ଲକ୍ଷ୍ନୌ: ଗୋଟିଏ ଫୋନ୍ କଲ୍ ବି ସଫଳତାର ଶ୍ରେୟ ପାଇଁ ଯଥେଷ୍ଟ। ଟିକିଏ ପ୍ରଶଂସା ବି ବର୍ଷ ବର୍ଷର ପରିଶ୍ରମକୁ ଲାଘବ କରିପାରେ। ଯଦି ଦେଶର ପ୍ରଧାନମନ୍ତ୍ରୀ ଫୋନ୍ ମାଧ୍ୟମରେ ପ୍ରଶଂସା କରନ୍ତି, ତେଵେ ଛାତ୍ର ଜୀବନରେ ଏହାଠାରୁ ଆଉ କଣ ବା ଆତ୍ମତୃପ୍ତି ହୋଇପାରେ ? ଏମିତି ଏକ ସଫଳତାର ସାବାସୀ ପାଇଛନ୍ତି, ୟୁପିର ଜଣେ ଛାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତାଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମରେ ତାଙ୍କ ସହ କଥା ହେବା ପରେ କ୍ଲାସ୍ 12 ବୋର୍ଡ ପରୀକ୍ଷାରେ ଶୀର୍ଷରେ ଥିବା ଉସମାନ ସାଇଫି ନିଜର ଖୁସି ବ୍ୟ କ୍ତ କରିଛନ୍ତି।
ସାଇଫି କହିଛନ୍ତି, ମୁଁ ଅତ୍ୟଧିକ ଆନନ୍ଦିତ ଏବଂ ମୁଁ ଏହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। ପ୍ରଧାନମନ୍ତ୍ରୀ ମୋତେ ବୈଦିକ ଗଣିତ ଶିଖିବାକୁ ଏବଂ ମୋର ବନ୍ଧୁମାନଙ୍କୁ ଶିକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ ମୁଁ ବିଶ୍ଵର ଶ୍ରେଷ୍ଠ ନେତାଙ୍କ ସହ କଥାବାର୍ତ୍ତା କରୁଛି ବୋଲି ବିଶ୍ଵାସ କରିପାରିଲି ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସେମାନଙ୍କର ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ବିଷୟରେ କଥା ହୋଇଥିଲେ। ସେ ତାମିଲନାଡୁର ନମକକାଲରୁ ସାଇଫି ଏବଂ କାନିଗାଙ୍କ ସହ କଥା ହୋଇଥିଲେ ଏବଂ ଏହି ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏପରି ଯୁବ ବନ୍ଧୁମାନଙ୍କର ଆହୁରି ଅନେକ କାହାଣୀ ଅଛି ଯାହାର ସାହସ ଏବଂ କଠିନ ପରିସ୍ଥିତିରେ ସଫଳତା ଆମକୁ ପ୍ରେରଣା ଯୋଗାଇଥାଏ। ମୁଁ ଯୁବକ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରିବାର ଯଥାସମ୍ଭବ ସୁଯୋଗ ପାଇବାକୁ ଚାହୁଁଥିଲି କିନ୍ତୁ ହୋଇ ପାରିନଥିଲା। ଏଵେ ସେ ସମୟ ଆସିଛି। ମୁଁ ସମସ୍ତ ଯୁବ ବନ୍ଧୁଙ୍କୁ ନିବେଦନ କରୁଛି ଯେ ସେମାନେ ତାଙ୍କ କାହାଣୀକୁ ନିଜ ସ୍ୱରରେ ସେୟାର କରନ୍ତୁ ଯାହା ଦେଶକୁ ପ୍ରେରଣା ଦେଇପାରେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।