେଲ ଅଧିକାରୀ ସେମାନଙ୍କୁ ଶାନ୍ତ କରିଥିବା ବେଳେ କାଉନସେଲିଂ କରାଯାଇଥିଲା। ମୁକେଶ ଏହି ଖବର ପରେ ପୁରା ଶାନ୍ତ ହୋଇଯାଇଥିବା ବେଳେ ଅନ୍ୟ 3 ମଧ୍ୟ କାହା ସହ କଥାବାର୍ତ୍ତା ହେଉନାହାଁନ୍ତି। ଶେଷରେ ସେମାନଙ୍କ ମଧ୍ୟରେ ମୃତ୍ୟୁର ଭୟ ଦେଖିବାକୁ ମିଳିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.